Advertisment

Tulasi Gananatya Row: ପୁଣି ନୂଆ ବିବାଦରେ ଛନ୍ଦି ହେଲେ ନାଣ୍ଡୁ ବାବୁ, ଖଳନାୟକ ସାଇଙ୍କ ମା’ଙ୍କ ସଙ୍ଗୀନ ଅଭିଯୋଗ

ପୁଣି ନୂଆ ବିବାଦରେ ଛନ୍ଦି ହେଲେ ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁ ଓରଫ ଅନନ୍ତ ନାରାୟଣ ଧଳ। ସାଇ ସତ୍ୟଜିତଙ୍କୁ ନାଣ୍ଡୁ ବାବୁ ମାନସିକ ନିର୍ଯାତନା ଦେଉଥିବା ଥାନାରେ ଅଭିଯୋଗ।

Nandu Dhala

Nandu Dhala Photograph: (OTV)

Advertisment

ପୁଣି ନୂଆ ବିବାଦରେ ଛନ୍ଦି ହେଲେ ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁ ଓରଫ ଅନନ୍ତ ନାରାୟଣ ଧଳ। ନାଣ୍ଡୁ ବାବୁ ନାଁରେ ଥାନାରେ ଏତଲା। ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି ଯାତ୍ରା କଳାକାର ସାଇ ସତ୍ୟଜିତ୍ ପଣ୍ଡାଙ୍କ ମାଆ ପଦ୍ମିନୀ ଦାଶ। ତେବେ ନାଣ୍ଡୁ ବାବୁ ତାଙ୍କ ପୁଅକୁ ମାନସିକ ନିର୍ଯାତନା ଦେବା ସହ ଧମକ ଚମକ ଦେଉଥିବା ସାଇ ସତ୍ୟଜିତଙ୍କ ମାଆ ଦେଇଥିବା FIRରେ  ଉଲ୍ଲେଖ ରହିଛି। 

Advertisment

ସାଇ ସତ୍ୟଜିତ୍ ତୁଳସୀ ଗଣନାଟ୍ୟରେ ଖଳନାୟକ ଭାବେ ଅଭିନୟ କରନ୍ତି। ତେବେ ସେ ଅସୁସ୍ଥ ଥିବା ଜଣାପଡିଛି। ସାଇ ସତ୍ୟଜିତଙ୍କ ମାଆ କହିଛନ୍ତି ଯେ, ମୋ ପୁଅର ଜୀବନ ପ୍ରତି ବିପଦ ଅଛି। ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁ ମୋ ପୁଅକୁ ୫-୬ ଦିନ ହେବ ଗୁଣ୍ଡା ଲଗାଇ ଧମକ ଦେଉଛନ୍ତି। ଏମିତିକି ଗ୍ରୀନ୍ ରୁମ୍ କୁ ଆସି ମଧ୍ୟ ସେଠାରେ ସେ ଧମକାଉଛନ୍ତି। 

ମୋ ପୁଅର ଜୀବନ ପ୍ରତି ବିପଦ ଥିବାରୁ ମୁଁ ଆଉ ତାକୁ ଯାତ୍ରାପାର୍ଟିକୁ ଛାଡ଼ିବି ନାହିଁ ‍ବୋଲି କହିଛନ୍ତି ସାଇଙ୍କ ମାଆ। ଅନ୍ୟପଟେ ଖଣ୍ଡଗିରି ଥାନାରେ ହଜାର ହେବା ପରେ ନାଣ୍ଡୁଙ୍କୁ ପଚରାଉଚରା କରୁଛି ପୋଲିସ। ନାଣ୍ଡୁ କହିଛନ୍ତି ମୋ ଅନୁଷ୍ଠାନ ସହ ସାଇ ୫ ବର୍ଷର ଚୁକ୍ତି କରିଛନ୍ତି। ସେ ଅନ୍ୟ ପାର୍ଟିରୁ ଟଙ୍କା ଆଣି ଏ ଅଭିନୟ କରୁଛନ୍ତି ଏବଂ ମୋ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରୁଛନ୍ତି।

Advertisment
Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ