Advertisment

ଇଣ୍ଡିଆନ୍ ଆଇଡଲ୍ ଷ୍ଟେଜ୍ ପାଲଟିଲା ରଣକ୍ଷେତ୍ର, ଡାନିସଙ୍କୁ ପିଟିଲେ ମହିଳା ପ୍ରତିଯୋଗୀ ଗ୍ୟାଙ୍ଗ ! ଭିଡିଓ ଭାଇରାଲ..

ମୁମ୍ବାଇ: ସବୁବେଳେ ହସ ମଜା ଆଉ ଇମୋସନରେ ଭରପୁର ରହୁଥିବା ରିଆଲିଟି ଶୋ’ ଇଣ୍ଡିଆନ ଆଇଡଲ୍ ୧୨ ଷ୍ଟେଜ୍ ହଠାତ୍ ରଣ କ୍ଷେତ୍ରରେ ପାଲଟିଗଲା। ଗୋଟିଏ ପରିବାର ଭଳି ଚଳି ଆସୁଥିବା ପ୍ରତିଯୋଗୀମାନେ ହାତାହାତି ହେବାକୁ ବି ପଛାଇଲେନି । ଏକଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଏହା ସତ। ପ୍ରତିଯୋଗୀଙ୍କ ମଧ୍ୟରେ ହାତାହାତି ହେଉଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହ ଭିଡିଓ ଦେଖି  ଫ୍ୟାନ୍‌ମାନେ ମଧ୍ୟ ବେଶ୍ ଏଣ୍ଟରଟେନ୍ […]

ଇଣ୍ଡିଆନ୍ ଆଇଡଲ୍ ଷ୍ଟେଜ୍ ପାଲଟିଲା ରଣକ୍ଷେତ୍ର, ଡାନିସଙ୍କୁ ପିଟିଲେ ମହିଳା ପ୍ରତିଯୋଗୀ ଗ୍ୟାଙ୍ଗ ! ଭିଡିଓ ଭାଇରାଲ..

Indian-Idol

Advertisment

ମୁମ୍ବାଇ: ସବୁବେଳେ ହସ ମଜା ଆଉ ଇମୋସନରେ ଭରପୁର ରହୁଥିବା ରିଆଲିଟି ଶୋ’ ଇଣ୍ଡିଆନ ଆଇଡଲ୍ ୧୨ ଷ୍ଟେଜ୍ ହଠାତ୍ ରଣ କ୍ଷେତ୍ରରେ ପାଲଟିଗଲା। ଗୋଟିଏ ପରିବାର ଭଳି ଚଳି ଆସୁଥିବା ପ୍ରତିଯୋଗୀମାନେ ହାତାହାତି ହେବାକୁ ବି ପଛାଇଲେନି । ଏକଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଏହା ସତ। ପ୍ରତିଯୋଗୀଙ୍କ ମଧ୍ୟରେ ହାତାହାତି ହେଉଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହ ଭିଡିଓ ଦେଖି  ଫ୍ୟାନ୍‌ମାନେ ମଧ୍ୟ ବେଶ୍ ଏଣ୍ଟରଟେନ୍ ହେଇଛନ୍ତି । ଆଉ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି । ସେଥିରୁ କିଛି ଭଲ କମେଣ୍ଟ ରହିଛି ଆଉ କିଛି ଭଲ କମ୍ପ୍ଲିମେଣ୍ଟ ବି ରହିଛି।

Advertisment

ତେବେ ଏଠି ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ପ୍ରତିଯୋଗୀଙ୍କ ହାତାହାତି ହେବାର ଦୃଶ୍ୟ ଦେଖି ଫ୍ୟାନ୍ସମାନେ ଏଣ୍ଟରଟେନ୍ କାହିଁକି ହେଲେ ? ଏହି ଭିଡିଓଟି ଦେଖିବା ପରେ ଆପଣ ବି ଠିକ୍ ସେମିତି ଅନୁଭବ କରିବେ, ଯାହା ଫ୍ୟାନ୍ସମାନେ ଅନୁଭବ କରିଛନ୍ତି।

ଇଣ୍ଡିଆନ ଆଇଡଲ-୧୨, ଏବେ ଗ୍ରାଣ୍ଡ ଫିନାଲେ ଆଡ଼କୁ ଆଗେଇ ଚାଲିଛି। ଆଉ ମାତ୍ର ହାତ ଗଣତି କେଇଟା ଶୋ’ ପରେ ଗ୍ରାଣ୍ଡ ଫିନାଲେ ହେବାକୁ ଯାଉଛି। ଖୁବଶୀଘ୍ର ଏହି ପ୍ରତିଯୋଗୀଙ୍କ ମଧ୍ୟରେ ଜଣେ ବିଜୟ ମୁକୁଟ ପିନ୍ଧିବ। ଏଥର ପ୍ରତିଯୋଗୀଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି। ସମସ୍ତେ ନିଜ ଗୀତ ପାଇଁ ଏବେ ବେଶ୍ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି। ସବୁ ପ୍ରତିଯୋଗୀଙ୍କ ମଧ୍ୟରେ ଅରୁଣିତା ଓ ପୱନଦୀପଙ୍କ ଯୋଡ଼ିକୁ ଲୋକ ବେଶି ପସନ୍ଦ କରିଛନ୍ତି।

Advertisment

Arunita Pawandeep

ଏହି ଶୋ’କୁ ନେହା କକ୍କର, ବିଶାଲ ଦାଦଲାନି ଏବଂ ହିମେଶ ରେଶମିଆ ଜଜ୍ କରୁଛନ୍ତି । ପ୍ରତିଯୋଗୀ ଓ ଜଜମାନଙ୍କ ପାଇଁ ମଧ୍ୟ ଶୋ’ ଟିଆରପି ତାଲିକାରେ ଶୀର୍ଷରେ ରହିଛି। ଉଭୟ ଜଜ୍ ଓ ପ୍ରତିଯୋଗୀଙ୍କ ମଧ୍ୟରେ ସୁସମ୍ପର୍କ ରହିସାରିଲାଣି। ତେବେ ପ୍ରତିଯୋଗୀଙ୍କ ମଧ୍ୟରେ ସମ୍ପର୍କ କିନ୍ତୁ ତା’ଠାରୁ ଢ଼େର ମଜଭୁତ୍ ହୋଇସାରିଛି। ସେମାନେ ପରସ୍ପର ମଧ୍ୟରେ ସୁଖ ଦୁଃଖ ବାଣ୍ଟିବା ସହ ଅସୁବିଧା ସମୟରେ ମଧ୍ୟ ପରସ୍ପରକୁ ସାହାଯ୍ୟ କରୁଥିବା ଦେଖାଯାଇଛି । ଏମିତିକି ସଂଗୀତ ଅଭ୍ୟାସ ବେଳେ ମଧ୍ୟ ପରସ୍ପରକୁ ସହଯୋଗ କରିଥାନ୍ତି ପ୍ରତିଯୋଗୀମାନେ।

ତେବେ ଆମେ ଯେଉଁ ଭିଡିଓ କଥା କହୁଛୁ ସେହି ଭିଡିଓରେ ଅଞ୍ଜଲି ଗାଇକ୍ୱାଡ, ଅରୁଣିତା କାଞ୍ଜିଲାଲ, ମହମ୍ମଦ ଡାନିଶ ଏବଂ ଶାନମୁଖାପ୍ରିୟା ରହିଛି । ସେମାନେ ପରସ୍ପରକୁ ଚାପୁଡ଼ା ମାରୁଥିବା ଦେଖାଯାଇଛି। ଏହି ଭିଡିଓର ବ୍ୟାକଗ୍ରାଉଣ୍ଡରେ ଏକ ଗୀତ ମଧ୍ୟ ଶୁଣିବାକୁ ମିଳୁଛି। ତେବେ ଭିଡିଓରେ ପ୍ରଥମେ ଜଣେ ଅନ୍ୟ ଜଣକୁ ଚାପୁଡ଼ା ମରୁଛନ୍ତି, ହେଲେ ହଠାତ୍ ଏମିତି କିଛି ଘଟିଲା ଯେ, ସମସ୍ତେ ମିଶି ମହମ୍ମଦ ଡାନିସଙ୍କୁ ଆକ୍ରମଣ କରୁଛନ୍ତି ।

Advertisment

ଦେଖନ୍ତ ଭିଡିଓ...

ମିଳିଥିବା ସୂଚନ ଅନୁଯାୟୀ, ପ୍ରତିଯୋଗୀମାନେ ଇଣ୍ଡିଆନ ଆଇଡଲ ୧୨ର ଆଗାମୀ ଏପିସୋଡ୍ ସୁଟିଂ ସାରିବା ପରେ ଅପୋ ସ୍କ୍ରିନରେ ମସ୍ତି କରୁଥିଲେ । ଏହାସହ ସେହି ମସ୍ତିର ଭିଡିଓ ରେକର୍ଡିଂ କରି ଡାନିସ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Indian Idol Mohammad Danish Pawan Deep
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ