Advertisment

Odisha MLAs Get Massive Pay Hike: କେତେ ଜରୁରୀ ବିଧାୟକଙ୍କୁ ଏତେ ଅଧିକ ଦରମା , ବିଧାୟକ ରଖିଲେ ଯୁକ୍ତି ... ହଜମ କରିପାରୁନାହାନ୍ତି ଜନତା

ବିଧାୟକଙ୍କ ଦରମା ଥରକେ ୩ ଗୁଣା ବଢ଼ିଗଲା। ତେବେ ବଢିଥିବା ଦରମାକୁ ନେଇ ଯେତେ ଆଲୋଚନା ହେଉଛି, ତା ଠାରୁ ଅଧିକ ଚର୍ଚ୍ଚା ଭତ୍ତାକୁ ନେଇ। ବର୍ଦ୍ଧିତ ଦରମା ସହ ବିଧାୟକଙ୍କୁ ମିଳିବ ୨୦ ହଜାରର ବିଜୁଳି, ୧୫ ହଜାର ଟେଲିଫୋନ ଆଉ ବହି ଖର୍ଚ୍ଚ ବାବଦକୁ ୧୦ ହଜାର ଟଙ୍କାର ଭତ୍ତା।

MLA-SALARY-HIKE

MLA-SALARY-HIKE Photograph: (OTV)

Advertisment

ବିଧାୟକଙ୍କ ଦରମା ଥରକେ ୩ ଗୁଣା ବଢ଼ିଗଲା। ତେବେ ବଢିଥିବା ଦରମାକୁ ନେଇ ଯେତେ ଆଲୋଚନା ହେଉଛି, ତା ଠାରୁ ଅଧିକ ଚର୍ଚ୍ଚା ଭତ୍ତାକୁ ନେଇ। ବର୍ଦ୍ଧିତ ଦରମା ସହ ବିଧାୟକଙ୍କୁ ମିଳିବ ୨୦ ହଜାରର ବିଜୁଳି, ୧୫ ହଜାର ଟେଲିଫୋନ ଆଉ ବହି ଖର୍ଚ୍ଚ ବାବଦକୁ ୧୦ ହଜାର ଟଙ୍କାର ଭତ୍ତା। ୮ ବର୍ଷ ହେଲା ବଢି ନଥିଲା, ହେଲେ ଏକା ବେଳକେ ଏତେ ବଢିଲା ଯେ ଯାହାକୁ ସହଜରେ ହଜମ କରି ପାରୁନାହାନ୍ତି ରାଜ୍ୟ ବାସୀ। ବିଜୁଳି, ଟେଲିଫୋନ ଆଉ ବହି କିଣା ବାବଦ ଭତ୍ତା କେତେ ଯୁକ୍ତିଯୁକ୍ତ ତାକୁ ନେଇ ଉଠିଲାଣି ପ୍ରଶ୍ନ। ଏବେ ବର୍ଷକୁ ୪ରୁ ୬ ହଜାର ଟଙ୍କାରେ ଅନଲିମିଟେଡ ଡାଟା ସହ ଅନଲିମିଟେଡ କଲ ଉପଲବ୍ଧ। ତେଣୁ କାହିଁକି ବିଧାୟକଙ୍କୁ ମାସିକ ଟେଲିଫୋନ ଭତ୍ତା ୫ରୁ ୧୫ ହଜାରକୁ ବୃଦ୍ଧି କରାଗଲା ତାକୁ ନେଇ ଚର୍ଚ୍ଚା। ସେହିଭଳି ବିଦ୍ୟୁତ ଭତ୍ତାକୁ ମଧ୍ୟ ୫ ହଜାରରୁ ୨୦ ହଜାରକୁ ବୃଦ୍ଧି କରାଯାଇଛି। ଯାହା କେତେ ଯୁକ୍ତି ଯୁକ୍ତ। ବିଧାୟକ ମାନଙ୍କୁ ବହି କିଣା ବାବଦକୁ ପୂର୍ବରୁ ମାସିକ ୨ ହଜାର ମିଳୁଥିବା ବେଳେ ଏଣିକି ମିଳିବ ୧୦ ହଜାର ଟଙ୍କା। ଯାହାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି ରାଜ୍ୟବାସୀ ।  ସେହିଭଳି ମେଡିକାଲ ଖର୍ଚ୍ଚ ୫ରୁ ୩୫ ହଜାରକୁ ବୃଦ୍ଧି କରାଯାଇଥିବା ବେଳେ ଗସ୍ତ ଖର୍ଚ୍ଚ ଏକା ବେଳକେ ୧୫ରୁ ୫୦ ହଜାରକୁ ବୃଦ୍ଧି କରାଯାଇଛି। ଯାହାକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ସାଧାରଣ ଲୋକ । 

Advertisment



ବିଧାନସଭାରେ ଦଳ ମତ ନିର୍ବିଶେଷରେ ସମସ୍ତ ବିଧାୟକଙ୍କ ସମର୍ଥନରେ ପାରିତ ହୋଇଥିଲା ଏହି ଦରମା ବୃଦ୍ଧି ସଂଶୋଧିତ ବିଲ୍ । ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ବଢିବା ଆବଶ୍ୟକ ଥିଲା, ବୃଦ୍ଧି ଅନୁଯାୟୀ ଉପଯୋଗ ନକଲେ ପ୍ରଶ୍ନ ଉଠିବା ସ୍ୱାଭାବିକ। ଶାସକ ଦଳ ବିଧାୟକ ଅଗସ୍ତି ବେହେରା କହିଛନ୍ତି ନୂଆ ସରକାର ଚାଷୀ ମହିଳା ସମସ୍ତଙ୍କ କଥା ଶୁଣିଛନ୍ତି, ବିଧାୟକ ଏବଂ ପୂର୍ବତନ ବିଧାୟକ ମାନଙ୍କ ଦାବୀ ଥିଲା ତାକୁ ପୂରଣ କରାଯାଇଛି।

ଏବେ ବିଧାୟକ ମାନଙ୍କ ଦରମା ବାବଦକୁ ରାଜକୋଷରୁ ପ୍ରାୟ ବାର୍ଷିକ ୧୭ କୋଟି ଖର୍ଚ୍ଚ ହେଉଥିବା ବେଳେ, ବର୍ଦ୍ଧିତ ଦରମା ଲାଗୁ ହେବା ଫଳରେ ଅଧିକ ୪୩ କୋଟି ଅର୍ଥାତ୍ ବାର୍ଷିକ ୬୦ କୋଟି ଖର୍ଚ୍ଚ ହେବ। ସେହିଭଳି ପିଛିଲା ଭାବେ ଲାଗୁ ହେଉଥିବାରୁ ରାଜକୋଷ ଉପରେ ଆଉ ୬୬ କୋଟିର ଚାପ ମଧ୍ୟ ପଡିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ