Advertisment

Katrina Kaif’s Everlasting Glow: ୪୨ ‍‍‍ବର୍ଷରେ ୨୨ ବର୍ଷ ଭଳି ଚମକୁଛନ୍ତି , କ୍ୟାଟ୍ରିନାଙ୍କ ଠାରୁ ଜାଣନ୍ତୁ ତାଙ୍କର ଫିଟନେସର ରହସ୍ୟ

ବଲିଉଡ୍‌ର ବିଉଟିଫୁଲ ଓ ସଫଳ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ସବୁବେଳେ ନିଜର ପରଫେକ୍ଟ ଫିଗର, ଗ୍ଲୋଇଙ୍ଗ ସ୍କିନ୍ , ଫିଟନେସ ଓ ସୌନ୍ଦର୍ଯ୍ୟ ପାଇଁ ନିଜ ଫ୍ୟାନ୍ସଙ୍କ ମଧ୍ୟରେ ଲୋକପ୍ରିୟ । ଚଳଚ୍ଚିତ୍ର ପ୍ରମୋଶନ୍ ହେଉ କି ଏୟାରପୋର୍ଟ ଲୁକ୍, ତାଙ୍କର ସିମ୍ପୁଲ ଓ ସେକ୍ସି ଲୁକ୍ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିନିଏ।

katrnia

katrnia Photograph: (OTV)

Advertisment

ବଲିଉଡ୍‌ର ବିଉଟିଫୁଲ ଓ ସଫଳ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ସବୁବେଳେ ନିଜର ପରଫେକ୍ଟ ଫିଗର, ଗ୍ଲୋଇଙ୍ଗ ସ୍କିନ୍ , ଫିଟନେସ ଓ ସୌନ୍ଦର୍ଯ୍ୟ ପାଇଁ ନିଜ ଫ୍ୟାନ୍ସଙ୍କ ମଧ୍ୟରେ ଲୋକପ୍ରିୟ । ଚଳଚ୍ଚିତ୍ର ପ୍ରମୋଶନ୍ ହେଉ କି ଏୟାରପୋର୍ଟ ଲୁକ୍, ତାଙ୍କର ସିମ୍ପୁଲ ଓ ସେକ୍ସି ଲୁକ୍ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିନିଏ। କିନ୍ତୁ ଏହି ଚମକ କେବଳ ମହଙ୍ଗା ପ୍ରଡକ୍ଟର କମାଲ ନୁହେଁ, ବରଂ ତାଙ୍କର ନିୟମିତ ରୁଟିନ୍ ଓ ସୁସ୍ଥ ଜୀବନଶୈଳୀର ଫଳ। 

Advertisment

କ୍ୟାଟ୍ରିନା ନିଜକୁ ଫିଟ୍ ଓ ସୁନ୍ଦର ରଖିବା ପାଇଁ ପ୍ରତିଦିନ ଛୋଟ କିନ୍ତୁ ପ୍ରଭାବଶାଳୀ ନିୟମଗୁଡ଼ିକ ପାଳନ କରନ୍ତି । ସେଗୁଡିକ ହେଲା ଡିଟକ୍ସ ଡ୍ରିଙ୍କ୍, ଯୋଗ, ସ୍ବାସ୍ଥ୍ୟକର ଖାଦ୍ୟ ଓ ପଜିଟିଭ୍ ମାଇଣ୍ଡସେଟ୍। ଆସନ୍ତୁ ଜାଣିବା କ୍ୟାଟ୍ରିନାଙ୍କ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ପଛରେ ପ୍ରକୃତ ରହସ୍ୟ କ’ଣ।

ଡିଟକ୍ସରୁ ଦିନର ଆରମ୍ଭ ଓ କ୍ଲିନ୍ ଡାଏଟ୍ ଫର୍ମୁଲା

କ୍ୟାଟ୍ରିନା ନିଜର ସକାଳ ସବୁବେଳେ ଡିଟକ୍ସ ଡ୍ରିଙ୍କରୁ ଆରମ୍ଭ କରନ୍ତି। ଉଠିଲା ପରେ ସେ ହାଲକା ଗରମ ପାଣିରେ ଲେମ୍ବୁ ଓ ମହୁ ମିଶାଇ ପିଅନ୍ତି, ଯାହା ଶରୀରକୁ ଡିଟକ୍ସ କରେ ଓ ମେଟାବୋଲିଜିମକୁ ସକ୍ରିୟ ରଖେ । 

Advertisment

ତାଙ୍କ ମତରେ ଦିନର ଭଲ ଆରମ୍ଭ ହିଁ ଗୋଟାଏ ଦିନର ଏନର୍ଜି ଲେଭଲକୁ ସେଟ୍ କରିଦିଏ। ଡାଏଟ୍ କଥା କହିବାକୁ ଗଲେ ସେ ଜଙ୍କ୍ ଫୁଡ୍‌ ଠାରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତି। ତାଙ୍କ ଦୈନିକ ଖାଦ୍ୟରେ ସିଝା ପରିବା, ଗ୍ରିଲ୍ଡ ଚିକେନ୍, ସୁପ୍, ବ୍ରାଉନ୍ ରାଇସ୍ ଓ ତାଜା ଫଳ ରହିଥାଏ। ସେ ଦିନସାରା ପ୍ରଚୁର ପାଣି ଓ ନଡ଼ିଆ ପାଣି ପିଅନ୍ତି ଯାହାଦ୍ୱାରା ଶରୀର ଓ ସ୍କିନ୍ ହାଇଡ୍ରେଟେଡ୍ ରହେ। 

ଓ୍ୱାର୍କଆଉଟ୍, ସ୍କିନ୍‌କେୟାର ଓ ପଜିଟିଭ୍ ମାଇଣ୍ଡସେଟ୍ 

ଫିଟ୍‌ନେସ୍ ହେଉଛି କ୍ୟାଟ୍ରିନାଙ୍କ ଜୀବନଶୈଳୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ। ସେ ସପ୍ତାହରେ ୬ ଦିନ ଯୋଗ, କାର୍ଡିଓ ଓ ଓ୍ୱେଟ୍ ଟ୍ରେନିଂ କରନ୍ତି। ତାଙ୍କ ମତରେ ଓ୍ୱାର୍କଆଉଟ୍ କେବଳ ଶରୀରକୁ ନୁହେଁ, ମନକୁ ମଧ୍ୟ ଏନର୍ଜାଇଜ୍ କରେ। ସ୍କିନ୍‌କେୟାରରେ ସେ ସରଳ ରୁଟିନ୍ ଅନୁସରଣ କରନ୍ତି। ରାତିରେ ମେକଅପ୍ ହଟାଇବା, ହାଲୁକା ମଏଶ୍ଚରାଇଜର ଲଗାଇବା ଓ ସନ୍‌ସ୍କ୍ରିନ୍ ଲଗାଇବାକୁ କଦାପି ଭୁଲିନଥାନ୍ତି। ସେ ବିଶ୍ୱାସ କରନ୍ତି କମ୍ ଜିନିଷ ହେଲେ ମଧ୍ୟ ନିୟମିତ ଭାବେ କରିବା ସ୍କିନ ସୁସ୍ଥ ରଖେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ସେ ସବୁବେଳେ ପଜିଟିଭ୍ ରହିବା ଓ ପର୍ଯ୍ୟାପ୍ତ ନିଦ ନେବାକୁ ଜରୁରୀ ଭାବନ୍ତି। ସେ ନିଜେ କୁହନ୍ତି ଯେତେବେଳେ ତୁମେ ଖୁସିରେ ରୁହ, ତୁମର ସ୍କିନ୍ ଆପେ ଆପେ ଗ୍ଲୋ କରିଥାଏ । 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ