kajaol-agrawal
ମୁମ୍ବାଇ: ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବଲିଉଡ୍ ଅଭିନେତ୍ରୀ କାଜଲ ଅଗ୍ରୱାଲ। ସେ ପ୍ରତିଷ୍ଠିତ ବ୍ୟବସାୟୀ ଗୌତମ କିଚ୍ଲୁଙ୍କୁ ବିବାହ କରିବେ। କିନ୍ତୁ ମ୍ୟାରେଜ୍ ପୂର୍ବରୁ ଉଭୟ ବହୁତ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି। ଏହି ଅବସରରେ ଉଭୟ ବିତାଉଥିବା ସବୁ ମୁହୂର୍ତ୍ତ ସୋସିଆଲ ମିଡିଆରେ ସେୟାର କରିବାକୁ ପଛାଉନାହାନ୍ତି।
କିଛି ଦିନର ବ୍ୟବଧାନ ପରେ ଏହି ଯୋଡ଼ି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ପବିତ୍ର ଦଶହରା ଅବସରରେ ଦୁହେଁ ଏକାଠି ହେବା ସହ ଫଟୋ ମଧ୍ୟ ଶେୟାର କରିଛନ୍ତି। ନିଜ ପୋଷ୍ଟରେ ସେ ଲେଖିଛନ୍ତି ଯେ ‘’ପ୍ରି-ୱେଡିଂ ଫେଷ୍ଟିଭିଟିଜ୍’’।
କାଜଲ ଓ ଗୌତମ ଦୁହେଁ ଏକାଠି ଥିବା ଫଟୋକୁ ନିଜ ଇନ୍ଷ୍ଟାଗ୍ରାମରେ ଶେୟାର କରି ଲେଖିଛନ୍ତି ଯେ, ଆମ ତରଫରୁ ଦଶହରାର ଶୁଭେଚ୍ଛା। ସେହିପରି କାଜଲଙ୍କ ଭାବି ସ୍ୱାମୀ ଗୌତମ କିଚ୍ଲୁ ନିଜ ଇନ୍ଷ୍ଟାଗ୍ରାମ୍ରେ ଦୁଇଟି ସମାନ ଗ୍ଲାସ୍ ଥିବା ଫଟୋକୁସେୟାର କରିଥିଲେ। ଯେଉଁଥିରେ ସେ ଲେଖିଥିଲେ ଯେ ’ପ୍ରି-ୱେଡିଂ ଫେଷ୍ଟିଭିଟିଜ୍’’।
ସେହିପରି କାଜଲଙ୍କ ଭଉଣୀ ନିଶା ଅଗ୍ରଓୱାଲ ମଧ୍ୟ ପୂଜା ଅବସରରେ ଫଟୋ ନିଜ ଇନ୍ଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଫଟୋରେ ନିଶା, କାଜଲ ଓ ତାଙ୍କ ମା, ଗୌତମ ମଧ୍ୟ ଫଟୋରେ ଅଛନ୍ତି ଓ ଅନ୍ୟ ଏକ ଫଟୋରେ କାଜଲ, ନିଶା ଓ ତାଙ୍କ ମା ଅଛନ୍ତି।
ବଲିଉଡ୍ ଅଭିନେତ୍ରୀ କାଜଲ ଅଗ୍ରୱାଲ କିଛି ଦିନ ପୂର୍ବରୁ ସେ ତାଙ୍କର ମ୍ୟାରେଜ ନେଇ ସୋସିଆଲ ମିଡିଆରେ ସେୟାର କରିଥିଲେ। ସେ କହିଥିଲେ ଯେ, ''ଏହା ମୋତେ ଖହିବାକୁ ଖୁସି ଲାଗୁଛି ଯେ ମୁଁ ଆସନ୍ତା ଅକ୍ଟୋବର ୩୦ରେ ଗୌତମ କିଚଲୁଙ୍କୁ ବିବାହ କରିବାକୁ ଯାଉଛି। ଏହି ବିବାହ କେବଳ ପରିବାର ଗହଣରେ ମୁମ୍ବାଇରେ ଅନୁଷ୍ଠିତ ହେବ। ଏହି ମହାମାରୀ ଆମର ଖୁସି ଛଡ଼ାଇ ନେଇଛି କିନ୍ତୁ ଆମେ ପୁଣି ଥରେ ସୁନ୍ଦର ଜୀବନ ଆରମ୍ଭ କରିବୁ। ଏହି ଅବସରରେ ଆପଣମାନେ ଆମକୁ ହୃଦୟର ସହ ଉତ୍ସାହିତ କରିବେ ବୋଲି ମୋର ଆଶା।''
ପ୍ରକାଶଥାଉକି, କାଜଲ ଅଗ୍ରୱାଲ ପ୍ରଥମେ ତାମିଲ ଓ ତେଲୁଗୁ ସିନେମାରେ ଅଭିନୟ ଆରମ୍ଭ କରିଥିଲେ। ପରେ ବଲିଉଡ୍ରେ ପାଦ ଥାପିଥିଲେ। ହିନ୍ଦୀ ଫିଲ୍ମ ସିଙ୍ଘମ ଓ ସ୍ପେଶାଲ-୨୬ରେ ସେ ଅଭନେତ୍ରୀ ଭାବେ ନଜରକୁ ଆସିଥିଲେ। ଗୋତମ କିଚ୍ଲୁ ହୋମ୍ ଇଣ୍ଟେରିୟର ଡିଜାଇନ୍ ଲେବଲ୍ ଡିସସର୍ଣ୍ଣ ଲିଭିଂର ପ୍ରତିଷ୍ଠାତା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/kajaol-agrawal_1625183162.jpg)