Advertisment

Marriage Announcement Amid Controversy: ବଢୁଛି ସାଇ-`ତୁଳସୀ' ବିବାଦ, ପାୟଲଙ୍କ ସହ ସମ୍ପର୍କକୁ ନେଇ ସ୍ପଷ୍ଟ କଲେ ସାଇ

ବଢୁଛି ସାଇ-ତୁଳସୀ ବିବାଦ। ତୁଳସୀ ଗଣନାଟ୍ୟ ମାଲିକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ । ଏଗ୍ରିମେଣ୍ଟ ସମ୍ପର୍କରେ ସାଇଙ୍କ ଅଭିଯୋଗ ନେଇ ତୁଳସୀ ଗଣନାଟ୍ୟ ମାଲିକଙ୍କ ପ୍ରତିକ୍ରିୟା ମିଳିପାରିନି।

Jatra Controversy

Jatra Controversy Photograph: (OTV)

Advertisment

ବଢୁଛି ସାଇ-ତୁଳସୀ ବିବାଦ। ତୁଳସୀ ଗଣନାଟ୍ୟ ମାଲିକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ । ଓଟିଭିକୁ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା ଦେଇ ସାଇ କହିଛନ୍ତି, ମୋଠାରୁ ବ୍ଲାଙ୍କ ପେପରରେ ଦସ୍ତଖତ କରାଇ ନେଇଥିଲେ । ଆଉ ଏବେ କହୁଛନ୍ତି ୫ ବର୍ଷିଆ ଏଗ୍ରିମେଣ୍ଟ ହୋଇଛି । ବାବୁ ମୋତେ ମନା କରିବାରୁ ମୁଁ ସୂର୍ଯ୍ୟମନ୍ଦିରଠାରୁ ଟଙ୍କା ଆଣିଥିଲି । 

Advertisment

ମାତ୍ର ମୁଁ ଏବେ ତୁଳସୀ ମାଲିକଙ୍କ ସହ ସମାଧାନ କରିବାକୁ ଚାହୁଁଛି ବୋଲି କହିଛନ୍ତି ସାଇ । ସେ କହିଛନ୍ତି, ମୋତେ ସୁରକ୍ଷା ଦେଲେ ଆଉ ୪ ମାସ ତୁଳସୀ ସହ ଯାତ୍ରା କରିବି। ଅନ୍ୟପଟେ ଅଭିନେତ୍ରୀ ପାୟଲଙ୍କ ସହ ସମ୍ପର୍କକୁ ନେଇ ସ୍ପଷ୍ଟ କରି ସାଇ କହିଛନ୍ତି, ଖୁବଶୀଘ୍ର ପାୟଲଙ୍କୁ ବିବାହ କରିବି । 

ମୁଁ ଯେଉଁ ପାର୍ଟି ସହ ରହିବି ପାୟଲ ସେହି ପାର୍ଟିରେ ରହିବେ ବୋଲି ସାଇ କହିଛନ୍ତି । ତେବେ ଏଗ୍ରିମେଣ୍ଟ ସମ୍ପର୍କରେ ସାଇଙ୍କ ଅଭିଯୋଗ ନେଇ ତୁଳସୀ ଗଣନାଟ୍ୟ ମାଲିକଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment

Jatra Controversy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ