Advertisment

ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକଙ୍କ ପରଲୋକ

ବେଙ୍ଗାଲୁରୁ: ପ୍ରଖ୍ୟାତ କାନାଡ଼ା ଫିଲ୍ମ ନିର୍ଦ୍ଦେଶକ ଭିଜୟ ରେଡ୍ଡୀଙ୍କ ପରଲୋକ ହୋଇଛି। ଚେନ୍ନାଇର ଏକ ଘରୋଇ ହସ୍‌ପିଟାଲ୍‌ରେ ୮୪ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରଛନ୍ତି ବିଜୟ। କାନାଡ଼ା ଫିଲ୍ମ ଜଗତରେ ଜଣେ ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶକ ହେଲେ ବିଜୟ ରେଡ୍ଡୀ। ସେ ଦର୍ଶକଙ୍କୁ ଅନେକ ବ୍ଲକବଷ୍ଟର ଫିଲ୍ମ ଭେଟି ଦେଇଛନ୍ତି। ପରିବାର ଲୋକଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବିଜୟ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ଏଥିପାଇଁ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍‌ପିଟାଲରେ […]

ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକଙ୍କ ପରଲୋକ

vijaya-rady

Advertisment

ବେଙ୍ଗାଲୁରୁ: ପ୍ରଖ୍ୟାତ କାନାଡ଼ା ଫିଲ୍ମ ନିର୍ଦ୍ଦେଶକ ଭିଜୟ ରେଡ୍ଡୀଙ୍କ ପରଲୋକ ହୋଇଛି। ଚେନ୍ନାଇର ଏକ ଘରୋଇ ହସ୍‌ପିଟାଲ୍‌ରେ ୮୪ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରଛନ୍ତି ବିଜୟ। କାନାଡ଼ା ଫିଲ୍ମ ଜଗତରେ ଜଣେ ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶକ ହେଲେ ବିଜୟ ରେଡ୍ଡୀ। ସେ ଦର୍ଶକଙ୍କୁ ଅନେକ ବ୍ଲକବଷ୍ଟର ଫିଲ୍ମ ଭେଟି ଦେଇଛନ୍ତି।

Advertisment

ପରିବାର ଲୋକଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବିଜୟ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ଏଥିପାଇଁ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍‌ପିଟାଲ୍‌ରେ ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ତାଙ୍କ ନିର୍ଦ୍ଦେଶିତ ସୁପର ହିଟ୍ ଫିଲ୍ମ ମଧ୍ୟରେ ଗନ୍ଧଡଗୁଡି, ଭକ୍ତପ୍ରହଲ୍ଲାଦ ଏବଂ ନା ନିନ୍ନା ମରେୟାଲାରେ ଅନ୍ୟତମ।  

ବିଜୟ ରେଡ୍ଡୀଙ୍କ ବିୟୋଗରେ କାନାଡ଼ା ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି। ପୁନୀତ ରାଜକୁମାରଙ୍କ ସମେତ ଅନେକ ଫିଲ୍ମ ଷ୍ଟାର୍ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହିତ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।       

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ