Abhijit Majumdar Photograph: (OTV)
ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ୍। ପରଲୋକରେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଜଣାଶୁଣାଣ କଣ୍ଠଶିଳ୍ପୀ ଅଭିଜିତ୍ ମଜୁମଦାର। ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଆଖି ବୁଜିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ଲିଭର୍ ଜନିତ ସମସ୍ୟା ପାଇଁ ଚିକିତ୍ସିତ ହେଉଥିଲେ।
ତାଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଦୁନିଆରେ ଶୋକର ଛାୟା ଖେଳିଯାଇଛି। ଶେଷ ଦର୍ଶନ ପାଇଁ ଏମ୍ସରେ ଓଡ଼ିଆ ସିନେମା ଓ ସଙ୍ଗୀତ ଦୁନିଆରୁ ବହୁ ସେଲିବ୍ରିଟି ପହଞ୍ଚିଥିଲେ। ସେଠାରୁ ମରଶରୀରକୁ ତାଙ୍କ କଟକ ସ୍ଥିତ ଘରକୁ ନିଆଯାଉଛି। ସେଠାରେ ଶେଷ ଦର୍ଶନ ପରେ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି।
ଅଭିଜିତଙ୍କ ବିୟୋଗରେ ଓଡ଼ିଆ ସିନେମା ଓ ଆଲବମ୍ ଦୁନିଆରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।
ପରଲୋକରେ ଅଭିଜିତ୍ ମଜୁମଦାର
ଚିରନିଦ୍ରାରେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର
୫୪ ବର୍ଷ ବୟସରେ ଭୁବନେଶ୍ୱର ଏମ୍ସରେ ଦେହାନ୍ତ
ଲିଭର୍ ଜନିତ ସମସ୍ୟା ପାଇଁ ଚିକିତ୍ସିତ ହେଉଥିଲେ
ଶେଷ ଦର୍ଶନ କଲେ ଓଡିଆ ଫିଲ୍ମ ଓ ସଙ୍ଗୀତ ଦୁନିଆର ସେଲିବ୍ରିଟି
ପୁରୀ ସ୍ବର୍ଗଦ୍ବାରରେ ହେବ ଅଭିଜିତଙ୍କ ଶେଷକୃତ୍ୟ
ଅଭିଜିତଙ୍କ ବିୟୋଗରେ ସଙ୍ଗୀତ ଦୁନିଆରେ ଶୋକର ଛାୟା
୭୦୦ରୁ ଅଧିକ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ
ତରଙ୍ଗ ଟିଭିର 'ମେଲୋଡି ନାଇଟ୍ସ' ଖୁବ୍ ଲୋକପ୍ରିୟ ହୋଇଥିଲା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/25/abhijit-majumdar-2026-01-25-12-48-59.jpg)