BAFTA Photograph: (OTV)
ଭାରତୀୟ ସିନେମାକୁ ‘ବାଫଟା’ ସମ୍ମାନ। ଭାରତୀୟ ଫିଲ୍ମ ‘ବୁଙ୍ଗ’ ପାଇଁ ଆସିଛି ବଡ଼ ସଫଳତା। ପ୍ରସିଦ୍ଧ ବ୍ରିଟିଶ୍ ଫିଲ୍ମ ସମ୍ମାନ BAFTA Awardsରେ ‘ବୁଙ୍ଗ’କୁ ଶ୍ରେଷ୍ଠ ପାରିବାରିକ ଫିଲ୍ମ ସମ୍ମାନିତ କରାଯାଇଛି। ପ୍ରଥମ ଥର ପାଇଁ କୌଣସି ଭାରତୀୟ ସିନେମାକୁ ବାଫଟାରେ ସମ୍ମାନିତ କରାଯାଇଛି।
ମଣିପୁରୀ ଭାଷାରେ ନିର୍ମାଣ ହୋଇଥିବା ‘ବୁଙ୍ଗ’ର ନିର୍ଦ୍ଦେଶନା ଦେଇଛନ୍ତି ଲକ୍ଷ୍ମୀପ୍ରୀୟା ଦେବୀ ଓ ଏହାର ପ୍ରଯୋଜନା ସମ୍ଭାଳିଛନ୍ତି ଅଭିନେତା ଫରହାନ୍ ଅଖତର। ମଣିପୁରରେ ରାଜନୈତିକ ଅସ୍ଥିରତା ଭିତରେ ୧୦ ବର୍ଷୀୟ ଛୋଟ ଛୁଆର କାହାଣୀକୁ ନେଇ ଫିଲ୍ମ ନିର୍ମାଣ ହୋଇଛି। ‘ବୁଙ୍ଗ’ ଫିଲ୍ମର କାହାଣୀ, ନିର୍ଦ୍ଦେଶନା ଓ ଅଭିନୟ ଆନ୍ତର୍ଜାତୀୟ ମଞ୍ଚରେ ପ୍ରଶଂସା ପାଇଛି। ଏପରିକି Arco, Lilo & Stitch ଭଳି ଅନ୍ତର୍ଜାତୀୟ ଫିଲ୍ମକୁ ବି ୟେ ପଛରେ ପକାଇଛି।...
British Academy of Film and Television Arts Awards-ବାଫଟା ହେଉଛି ବିଶ୍ବର ଅନ୍ୟତମ ଶ୍ରେଷ୍ଠ ସିନେମା ପୁରସ୍କାର। ଏପରିକି ଅନେକ ସମୟରେ ଓସ୍କାରରୁ ଅଧିକ ଗୁରୁତ୍ବ ବାଫଟାକୁ ଦିଆଯାଇଥାଏ। ପ୍ରଧାନମନ୍ତ୍ରୀ ମୋଦି ବି ଫିଲ୍ମକୁ ପ୍ରଶଂସା କରିଛନ୍ତି।...
ପ୍ରଥମ ଭାରତୀୟ ଫିଲ୍ମକୁ BAFTA
ଶ୍ରେଷ୍ଠ ପାରିବାରିକ ଫିଲ୍ମ ସମ୍ମାନରେ ସମ୍ମାନିତ
ଓସ୍କାର ଭଳି ସମ୍ମାନଜନକ BAFTA
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/24/bafta-2026-02-24-11-00-34.jpg)