Advertisment

Odia singer Humane Sagar: ଓଲିଉଡର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗର ଅସୁସ୍ଥ... ICUରେ ଚିକିତ୍ସିତ

ଓଲିଉଡର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗର ଅସୁସ୍ଥ। ଅଚଳ ହେଇପଡ଼ିଛି ଏକାଧିକ ଅଙ୍ଗ। ଲିଭରରେ ସମସ୍ୟା ଥିବା ବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଧୀରେ ଧୀରେ ବିଗୁଡ଼ୁଛି। ଦିଲ୍ଲୀ ଏୟାରଲିଫ୍ଟ ହୋଇପାରନ୍ତି।

Odia singer Humane Sagar

Odia singer Humane Sagar Photograph: (OTV)

Advertisment

ଭୁବନେଶ୍ବର ଏମ୍ସ ର ICUରେ ଭର୍ତ୍ତି ହେଲେ ଓଲିଉଡ୍ ର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗର। ଗୁରୁତର ଅସୁସ୍ଥ ଅବସ୍ଥାରେ ତାଙ୍କୁ ଏମ୍ସର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଲିଭର୍ ସମସ୍ୟା ସହ ଶରୀରର ଏକାଧିକ ଅଙ୍ଗ ପ୍ରତ୍ୟଙ୍ଗ ଅଚଳ ହୋଇପଡ଼ିଛି। 
ମିଳିଥିବା ସୂଚନା ଅନୁସାରେ, ତାଙ୍କୁ ଦିଲ୍ଲୀକୁ ଏୟାରଲିଫ୍ଟ କରାଯାଇପାରେ। ଗଲା କିଛି ଦିନ ଧରି ଲିଭର୍ ସମସ୍ୟାରେ ସେ ପୀଡ଼ିତ ଥିଲେ। ତଥାପି କିଛି ଷ୍ଟେଜ୍ ଶୋ’ରେ ତାଙ୍କୁ ଦେଖିବାକୁ ମିଳିଥିଲା। ଓଡ଼ିଆ ସିନେମା, ଆଲବମ୍ ଜଗତର ଜଣେ ଜଣାଶୁଣା ଚେହେରା ହେଉଛନ୍ତି ହ୍ୟୁମାନ। ବିଶେଷ ଭାବେ ଯୁବ ପିଢ଼ିଙ୍କ ବେଶ୍ ପସନ୍ଦ।
•    ଏମ୍ସ ICUରେ ହ୍ୟୁମାନ ସାଗର 
•    ଓଲିଉଡର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗର ଅସୁସ୍ଥ 
•    ଅଚଳ ହେଇପଡ଼ିଛି ଏକାଧିକ ଅଙ୍ଗ 
•    ଲିଭରରେ ସମସ୍ୟା, ବିଗୁଡ଼ୁଛି ସ୍ବାସ୍ଥ୍ୟବସ୍ଥା 
•    ଦିଲ୍ଲୀ ଏୟାରଲିଫ୍ଟ କରିବାକୁ ଯୋଜନା
•    ଗଲା କିଛି ଦିନ ଧରି ଲିଭର୍ ସମସ୍ୟାରେ ପୀଡ଼ିତ 
•    ଓଡ଼ିଆ ସିନେମା, ଆଲବମ୍ ଜଗତର ଜଣାଶୁଣା ଚେହେରା 

Advertisment
Odia Singer Humane Sagar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ