Advertisment

Mouni Roy Breaks Silence on Harassment: ମଞ୍ଚରେ ମୌନୀ ରୟଙ୍କୁ ଦୁର୍ବ୍ୟବହାର; ଏମିତି କଲେ ଦୁଇ ଅଙ୍କଲ

ମୌନୀ ରୟ ସମ୍ପ୍ରତି ହରିୟାଣାର କରନାଲରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ଏଠାରେ ସେ ଦୁର୍ବ୍ୟବହାରର ଶିକାର ହୋଇଥିବା କହିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ମୌନୀ ଏକ ବିସ୍ତୃତ ନୋଟ୍ ସେୟାର କରିଛନ୍ତି, ଯେଉଁଥିରେ ସେ ଦର୍ଶକଙ୍କ ଠାରୁ ନିର୍ଯାତନାର ସମ୍ମୁଖୀନ ହେବା କହିଛନ୍ତି।

Mouni Roy Breaks Silence on Harassment

ମଞ୍ଚରେ ମୌନୀ ରୟଙ୍କୁ ଦୁର୍ବ୍ୟବହାର Photograph: (OTV)

Advertisment

ମୌନୀ ରୟ ସମ୍ପ୍ରତି ହରିୟାଣାର କରନାଲରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ଏଠାରେ ସେ ଦୁର୍ବ୍ୟବହାରର ଶିକାର ହୋଇଥିବା କହିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ମୌନୀ ଏକ ବିସ୍ତୃତ ନୋଟ୍ ସେୟାର କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ କିପରି ତାଙ୍କୁ ଦର୍ଶକଙ୍କ ଠାରୁ ନିର୍ଯାତନାର ସମ୍ମୁଖୀନ ହେବାକୁ ପଡିଥିଲା, ଯେଉଁଥିରେ ବୟସ୍କ ପୁରୁଷମାନେ ମଧ୍ୟ ସାମିଲ ଥିଲେ। 

Advertisment

ତାଙ୍କ ପୋଷ୍ଟରେ, ମୌନୀ ରୟ କିଛି ବି ଲୁଚାଇ ନାହାଁନ୍ତି। ସେ ଲେଖିଛନ୍ତି, "ଗତକାଲି କରନାଲରେ ଏକ ଇଭେଣ୍ଟ୍ ଥିଲା ଏବଂ ସେଠାକାର ଲୋକଙ୍କ ଆଚରଣରେ ମୁଁ ବହୁତ ନିରାଶ, ବିଶେଷକରି ଦୁଇଜଣ ଅଙ୍କଲ ଯେଉଁମାନଙ୍କ ବୟସ ଜେଜେବାପା ହେବା ପାଇଁ ଯଥେଷ୍ଟ।"

ସେ କହିଛନ୍ତି, ଯେତେବେଳେ ସେ ମଞ୍ଚ ଆଡ଼କୁ ଗଲେ, ସେ ଅସହଜ ମନେକଲେ। ସେ ଲେଖିଛନ୍ତି, "ଯେତେବେଳେ କାର୍ଯ୍ୟକ୍ରମ ଆରମ୍ଭ ହେଲା ଏବଂ ମୁଁ ମଞ୍ଚ ଆଡ଼କୁ ଗଲି, ଅଙ୍କଲ ଏବଂ ପରିବାର ସଦସ୍ୟମାନେ (ସମସ୍ତ ପୁରୁଷ) ଫଟୋ କ୍ଲିକ୍ କରିବା ପାଇଁ ମୋ ଅଣ୍ଟା ଉପରେ ହାତ ରଖିଦେଲେ। ଯେତେବେଳେ ମୁଁ କହିଲି, 'ମହାଶୟ, ଦୟାକରି ଆପଣଙ୍କ ହାତ କାଢ଼ିଦିଅନ୍ତୁ', ସେମାନଙ୍କୁ ଏହା ପସନ୍ଦ ଆସିଲା ନାହିଁ।" ଅଭିନେତ୍ରୀଙ୍କ ଅନୁସାରେ, ମଞ୍ଚ ଉପରେ ପହଞ୍ଚିବା ପରେ ପରିସ୍ଥିତି ଆହୁରି ଖରାପ ହୋଇଗଲା।

Advertisment

ସେ କହିଛନ୍ତି, "ଷ୍ଟେଜରେ ର ଏହା ଆହୁରି ଖରାପ ଥିଲା। ଦୁଇ ଜଣ ଅଙ୍କଲ ମୋ ସାମ୍ନାରେ ଠିଆ ହୋଇଗଲେ, ଆଉ ମତେ ଅଶ୍ଳୀଳ ମନ୍ତବ୍ୟ ଦେଲେ, ଅଶ୍ଳୀଳ ଇଙ୍ଗିତ କଲେ ଏବଂ ମୋତେ ଗାଳି ଦେଲେ।" ସେ କହିଥିଲେ ଯେ ସେ ପ୍ରଥମେ ଏହାକୁ ଭଦ୍ରତାର ସହିତ ପରିଚାଳନା କରିବାକୁ ଚେଷ୍ଟା କରିଥିଲେ। ମୁଁ ପ୍ରଥମେ ଏମିତି ନ କରିବାକୁ ସେମାନଙ୍କୁ ବିନମ୍ର ଭାବରେ କହିଥିଲି, ଏବଂ ସେହି ସମୟରେ ସେମାନେ ମୋ ଉପରକୁ ଗୋଲାପ ଫୁଲ ଫୋପାଡ଼ିବା ଆରମ୍ଭ କଲେ। ମୁଁ ପ୍ରଦର୍ଶନ ମଝିରେ ମଞ୍ଚ ଛାଡିଦେଇଥିଲି, କିନ୍ତୁ ପରେ ଫେରି ଆସି ମୋର ପ୍ରଦର୍ଶନ ଶେଷ କରିଥିଲି। ଏହା ସତ୍ତ୍ୱେ, କେହି ବି ଏହାକୁ ଅଟକାଇ ନଥିଲେ।"

ମୌନୀ ସେଠାକାର ପରିସ୍ଥିତି କେତେ ଅସୁରକ୍ଷିତ ଥିଲା। ସେ କହିଛନ୍ତି, "ମଞ୍ଚ ବହୁତ ଉଚ୍ଚ ଥିଲା, ଏବଂ ଏହି ଅଙ୍କଲ ତଳୁ ଭିଡିଓ କରୁଥିଲେ। ଯେତେବେଳେ କେହି ତାଙ୍କୁ ବାରଣ କଲେ, ସେ ସେମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କଲେ। ଏନେଇ ମୁଁ ଅପମାନିତ, ମର୍ମାହତ ଏବଂ କର୍ତ୍ତୃପକ୍ଷ ଏହି ଅସହ୍ୟ ଆଚରଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଁ ଚାହୁଛି।"

Advertisment
Bollywood Mouni Roy Misbehave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ