amitabh bachchan
ମୁମ୍ବାଇ: ବଲିଉଡ୍ ବିଗ୍ ବି ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ(୪୪) କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଉଭୟଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ଓ ଉଭୟ କରୋନା ପଜିଟିଭ୍ ନେଇ ଟ୍ୱିଟ୍ କରି ଶନିବାର ରାତିରେ ସୂଚନା ଦେଇଥିଲେ। ପ୍ରଥମେ କରୋନା ପଜିଟିଭ୍ ନେଇ ଅମିତାଭ ଟ୍ୱିଟ୍ କରିଥିଲେ ଓ ଏହାର କିଛି ସମୟ ପରେ ଅଭିଷେକ ଟ୍ୱିଟ୍ କରିଥିଲେ।
ଅମିତାଭଙ୍କୁ ମୁମ୍ବାଇ ସ୍ଥିତ ନାନାବତୀ ହସ୍ପିଟାଲ୍ର respiratory isolation unitରେ ଭର୍ତ୍ତି କରାଯାଇଥିବାବେଳେ ଅଭିଷେକଙ୍କୁ ମଧ୍ୟ ସେଇ ହସ୍ପିଟାଲ୍ର ଆଇସୋଲେସନ୍ ୟୁନିଟ୍ରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଚିକିତ୍ସା ଜାରି ରହିଛି।
ଅମିତାଭଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ଏ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଉଭୟ ଅମିତାଭ ଓ ଅଭିଷେକଙ୍କ ସାମାନ୍ୟ କରୋନା ଲକ୍ଷଣ ଜଣାପଡ଼ିବା ପରେ ସେମାନଙ୍କର ପ୍ରାରମ୍ଭିକ ଚିକିତ୍ସା ଆରମ୍ଭ ହୋଇଯାଇଛି।
ଅମିତାଭ ଓ ଅଭିଷେକଙ୍କ କରୋନା ପଜିଟିଭ୍ ଆସିବା ପରେ ପ୍ରଶଂସକମାନେ ସେମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।
ଗତ ମାସରେ, ଅମିତାଭଙ୍କ Gulabo Sitabo ଓଟିଟି ଫ୍ଲାଟ୍ଫର୍ମ ଆମାଜନ୍ ପ୍ରାଇମ୍ରେ ରିଲିଜ୍ ହୋଇଥିଲା। ଏହା ବିଗ୍ ବିଙ୍କ ପ୍ରଥମ ଡିଜିଟାଲ୍ ରିଲିଜ୍। ୭୭ ବର୍ଷୀୟ ଏହି ବରିଷ୍ଠ କଳାକାରଙ୍କ ଆଗାମୀ ଫିଲ୍ମ ବ୍ରହ୍ମାସ୍ତ୍ର ଫିଲ୍ମ ରହିଛି। ଆୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଅଭିନୟ କରିଛନ୍ତି। କରୋନା ପାଇଁ ଦେଶରେ ଲକଡାଉନ୍ କଟକଣା ଲାଗୁ ଯୋଗୁ ଏହି ଫିଲ୍ମର ଶୁଟିଂ ଏବେ ସ୍ଥଗିତ ରହିଥିବା ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/amitabh-bachchan_1626168644.jpg)