mohena
ନୂଆଦିଲ୍ଲୀ: ଟିଭି ଅଭିନେତ୍ରୀ ତଥା ରେୱାର ରାଜକୁମାରୀ ମୋହେନା କୁମାରୀ ସିଂ ଓ ତାଙ୍କ ଶ୍ୱଶୁରଘର ପରିବାର ଏକମାସ ତଳେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ଅଭିନେତ୍ରୀ ତାଙ୍କ ପରିବାର ସହିତ ଋଷିକେଶ ସ୍ଥିତ ଏମ୍ସରେ (AIIMS)ରେ ଭର୍ତ୍ତି ହୋଇଥିଲେ। ତେବେ ମୋହେନା କୁମାରୀ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି। ଏନେଇ ମୋହେନା ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି। କିନ୍ତୁ ଏବେ ତାଙ୍କ ଭାଇ ଦିବ୍ୟରାଜ ସିଂ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ମୋହେନା କୁମାରୀ ତାଙ୍କ ଇନ୍ଷ୍ଟାଗ୍ରାମରେ ଲେଖିଛନ୍ତି,“ମୁଁ ଏବେ ନେଗେଟିଭ୍ ଓ ତୁମେ ଏବେ ପଜିଟିଭି , କିନ୍ତୁ ମତେ ବିଶ୍ୱାସ କର, ଆମେ ଯାହା ଭାବୁଚେ, ସେଇ କଥା ନୁହେଁ ଦାଦୁ. କେବଳ ତୁମେ କାଢ଼ା ପିଅ, ଘରର ଖାଦ୍ୟ ଖାଆନ୍ତୁ,ଫଳ, ପନିପରିବା ଓ ଡାଲି ଖାଆନ୍ତୁ। ପ୍ରତ୍ୟେକ ଦିନ ଭିଟାମିନ୍ ‘ସି’ ମେଡିସିନ୍ ଖାଆନ୍ତୁ। ଏସିକୁ ବ୍ୟବହାର କରନ୍ତୁ ନାହିଁ। ଉଷୁମ ପାଣିରେ କୁଳି କରିବ। ଅକ୍ସିମିଟରକୁ ତମ ପାଖରେ ରଖି କ୍ରମାଗତ ଭାବରେ ହାର୍ଟବିଟ୍କୁ ଚେକ୍ କରନ୍ତୁ। ମୋ ତରଫରୁ ଆପଣଙ୍କୁ ବହୁତ ଭଲ ପାଇବା।/odishatv-khabar/media/post_attachments/assets/images/2020/07/02/750x506/a-ii_1593660138.jpeg)
ମୋହେନା କୁମାରୀଙ୍କ ଏହି ପୋଷ୍ଟ ଖୁବ୍ ଭାଇରାଲ ହେବାରେ ଲାଗିଛି। ସେ କହିବା ଅନୁଯାୟୀ, ମୁଁ କୋଭିଡ୍ -୧୯ରେ ପଜିଟିଭ ଥିବା ଜାଣିବା ପରେ, ବହୁତ ଡରି ଯାଇଥିଲି। ତେବେ ଉପଯୁକ୍ତ ଯତ୍ନ ନେବା ଦ୍ୱାରା ମୁଁ କୋଭିଡ-୧୯ ଯୁଦ୍ଧରେ ଜିତିଗଲି। ଅଭିନେତ୍ରୀ ମୋହେନା Star Plus ସିରିଏଲ ‘Yeh Rishta Kya Kehlata Hai’ ରେ ଅଭିନୟ କରିଥିଲେ।
ଅଧିକ କରୋନା ଖବର ପାଇଁ ଆମ ସହିତ ଯୋଡି ହୁଅନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/mohena_1626697870.jpg)