Advertisment

ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟାଙ୍କୁ ୯ ଘଣ୍ଟା ଜେରା, ସାମ୍ନାକୁ ଆସିଲା ଅନେକ ତଥ୍ୟ...

ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂ ରାଜପୁତ ଙ୍କ ଆତ୍ମହତ୍ୟା ପଛର କାରଣ କ’ଣ ହୋଇପାରେ, ଏହାକୁ ନେଇ ଏବେ ଖୋଳତାଡ଼ ଆରମ୍ଭ ହୋଇଯାଇଛି। କାରଣ କେହି କେବେ ଭାବି ନ ଥିଲେ ସେ, ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବେ। ଏହି ଘଟଣା ପରେ ତାଙ୍କର ଫ୍ୟାନ୍ସଙ୍କଠୁ ଆରମ୍ଭ କରି ପରିବାର ଲୋକେ ସମସ୍ତେ ଭାଙ୍ଗି ପଡ଼ିଛନ୍ତି। ସମସ୍ତଙ୍କୁ ଏକ ପ୍ରକାର ଝଟ୍‌କା ଲାଗିଛି। ଏପରିକି ବଲିଉଡ୍‌ ଇଣ୍ଡଷ୍ଟ୍ରି ମଧ୍ୟ ଏହି ଘଟଣା ପରଠୁ ଏକ […]

ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟାଙ୍କୁ ୯ ଘଣ୍ଟା ଜେରା, ସାମ୍ନାକୁ ଆସିଲା ଅନେକ ତଥ୍ୟ...

sushant singh rajput suicide case

Advertisment

ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂ ରାଜପୁତ ଙ୍କ ଆତ୍ମହତ୍ୟା ପଛର କାରଣ କ’ଣ ହୋଇପାରେ, ଏହାକୁ ନେଇ ଏବେ ଖୋଳତାଡ଼ ଆରମ୍ଭ ହୋଇଯାଇଛି। କାରଣ କେହି କେବେ ଭାବି ନ ଥିଲେ ସେ, ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବେ। ଏହି ଘଟଣା ପରେ ତାଙ୍କର ଫ୍ୟାନ୍ସଙ୍କଠୁ ଆରମ୍ଭ କରି ପରିବାର ଲୋକେ ସମସ୍ତେ ଭାଙ୍ଗି ପଡ଼ିଛନ୍ତି। ସମସ୍ତଙ୍କୁ ଏକ ପ୍ରକାର ଝଟ୍‌କା ଲାଗିଛି। ଏପରିକି ବଲିଉଡ୍‌ ଇଣ୍ଡଷ୍ଟ୍ରି ମଧ୍ୟ ଏହି ଘଟଣା ପରଠୁ ଏକ ପ୍ରକାର ସ୍ତବ୍ଧ ହୋଇଯାଇଛି।

Advertisment

ଅଭିନେତା ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ଘଟଣାରେ ବର୍ତ୍ତମାନ ସୁଦ୍ଧା ବାନ୍ଦ୍ରା ପୁଲିସ୍‌ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ଙ୍କ ସମେତ ୧୩ଜଣଙ୍କ ବୟାନ ରେକର୍ଡ କରିଛି।

ଗତକାଲି ପ୍ରାୟ ୯ଘଣ୍ଟା ଧରି ରିୟାଙ୍କୁ ପୁଲିସ୍‌ ପଚରାଉଚରା କରିଥିଲା। ରିୟାଙ୍କୁ ପଚରାଉଚରା ବେଳେ ଅନେକ ଘଟଣା ସାମ୍ନାକୁ ଆସିଛି। ତେଣୁ ସୁଶାନ୍ତଙ୍କ ଆତ୍ମହତ୍ୟାର ରହସ୍ୟ ଖୋଲିପାରେ ବୋଲି ଜଣାପଡ଼ିଛି।

Advertisment

କେବେ ହୋଇଥିଲା ସୁଶାନ୍ତ ଓ ରିୟାଙ୍କ ସାକ୍ଷାତ ? 

ସୁଶାନ୍ତଙ୍କ ସହ ତାଙ୍କର କେବେ ହୋଇଥିଲା ସାକ୍ଷାତ ? ପଚରାଉଚରାବେଳେ ଏ ସମ୍ପର୍କରେ ରିୟା କହିଥିଲେ, ‘୨୦୧୩ରେ ସୁଶାନ୍ତଙ୍କ ସହ ମୋର ସାକ୍ଷାତ ହୋଇଥିଲା। ସେତେବେଳେ ସୁଶାନ୍ତ 'Shuddh Desi Romance'ଫିଲ୍ମରେ କାମ କରୁଥିବାବେଳେ ମୁଁ ‘Mere Dad Ki Maruti’  ଫିଲ୍ମ ପାଇଁ କାମ କରୁଥିଲି। ଏହି ଦୁଇଟି ଫିଲ୍ମର ଶୁଟିଂ ସେଟ୍ ବହୁତ ପାଖାପାଖି ଥିଲା। ସେହିଠାରେ ହିଁ ଆମର ପ୍ରଥମ ଦେଖାସାକ୍ଷାତ ହୋଇଥିଲା। ସୁଶାନ୍ତଙ୍କ ସହ ବିଭିନ୍ନ ପାର୍ଟିରେ ଦେଖାହୋଇଥିଲା। ଏକ ପାର୍ଟିରେ ଆମେ ଦୁହେଁ ପରସ୍ପରର ବନ୍ଧୁ ହୋଇଗଲୁ। ଏହାପରେ ଆମେ ପରସ୍ପରର ନମ୍ବର ନେଇଥିଲୁ। ବେଳେବେଳେ ଆମେ ପରସ୍ପରକୁ ଭେଟିଥିଲୁ। କିନ୍ତୁ ସେତେବେଳେ ସୁଶାନ୍ତ ରିଲେସନ୍‌ସିପ୍‌ରେ ଥିଲେ।’

ରିୟା ଆହୁରି କହିଛନ୍ତି, “ଆମେ ପରସ୍ପର ସହ ଯୋଗାଯୋଗରେ ଥିଲୁ। ୨୦୧୭-୨୦୧୮ ମଧ୍ୟରେ ଆମ ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇଥିଲା।’

Advertisment

କ’ଣ ଭାବୁ ଥିଲେ ସୁଶାନ୍ତ ? 

"ସୁଶାନ୍ତ ଲଗାତାର ଭାବରେ କୌଣସି ବିଷୟରେ ଚିନ୍ତା କରୁଥିଲେ। କିନ୍ତୁ ସେ ସେ ସମ୍ପର୍କରେ ସେ କାହାକୁ କିଛି ବି କହୁନଥିଲେ। ଯେତେବେଳେ ସେ କୌଣସି କଥାକୁ ନେଇ ଚିନ୍ତାରେ ରହୁଥିଲେ,, ସେହି ସମୟରେ ସେ ଏକାକୀ ଯାଇ ପୁଣେ ସ୍ଥିତ ତାଙ୍କ ଫାର୍ମ ହାଉସରେ ରହୁଥିଲେ। ସେ ଡିପ୍ରେସନ୍‌ରେ ଥିଲେ। ତେଣୁ ସେ ଡାକ୍ତରଙ୍କ ପାଖକୁ ଯାଇ ଚିକିତ୍ସା ଆରମ୍ଭ କରିଥିଲେ। କିନ୍ତୁ ଗତ କିଛି ଦିନ ହେବ ସେ ମେଡିସିନ୍‌ ଖାଇବା ବନ୍ଦ କରି ଦେଇଥିଲେ’ ବୋଲି ରିୟା ପଚରାଉଚରା ବେଳେ ପୁଲିସ୍‌ ଏହା କହିଛନ୍ତି।

ଜୁନ୍ ୬ ଯାଏ ମୁଁ ସୁଶାନ୍ତଙ୍କ ଘରେ ଥିଲି....

ରିୟା କହିଛନ୍ତି, “ ଜୁନ୍‌ ୬ ଯାଏ ମୁଁ ସୁଶାନ୍ତ ଘରେ ଥିଲି। କିଛି ଦିନ ରହିବା ପରେ ସୁଶାନ୍ତ ମୋତେ କହିଥିଲେ ମୁଁ ଏକୁଟିଆ ରହିବାକୁ ଚାହୁଁଛି। ଏହାପରେ ମୁଁ ତାଙ୍କ ଘରୁ ଚାଲି ଆସିଥିଲି। କିନ୍ତୁ ଜୁନ୍ ୧୪ରେ, ମୁଁ ଖବର ପାଇଲି ଯେ ସେ ଆତ୍ମହତ୍ୟା କରିଛନ୍ତି। ଯାହା ମୋତେ ଆଶ୍ଚର୍ଯ୍ୟ କରିଥିଲା। ମୁଁ କେବେ ଭାବି ନ ଥିଲି ଯେ, ସେ ଏତେ ଦୂରକୁ ଚାଲିଯିବେ ବୋଲି’।

ଆହୁରି ପଢ଼ନ୍ତୁ: ମୃତ୍ୟୁର ତିନି ଦିନ ପୂର୍ବରୁ ଷ୍ଟାଫ୍‌ଙ୍କୁ ଏମିତି କଥା କହିଥିଲେ ସୁଶାନ୍ତ

Sushant Singh Rajput Rhea Chakraborty News Sushant Singh Rajput Suicide Rhea Chakraborty Rhea Chakraborty Intorrogation Sushant Singh Rajput Girl Friend
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ