Advertisment

ଲତା ଟ୍ୱିଟ୍‌ କରି ଏମିତି କହିଲେ

ମୁମ୍ବାଇ : ୨୮ ଦିନ ଡାକ୍ତରଖାନାରେ ରହିବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକର୍‌। ରବିବାର ଘରକୁ ଫେରି ଲତା ଦିଦି ସୋଶାଲ୍ ମିଡିଆ ଯୋଗେ ତାଙ୍କର ଚିକିତ୍ସା କରିଥିବା ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେ ଅସୁସ୍ଥ ଥିବା ସମୟରେ ତାଙ୍କ ଆରୋଗ୍ୟ କାମନା କରିଥିବା ପ୍ରଶଂସକମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। Namaskaar, A special thank you, again to the team of doctors who treated […]

ଲତା ଟ୍ୱିଟ୍‌ କରି ଏମିତି କହିଲେ

Lata

Advertisment

ମୁମ୍ବାଇ : ୨୮ ଦିନ ଡାକ୍ତରଖାନାରେ ରହିବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକର୍‌। ରବିବାର ଘରକୁ ଫେରି ଲତା ଦିଦି ସୋଶାଲ୍ ମିଡିଆ ଯୋଗେ ତାଙ୍କର ଚିକିତ୍ସା କରିଥିବା ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେ ଅସୁସ୍ଥ ଥିବା ସମୟରେ ତାଙ୍କ ଆରୋଗ୍ୟ କାମନା କରିଥିବା ପ୍ରଶଂସକମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

Advertisment

ସେ ଟ୍ୱିଟ୍‌ କରି ଲେଖିଛନ୍ତି, ‘ନମସ୍କାର। ଗତ ୨୮ ଦିନ ଧରି ମୁଁ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ରେ ଥିଲି। ମୋତେ ନିମୋନିଆ ହୋଇଥିଲା। ଡାକ୍ତର ଚାହୁଁଥିଲେ ଯେ ମୁଁ ସମ୍ପୂର୍ଣ୍ଣ ଭାବେ ଠିକ୍‌ ହୋଇଗଲା ପରେ ହିଁ ଘରକୁ ଫେରେ। ଆଜି ମୁଁ ଘରକୁ ଫେରିଛି। ଭଗବାନ, ମାଇ-ବାବାଙ୍କ ଆଶୀର୍ବାଦ ଓ ଆପଣ ସମସ୍ତଙ୍କ ଭଲପାଇବା ଏବଂ ପ୍ରାର୍ଥନା ଯୋଗୁ ମୁଁ ଆଜି ସୁସ୍ଥ ହୋଇପାରିଛି। ମୁଁ ଆପଣ ସମସ୍ତଙ୍କ ନିକଟରେ ହୃଦୟରୁ କୃତଜ୍ଞ।’

Advertisment

ସୂଚନାଯୋଗ୍ୟ, ଗତ ନଭେମ୍ବର ୧୧ରେ ହଠାତ୍‌ ଲତାଙ୍କୁ ନିଃଶ୍ୱାସ-ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥିଲା। ତେଣୁ ତାଙ୍କୁ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ଏ ଖବର ପାଇବା ପରେ ସାରା ଦେଶର ଲୋକେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକ୍‌ରେ ତାଙ୍କୁ ଭେଟିବାକୁ ଡାକ୍ତରଖାନାକୁ ମଧ୍ୟ ଯାଇଥିଲେ। ଅସୁସ୍ଥ ହେବା ପୂର୍ବରୁ ସେପ୍ଟେମ୍ବର ୨୮ ତାରିଖରେ ଲତା ଦିଦି ତାଙ୍କର ୯୦ ତମ ଜନ୍ମଦିନ ପାଳିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ