Advertisment

Crisis in Odia Cinema: ଆମୀର ଖାନ ଶୁଣିଲେ ଓଡ଼ିଆ ସିନେମାର ବ୍ୟଥା , ମନୋଜ ମିଶ୍ର କହିଲେ...କେମିତି ଗାଁରେ ବୁଲି ଦେଖାଉଛନ୍ତି ଫିଲ୍ମ

ଆମୀର ଖାନ ଶୁଣିଲେ ଓଡ଼ିଆ ସିନେମାର ବ୍ୟଥା। ଗୋଆରେ ଆୟୋଜିତ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍ ରେ ଓଡ଼ିଆ ଅଭିନେତା ମନୋଜ ମିଶ୍ର ଆମୀର ଖାନଙ୍କୁ ଜଣାଇଥିଲେ ଓଡ଼ିଆ ସିନେମାର ସମସ୍ୟା। ଓଡ଼ିଶାରେ ସିନେମା ହଲ୍ ନଥିବା ସହ ସିନେମା ଚାଲୁନଥିବା କଥାକୁ ଜଣାଇଥିଲେ।

AMIR-KHAN

AMIR-KHAN Photograph: (OTV)

Advertisment

‍ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନ ଶୁଣିଲେ ଓଡ଼ିଆ ସିନେମାର ବ୍ୟଥା। ଗୋଆରେ ଆୟୋଜିତ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ ଅଭିନେତା ମନୋଜ ମିଶ୍ର ଆମୀର ଖାନଙ୍କୁ ଜଣାଇଥିଲେ ଓଡ଼ିଆ ସିନେମାର ସମସ୍ୟା। ଓଡ଼ିଶାରେ ସିନେମା ହଲ୍ ନଥିବା ସହ ସିନେମା ଚାଲୁନଥିବା କଥାକୁ ଜଣାଇଥିଲେ। ଖାଲି ସେତିକି ନୁହେଁ, କେମିତି ମନୋଜ ନିଜ ସିନେମା ‘ମାଇଣ୍ଡଗେମ୍’କୁ ଗାଁ ଗାଁରେ ରିଲିଜ୍ କରାଇଛନ୍ତି ସେ କଥା ବି କହିଛନ୍ତି। ଆମୀର ଶୁଣିବା ସହ ସମସ୍ୟାକୁ ନେଇ ବେଶ୍ ଗୁରୁତ୍ବ ଦେଇ ସମାଧାନ ପାଇଁ ଆଲୋଚନା କରିଥିଲେ। ମନୋଜ ମିଶ୍ର କହିଥିଲେ ସେ ଚାହୁଁଛନ୍ତି ଓଡ଼ିଆ ସିନେମା ରାଜ୍ୟ ବାହାରେ ଦେଶ ବିଦେଶରେ ଲୋକପ୍ରିୟ ହେଉ । ଲୋକମାନେ ଜାଣନ୍ତୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ବିଷୟରେ । କିନ୍ତୁ ଏବେ ଯାଏଁ ସେ ବିଶ୍ବାସ ଆସିନି ଏବେ ଓଡ଼ିଶା ଉପରେ । ସେ ଆହୁରି କହିଛନ୍ତି ଓଡ଼ିଶାରେ ସିଙ୍ଗଲ ଥିଏଟର ନାହିଁ । ଟଙ୍କାର ବି ଅଭାବ ରହିଛି ପ୍ରଯୋଜକଙ୍କ ପାଖରେ । ମନୋଜ ମିଶ୍ରଙ୍କ ସବୁ କଥାକୁ ମନ ଦେଇ ଶୁଣିଥିଲେ ଆମୀର ଖାନ୍ 

Advertisment

ଆମୀର ଖାନ ଶୁଣିଲେ ଓଡ଼ିଆ ସିନେମାର ବ୍ୟଥା 
ମନୋଜ ମିଶ୍ର କହିଲେ, କେମିତି ଗାଁରେ ବୁଲି ଦେଖାଉଛନ୍ତି ଫିଲ୍ମ
ଗୋଆ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲର ଘଟଣା  
ଆମୀରଙ୍କୁ ଓଡ଼ିଆ ସିନେମା କଥା ଜଣାଇଲେ ମନୋଜ ମିଶ୍ର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ