Advertisment

'କେଦାରନାଥ' ଫିଲ୍ମ କାହାଣୀ ଶୁଣି କାନ୍ଦି ପକାଇଥିଲେ ସୁଶାନ୍ତ

ନୂଆଦିଲ୍ଲୀ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତକୁ ଇତିମଧ୍ୟରେ ତିନିମାସରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ତାଙ୍କ ମୃତ୍ୟୁର ଅସଲ କାରଣ ଜଣାପଡ଼ିନାହିଁ। ତାଙ୍କୁ ଏବେବି ଝୁରୁଛନ୍ତି ଅଗଣିତ ପ୍ରଶଂସକ। ଏପରିକି ସୋସିଆଲ୍ ମିଡିଆରେ ଏବେବି ଏହି ପ୍ରତିଭାଶାଳୀ ଅଭିନେତାଙ୍କୁ ଦିଆଯାଉଛି ଶ୍ରଦ୍ଧାଞ୍ଜଳି। ଏହି କ୍ରମରେ ଫିଲ୍ମ ‘କେଦାରନାଥ’ର ଲେଖକ କନିକା ଧିଲୋନ୍ ମଧ୍ୟ ସୁଶାନ୍ତଙ୍କୁ ମନେ ପକାଇଛନ୍ତି। ❤️#SushantSinghRajput writing Mansoor 4U ws special!U gave it ur all!U teared up […]

ଅଦ୍ୟତନ ହୋଇଛି
'କେଦାରନାଥ' ଫିଲ୍ମ କାହାଣୀ ଶୁଣି କାନ୍ଦି ପକାଇଥିଲେ ସୁଶାନ୍ତ

sushant

Advertisment

ନୂଆଦିଲ୍ଲୀ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତକୁ ଇତିମଧ୍ୟରେ ତିନିମାସରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ତାଙ୍କ ମୃତ୍ୟୁର ଅସଲ କାରଣ ଜଣାପଡ଼ିନାହିଁ। ତାଙ୍କୁ ଏବେବି ଝୁରୁଛନ୍ତି ଅଗଣିତ ପ୍ରଶଂସକ। ଏପରିକି ସୋସିଆଲ୍ ମିଡିଆରେ ଏବେବି ଏହି ପ୍ରତିଭାଶାଳୀ ଅଭିନେତାଙ୍କୁ ଦିଆଯାଉଛି ଶ୍ରଦ୍ଧାଞ୍ଜଳି। ଏହି କ୍ରମରେ ଫିଲ୍ମ 'କେଦାରନାଥ'ର ଲେଖକ କନିକା ଧିଲୋନ୍ ମଧ୍ୟ ସୁଶାନ୍ତଙ୍କୁ ମନେ ପକାଇଛନ୍ତି।

Advertisment

https://twitter.com/KanikaDhillon/status/1308613883876143106?s=20

କନିକା କହିଛନ୍ତି, ସୁଶାନ୍ତ ସିଂହ ରାଜପୁତ ଫିଲ୍ମ 'କେଦାରନାଥ'କୁ ନେଇ ଖୁବ୍ ଉତ୍ସାହିତ ଥିଲେ। ସେ ଫିଲ୍ମରେ ନିଜ ଚରିତ୍ରକୁ ନେଇ ବହୁତ ଖୁସି ଥିଲେ। ସେ ଫିଲ୍ମର ଏଣ୍ଡିଂ (ଶେଷ)କୁ ଖୁବ୍ ପସନ୍ଦ କରୁଥିଲେ।

Kedarnath - Trailer Talk - The Red Sparrow

ଏମିତି ଏକ ଘଟଣାକୁ ମନେ ପକାଇ କନିକା ଟୁଇଟ୍ କରିଛନ୍ତି, 'ମୁଁ ତୁମ ପାଇଁ 'ମନସୁର'ର ଚରିତ୍ର ଲେଖିଥିଲି। ଏହି ଚରିତ୍ର ସର୍ବଦା ମୋ ହୃଦୟର ନିକଟତର ହୋଇ ରହିବ। ଆଜି ବି ମୋର ମନେ ଅଛି, ଯେତେବେଳେ ତୁମକୁ କେଦାରନାଥର ଏଣ୍ଡିଂ (ଶେଷ) କଥା କହିଥିଲି, ତୁମେ କାନ୍ଦି ପକାଇଥିଲ। ଫିଲ୍ମ ଶେଷରେ ଯେତେବେଳେ ମନସୁର୍ ଆମକୁ ଛାଡ଼ି ଚାଲିଯାଏ, ସେତେବେଳେ ଆମ ସମସ୍ତଙ୍କ ମୁହଁରେ ହସ ଥିଲା। ଅଭିନେତା ଭାବେ ତୁମର ଲେଗେସିକୁ ସେଲିବ୍ରେଟ୍ କରି ହିଁ ତୁମ ସହ ନ୍ୟାୟ କରାଯାଇପାରିବ।'

Advertisment

Sara Ali Khan and Sushant Singh Rajput's Sizzling Chemistry in Kedarnath - Photogallery

ସୂଚନାଯୋଗ୍ୟ, କେଦାରନାଥରେ ସୁଶାନ୍ତଙ୍କ ଚରିତ୍ରର ନାଁ ମନସୁର୍ ଥିଲା। ସେହି ଫିଲ୍ମରେ ସେ ସାରା ଅଲ୍ଲି ଖାନଙ୍କ ସହ କାମ କରିଥିଲେ। ଫିଲ୍ମର ସୁନ୍ଦର କାହାଣୀ ଏବଂ ଚମତ୍କାର କେମିଷ୍ଟ୍ରୀ ପାଇଁ ମନେ ପକାଯାଉଛି। କିନ୍ତୁ ବର୍ତ୍ତମାନ ଏହି ଫିଲ୍ମ ଅଲଗା କାରଣ ପାଇଁ ଚର୍ଚ୍ଚାରେ ଅଛି। ରିୟା ଚକ୍ରବର୍ତ୍ତୀ ଏନସିବି ଆଗରେ କହିଛନ୍ତି ଯେ ସୁଶାନ୍ତ 'କେଦାରନାଥ' ଫିଲ୍ମର ଶୁଟିଂ ସମୟରେ ମାରିଜୁଆନାର ସେବନ କରୁଥିଲେ। ଏପରିକି ସାରା ମଧ୍ୟ ସୁଶାନ୍ତଙ୍କ ସହ ଡ୍ରଗ୍ସ ସେବନ କରୁଥିବା ରିୟା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ