Humane Sagar Photograph: (OTV)
ଚାଲିଗଲେ ହ୍ୟୁମାନ ସାଗର । ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ହୋଇଛି । ୩୪ ବର୍ଷ ବୟସରେ ଏମସରେ ଆଖି ବୁଜିଛନ୍ତି ସିଙ୍ଗର ହ୍ୟୁମାନ ସାଗର । ଗତକାଲି ରାତି ୯ଟା ୮ରେ ଏମସରେ ଚିକିତ୍ସାଧୀନ ଅବସ୍ଥାରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ହ୍ୟୁମାନ ।
ଲିଭରରେ ସମସ୍ୟା ପାଇଁ ସେ ଗୁରୁତର ହୋଇଥିଲେ । ତାଙ୍କର ଏକାଧିକ ଅଙ୍ଗ କାମ କରୁ ନଥିଲା। AIIMSର ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା କରୁଥିଲେ । ଏମ୍ସରୁ ଗତକାଲି ବିଳମ୍ୱିତ ରାତିରେ ତାଙ୍କ ମୃତଦେହ କଟକ ସ୍ଥିତ ବାସଭବନକୁ ନିଆଯାଇଥିଲା ।
ସେଠାରେ ଶେଷ ଦର୍ଶନ ପରେ ରାତିରେ ହିଁ ଜନ୍ମସ୍ଥାନ ଟିଟିଲାଗଡ଼ ଅଭିମୁଖେ ନିଆଯାଇଛି । ସେଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ । ଓଡ଼ିଆ ସିନେମା, ଆଲବମ୍ ଜଗତର ଜଣାଶୁଣା ଚେହେରା ଥିଲେ ହ୍ୟୁମାନ ସାଗର । ତରଙ୍ଗ ଟିଭି ଭଏସ ଅଫ୍ ଓଡି଼ଶା ସିଜିନ 2ର ୱିନର ଥିଲେ ।
• ଚାଲିଗଲେ ହ୍ୟୁମାନ ସାଗର
• ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ
• 34 ବର୍ଷ ବୟସରେ ଆଖି ବୁଜିଲେ ହ୍ୟୁମାନ ସାଗର
• ଏମସରେ ଚିକିତ୍ସାଧୀନ ଥିଲେ ହ୍ୟୁମାନ ସାଗର
• ଲିଭରରେ ସମସ୍ୟା ପାଇଁ ଗୁରୁତର ହୋଇଥିଲେ
• ହ୍ୟୁମାନଙ୍କର ଏକାଧିକ ଅଙ୍ଗ କାମ କରୁ ନଥିଲା
• ଓଡ଼ିଆ ସିନେମା, ଆଲବମ୍ ଜଗତର ଜଣାଶୁଣା ଚେହେରା
• ଯୁବ ପିଢ଼ିଙ୍କ ପସନ୍ଦର ଗାୟକ ଥିଲେ ହ୍ୟୁମାନ ସାଗର
• ଜନ୍ମସ୍ଥାନ ଟିଟିଲାଗଡ଼ ଅଭିମୁଖେ ଗଲା ମୃତଦେହ
• ଟିଟିଲାଗଡ଼ରେ ସଂପନ୍ନ ହେବ ଶେଷକୃତ୍ୟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/18/humane-sagar-2025-11-18-09-19-55.jpg)