jakki
ନୂଆଦିଲ୍ଲୀ : ବଲିଉଡ୍ ଫିଲ୍ମ ଜଗତର ପ୍ରସିଦ୍ଧ ଅଭିନେତା ଜ୍ୟାକ୍ ଶ୍ରଫ୍ । ନିଜ କ୍ୟାରିୟରରେ ସେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ବଲିଉଡ୍କୁ । ନିଜର ସ୍ୱତନ୍ତ୍ର ଡାଇଲଗ୍ସ ଓ ଦମଦାର ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ନିକଟରେ ସେ ‘ ଦ କପିଲ ଶର୍ମା ସୋ ’ କୁ ଯାଇଥିଲେ । ସେଥିରେ ଖୁବ୍ ମଜା କରିବା ସହ ନିଜ ଅତୀତକୁ ମନେପକାଇ ବହୁତ କଥାର ରହସ୍ୟ ଖୋଲିଥିଲେ । ସେ ନିଜର ସ୍କୁଲ୍ ବେଳରୁ ଯୁବକ ଯାଏ ସବୁ ଘଟଣାକୁ ବଖାଣିଥିଲେ , ଯାହାକି ଅନ୍ୟକୁ ଅଜଣା ଥିଲା ।
ଜ୍ୟାକି ‘ ଦ କପିଲ ଶର୍ମା ସୋ ’ରେ ଖୁବ୍ ମସ୍ତିମଜାକ ସହ କହିଥିଲେ ନିଜ ସ୍କୁଲ ବେଳର କଥା । ସେ ନିଜର ଜଣେ ଗର୍ଲଫ୍ରେଣ୍ଡଙ୍କ ସହ କେମିତି ପ୍ରାଙ୍କ କରିଥିଲେ । ଦିନେ ସେହି ଝିଅଟି ଜ୍ୟାକିଙ୍କୁ କହିଲା କି ସେ ତାଙ୍କ ମାଆଙ୍କୁ ଭେଟିବାକୁ ଚାହୁଁଛନ୍ତି । ଜ୍ୟାକି ତାଙ୍କୁ ମିଛରେ କହିଥିଲେ କି , ‘’ ମୁଁ ମାଆଙ୍କ ସହ ରହୁନାହିଁ । ପିଜିରେ ଏକଲା ରହୁଛି ।‘’
ଆଉ ଜ୍ୟାକି ମଧ୍ୟ ଏହି କଥାରେ ନିଜ ମାଆଙ୍କୁ ମନେଇ ଦେଇଥିଲେ । କିଛି ସମୟ ପାଇଁ ସେ ଘରୁ ବାହାରେ ରହିବାକୁ ମାଆଙ୍କୁ କହିଥିଲେ । ଆଉ ଜ୍ୟାକିଙ୍କ ଠାରୁ ସବୁ କଥା ଶୁଣି ତାଙ୍କ ମାଆ ତାଙ୍କୁ ସାହାଯ୍ୟ କରିଥିଲେ । ମାଆ ସେଦିନ ୩୦ ମିନିଟ ଯାଏ ଘର ବାହାରେ ରହିଥିଲେ ।
ଜ୍ୟାକି ଶ୍ରଫ୍ଙ୍କର ଆଗକୁ ଦୁଇଟି ଫିଲ୍ମ ଆସୁଛୁ , 'ମୁମ୍ୱାଇ ସାଗା' ଓ ରାଧେ। ଏହି ଦୁଇଟି ଫିଲ୍ମ ୨୦୨୦ରେ ରିଲିଜ୍ ହେବ । ଫିଲ୍ମ ରାଧେ ରେ ଜ୍ୟାକିଙ୍କ ସହ ସୁପରଷ୍ଟାର ସଲମାନ ଖାନ୍ ନଜର ଆସିବେ । ଫିଲ୍ମ ରାଧେର ଟିଜର ରିଲିଜ୍ ହୋଇସାରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/jakki_1626689719.jpg)