Advertisment

'ଉଦ୍ଧବ, ଆଜି ମୋ ଘର ଭାଙ୍ଗିଛ, କାଲି ତୁମ ଗର୍ବ ଭାଙ୍ଗିବ'

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ମୁମ୍ବାଇରେ ପହଞ୍ଚିବା ମାତ୍ରକେ ନିଜର ଦମ୍ ଦେଖାଇଛନ୍ତି। କଙ୍ଗନା ନିଜର ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନାଁ ନେଇ ତାଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। କଙ୍ଗନା କହିଛନ୍ତି, ଉଦ୍ଧବ ଠାକରେ ତୁମକୁ କ’ଣ ଲାଗୁଛି, ତୁମେ ଫିଲ୍ମ ମାଫିଆଙ୍କ ସହ ମିଶି ମୋ ଘର ଭାଙ୍ଗି ମୋ’ଠାରୁ ବହୁତ ବଡ଼ ପ୍ରତିଶୋଧ ନେଇଛ। ଆଜି ତୁମେ ମୋ ଘର ଭାଙ୍ଗିଛ, […]

ଅଦ୍ୟତନ ହୋଇଛି
'ଉଦ୍ଧବ, ଆଜି ମୋ ଘର ଭାଙ୍ଗିଛ, କାଲି ତୁମ ଗର୍ବ ଭାଙ୍ଗିବ'

kangna1

Advertisment

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ମୁମ୍ବାଇରେ ପହଞ୍ଚିବା ମାତ୍ରକେ ନିଜର ଦମ୍ ଦେଖାଇଛନ୍ତି। କଙ୍ଗନା ନିଜର ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନାଁ ନେଇ ତାଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି।

Advertisment

କଙ୍ଗନା କହିଛନ୍ତି, ଉଦ୍ଧବ ଠାକରେ ତୁମକୁ କ'ଣ ଲାଗୁଛି, ତୁମେ ଫିଲ୍ମ ମାଫିଆଙ୍କ ସହ ମିଶି ମୋ ଘର ଭାଙ୍ଗି ମୋ'ଠାରୁ ବହୁତ ବଡ଼ ପ୍ରତିଶୋଧ ନେଇଛ। ଆଜି ତୁମେ ମୋ ଘର ଭାଙ୍ଗିଛ, କାଲି ତୁମ ଗର୍ବ ଭାଙ୍ଗିବ। ମନେ ରଖା ଏହା ହେଉଛି ସମୟର ଚକ୍ର। ଯାହା ସବୁବେଳେ ଗୋଟିଏ ହୋଇ ରହେ ନାହିଁ।

https://twitter.com/KanganaTeam/status/1303636961131782147?s=20

କଙ୍ଗନା କହିଛନ୍ତି, ମୋତେ ଲାଗୁଛି ତୁମେ ମୋ ଉପରେ ଦୟା କରିଛ। କାରଣ ମୁଁ ଜାଣିଥିଲି କଶ୍ମୀର ପଣ୍ଡିତଙ୍କ ଉପରେ କ'ଣ ବିତୁଥିବ, ତାହା ଆଜି ମୁଁ ଅନୁଭୂତ କଲି ଏବଂ ଆଜି ମୁଁ ଏହି ଦେଶକୁ ପ୍ରତିଶ୍ରୁତି ଦେଉଛି ଯେ ମୁଁ କେବଳ ଅଯୋଧ୍ୟା ଉପରେ ନୁହେଁ ବରଂ କଶ୍ମୀର ଉପରେ ମଧ୍ୟ ଏକ ଫିଲ୍ମ ନିର୍ମାଣ କରିବି। ଏହା କରି ମୁଁ ନିଜ ଦେଶବାସୀଙ୍କୁ ଜାଗୃତ କରିବି, କାରଣ ମୁଁ ଜାଣିଥିଲି ଯେ ମୋ ସହ କ'ଣ ହେବ। କିନ୍ତୁ ମୋ ସହ ଯାହା ହେଲା, ଏହାର କିଛି ଅର୍ଥ ଅଛି।

Advertisment

କଙ୍ଗନା କହିଛନ୍ତି, ଉଦ୍ଧବ ଠାକରେ ଆଜି ତୁମେ ଯେଉଁ କ୍ରୁରତା ଦେଖାଇଛ ଏବଂ ଯେଉଁ ଆତଙ୍କ ଦେଖାଇଛ, ଭଲ ହେଲା, ତାହା ମୋ ସହ ହୋଇଛି। କାରଣ ଏହାର ବି କିଛି ଅର୍ଥ ଅଛି। ଜୟ ହିନ୍ଦ, ଜୟ ମହାରାଷ୍ଟ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ