Advertisment

Sushant Singh Death Case: ଡ୍ରଗ୍ସ ଲିଙ୍କ୍‌କୁ ନେଇ ରିୟାଙ୍କ ଘରେ ରେଡ୍‌, ଖୋଲିଲା ବଡ଼ ରାଜ୍‌

ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ Narcotics Control Bureau (NCB)ଖୋଳତାଡ଼ ଜୋରଦାର କରିଛି। ଡ୍ରଗ୍ସ ଲିଙ୍କ୍ ଅଭିଯୋଗରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କ ମୁମ୍ବାଇ ସାନ୍ତାକ୍ରୁଜ୍‌ ସ୍ଥିତ ବାସଭବନରେ NCB ପକ୍ଷରୁ ରେଡ୍‌ ଜାରି ରହିଛି। ଆଜି ସକାଳ ପ୍ରାୟ ସାଢ଼େ ୬ଟା ସମୟରେ NCB ଟିମ୍‌ର ୫ଜଣ ଅଧିକାରୀଙ୍କ ସମେତ ମୁମ୍ବାଇ ପୋଲିସ୍‌ ରିୟାଙ୍କ ଘରେ ଚଢ଼ଉ କରିଛନ୍ତି। ଡ୍ରଗ୍ସ ଲିଙ୍କ୍‌କୁ ନେଇ ଯାଞ୍ଚ ଚାଲିବା […]

ଅଦ୍ୟତନ ହୋଇଛି
Sushant Singh Death Case: ଡ୍ରଗ୍ସ ଲିଙ୍କ୍‌କୁ ନେଇ ରିୟାଙ୍କ ଘରେ ରେଡ୍‌, ଖୋଲିଲା ବଡ଼ ରାଜ୍‌

rhea chakraborty

Advertisment

ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ Narcotics Control Bureau (NCB)ଖୋଳତାଡ଼ ଜୋରଦାର କରିଛି।

Advertisment

ଡ୍ରଗ୍ସ ଲିଙ୍କ୍ ଅଭିଯୋଗରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କ ମୁମ୍ବାଇ ସାନ୍ତାକ୍ରୁଜ୍‌ ସ୍ଥିତ ବାସଭବନରେ NCB ପକ୍ଷରୁ ରେଡ୍‌ ଜାରି ରହିଛି। ଆଜି ସକାଳ ପ୍ରାୟ ସାଢ଼େ ୬ଟା ସମୟରେ NCB ଟିମ୍‌ର ୫ଜଣ ଅଧିକାରୀଙ୍କ ସମେତ ମୁମ୍ବାଇ ପୋଲିସ୍‌ ରିୟାଙ୍କ ଘରେ ଚଢ଼ଉ କରିଛନ୍ତି।

ଡ୍ରଗ୍ସ ଲିଙ୍କ୍‌କୁ ନେଇ ଯାଞ୍ଚ ଚାଲିବା ସହ ରିୟାଙ୍କ ଘର ବାହାର ଓ ଭିତରେ ସବୁଠି NCB ଟିମ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି। ଏହାସହ ରିୟାଙ୍କ ମୋବାଇଲ୍‌, ଲାପ୍‌ଟପ୍‌ ଯାଞ୍ଚ ବେଳେ ଏକ ବଡ଼ ଖୁଲାସା ହୋଇଛି। ଡ୍ରଗ୍ସ ଲିଙ୍କ ମାମଲାରେ ବହୁତ ଲୋକଙ୍କ ସମ୍ପୃକ୍ତି ଥିବାନେଇ ଜଣାପଡ଼ିଛି। ଏହାସହ ରିୟାଙ୍କ ମୋବାଇଲ୍‌ ଓ ଲାପ୍‌ଟପ୍‌ରୁ ଅନେକ ଡଗ୍ସ ବେପାରୀଙ୍କ ଲିଷ୍ଟ୍‌ ମିଳିଥିବା ସୂଚନା ମିଳିଛି। ଯାହାର ଅପରେଟ୍‌ ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ କରୁଥିଲେ ବୋଲି ଜଣାପଡ଼ିଛି।

Advertisment

ଅନ୍ୟପକ୍ଷରେ, ସୁଶାନ୍ତଙ୍କ ହାଉସ୍‌ ମ୍ୟାନେଜର୍‌‌ ସାମୁଏଲ୍‌ ମିରଣ୍ଡାଙ୍କ ମୁମ୍ବାଇ ସ୍ଥିତ ଘରେ NCBର ଆଉ ଏକ ଟିମ୍ ଆଜି ସକାଳୁ ସକାଳୁ ‌ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲେ ଓ ପଚରାଉଚରା ପାଇଁ ତାଙ୍କୁ ଉଠାଇ ନେଇଛନ୍ତି। ଏହାସହ ସୌଭିକଙ୍କ ଘରେ ମଧ୍ୟ ରେଡ୍‌ ଚାଲିଛି।

ସୂଚନାଥାଉ କି, ସେପ୍ଟେମ୍ବର ୨ରେ ଡ୍ରଗ୍ସ ଲିଙ୍କ୍ ମାମଲାରେ NCB ଅବଦୁଲ ବାସିତ ପରିହାର ଓ ଜୈଦ୍ ଭିଲିଟ୍ରାଙ୍କୁ ଗିରଫ କରିଥିଲା। ସାମୁଏଲଙ୍କ ଲିଙ୍କରେ ଏମାନଙ୍କୁ ଗିରଫ କରାଯାଇଥିଲା। ସୌଭିକଙ୍କ ନିର୍ଦ୍ଦେଶରେ ମିରଣ୍ଡା ଦୁହିଁଙ୍କ ଠାରୁ ଡ୍ରଗ୍ସ ଆଣୁଥିଲେ ବୋଲି NCB ଜାଣିବାକୁ ପାଇଥିଲା।

Advertisment

ଜୈଦଙ୍କୁ ରିମାଣ୍ଡରେ ନେଇ NCB ପଚରାଉଚରା କରୁଛି। ଜୈଦଙ୍କ ପାଖରୁ ୯ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ଜୈଦଙ୍କୁ ପଚରାଉଚରା ପରେ ଡ୍ରଗ୍ସ ଓ ବଲିଉଡ୍ ସମ୍ପର୍କ ଉପରୁ ପରଦା ହଟିପାରେ ବୋଲି କୁହଯାଉଛି।

ରିୟା, ସୌଭିକ ଓ ସାମୁଏଲ୍‌ NCB ସ୍କାନରରେ ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ସେମାନଙ୍କର ମୋବାଇଲ୍‌ ଚାଟ୍‌ ଓ ମେସେଜ ସାମ୍ନାକୁ ଆସିଥିଲା। ଏଥିରେ  ଡ୍ରଗ୍ସ ସେବନ ଓ ଡ୍ରଗ୍ସ କାରବାର ନେଇ ସେମାନଙ୍କର ସମ୍ପୃକ୍ତି ଥିବା ଜଣାପଡ଼ିଥିଲା।

Sushant Singh Death Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ