Advertisment

Madhuri Dixit: ରାଜନୀତିରେ ହେବ ମାଧୁରୀଙ୍କ ଏଣ୍ଟ୍ରି ? ଅଭିନେତ୍ରୀ କହିଦେଲେ ବଡ଼ କଥା

୨୦୨୪ ଲୋକସଭା ନିର୍ବାଚନ ସମୟେ ଖୁବ୍ ଚର୍ଚ୍ଚା ହୋଇଥିଲା ଯେ ମାଧୁରୀ ପୁନେ କିମ୍ବା ଅନ୍ୟ କୌଣସି ଆସନରୁ ନିର୍ବାଚନ ଲଢ଼ିପାରନ୍ତି, କିନ୍ତୁ ଏପରି କିଛି ହୋଇନଥିଲା। ତା’ପରେ ବି ପ୍ରତ୍ୟେକ ଇଣ୍ଟରଭ୍ୟୁରେ ତାଙ୍କୁ ଏହି ଏକା ପ୍ରଶ୍ନ ପଚରାଯାଉଥିଲା।

Madhuri Dixit:

Madhuri Dixit: Photograph: (OTV)

Advertisment

ବଲିଉଡ୍‌ର ଧକ୍‌-ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ ଶେଷରେ ରାଜନୀତିରେ ଆସିବା ନେଇ ବର୍ଷ ବର୍ଷ ଧରି ଚାଲିଥିବା ଚର୍ଚ୍ଚାକୁ ପୁରାପୁରି ବନ୍ଦ୍ କରିଦେଇଛନ୍ତି। ସେ ସ୍ପଷ୍ଟ ଭାଷାରେ କହିଛନ୍ତି ଯେ, ସେ ରାଜନୀତି ପାଇଁ ତିଆରି ହୋଇନାହାନ୍ତି। ୨୦୨୪ ଲୋକସଭା ନିର୍ବାଚନ ସମୟେ ଖୁବ୍ ଚର୍ଚ୍ଚା ହୋଇଥିଲା ଯେ ମାଧୁରୀ ପୁନେ କିମ୍ବା ଅନ୍ୟ କୌଣସି ଆସନରୁ ନିର୍ବାଚନ ଲଢ଼ିପାରନ୍ତି, କିନ୍ତୁ ଏପରି କିଛି ହୋଇନଥିଲା। ତା’ପରେ ବି ପ୍ରତ୍ୟେକ ଇଣ୍ଟରଭ୍ୟୁରେ ତାଙ୍କୁ ଏହି ଏକା ପ୍ରଶ୍ନ ପଚରାଯାଉଥିଲା। ଏବେ ନିକଟରେ ଏଏନ୍‌ଆଇ ସହ କଥାବାର୍ତ୍ତାରେ ମାଧୁରୀ ମନ ଖୋଲି ନିଜର କଥା ରଖିଛନ୍ତି।

Advertisment

ସେ କହିଛନ୍ତି, “ମୁଁ ଭାବୁନି ଯେ ମୁଁ ରାଜନୀତି ପାଇଁ ତିଆରି। ମୁଁ ତ ଜଣେ କଳାକାର ଭାବେ ତିଆରି ହୋଇଛି। ଜଣେ ଆର୍ଟିଷ୍ଟ ଭାବେ ମୁଁ ସଚେତନତା ବଢ଼ାଇ ପାରେ, ଲୋକଙ୍କୁ ସାହାଯ୍ୟ କରିପାରେ, ନିଜ ଚିନ୍ତାଧାରା ଶେୟାର କରିପାରେ। ଏହିଭଳି ମୁଁ ନିଜକୁ ଦେଖେ।” ମାଧୁରୀ ଆହୁରି କହିଛନ୍ତି, “ରାଜନୀତିରେ ଯିବା କେବେ ବି ମୋ ମହତ୍ତ୍ୱାକାଂକ୍ଷାରେ ନଥିଲା। ମୁଁ ନିଜକୁ ସେଠାରେ ଦେଖି ପାରେ ନାହିଁ।” ‘ତେଜାବ୍’, ‘ହମ୍ ଆପକେ ହୈଁ କୌନ’, ‘ଦିଲ୍ ତୋ ପାଗଲ୍ ହୈ’ ଓ ‘ଦେବଦାସ୍’ ଭଳି ସୁପରହିଟ୍ ଫିଲ୍ମ ଦେଇଥିବା ମାଧୁରୀଙ୍କ ମତରେ, ଜଣେ କଳାକାର ଭାବେ ସେ ଯେଉଁ ପ୍ରଭାବ ପକାଇ ପାରନ୍ତି, ତାହା ରାଜନୈତିକ ମଞ୍ଚଠାରୁ ଅନେକ ଗୁଣ ଅଧିକ ସତ୍ୟ ଓ ଗଭୀର ହୋଇଥାଏ।

କାମ କଥା କହିବାକୁ ଗଲେ, ମାଧୁରୀ ଶୀଘ୍ର ଓଟିଟିରେ ଧମାକେଦାର କମ୍‌ବ୍ୟାକ୍ କରୁଛନ୍ତି। ତାଙ୍କର ନୂଆ ଓ୍ୱେବ୍ ସିରିଜ୍ ‘ମିସେସ୍ ଦେଶପାଣ୍ଡେ’ ୧୯ ଡିସେମ୍ବର ୨୦୨୫ରେ ରିଲିଜ୍ ହେବ। ଏହା ଏକ ଥ୍ରୀଲର-ଡ୍ରାମା ସିରିଜ୍ ଯାହାର ନିର୍ଦ୍ଦେଶନା କରିଛନ୍ତି ନାଗେଶ କୁକୁନୁର। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ