HUMAN SAGAR Photograph: (OTV)
ଓଡ଼ିଆ ସଂଗୀତ ଜଗତର ସେ ଥିଲେ ନୂଆ ଅଧ୍ୟାୟ । ଯୁବପିଢ଼ିଙ୍କର ପ୍ରଥମ ପସନ୍ଦ ସିଏ ଥିଲେ । ୨୦୧୭ରୁ ଓଡ଼ିଆ ସଂଗୀତରେ ରାଜ୍ କରୁଥିବା ହ୍ୟୁମାନ୍, ପ୍ରଥମେ ଗୀତକୁ ହିଁ ‘ଇସ୍କ ତୁ ହି ତୁ’ କହିଥିଲେ । ଆଉ ତା’ ପରେ କେବେ ‘ଗପ ହେଲେ ବି ସତ‘ ହୋଇଛି, ତ ପୁଣି କେତେବେଳେ ପ୍ରେମର ଗୀତରେ ‘ପ୍ରେମ କୁମାର’ ସାଜିଛନ୍ତି । ‘ଗୋଟେ ଶୁଆ ଗୋଟେ ଶାରୀ’ ଗୀତ ଗାଇ ପ୍ରେମିକାକୁ ଖୁବ୍ ଭଲ ପାଇଛନ୍ତି ହ୍ୟୁମାନ୍ । ଖାଲି ସେତିକି ତ ନୁହେଁ, ‘ନିଃଶ୍ବାସ ତୋ ବିନା ଚାଲେ ନା’ ଗାଇ ପ୍ରେମ ଗୀତରେ ଇମୋସନ୍ ଭରିଛନ୍ତି । କେବଳ ଏତିକିରି ସରିନି ହ୍ୟୁମାନଙ୍କ ପ୍ରେମ ଗୀତର ଦୁଷ୍ଟାମୀ । ଗୀତରେ ଗୀତରେ ପ୍ରେମିକାକୁ କହିଛନ୍ତି ‘ଖେଚଡ଼ା କଲା ମତେ ତୋ ଛେଚଡ଼ା ଯୌବନ’ ।
ଏମିତି ଅନେକ ଗୀତ ଓଡ଼ିଆ ଫିଲ୍ମ ଓ ଆଲବମ୍ ପାଇଁ ଗୀତ ଗାଇ ଓଡ଼ିଆ ଶ୍ରୋତାଙ୍କ ହୃଦୟରେ ରାଜ୍ କରିଛନ୍ତି ହ୍ୟୁମାନ୍ । ଆଉ ଓଡ଼ିଆ ଭଜନ ‘ଦଣ୍ଡବତ ହେଲି ମୁଁ କାଳିଆ ପାଖରେ‘ । ‘କାଳିଆରେ ମନ ବୋଲି ତୋର କିଛି ନାହିଁ’ ଗୀତ ଗାଇ ଲୋକଙ୍କ ହୃଦୟ ଜିତିଛନ୍ତି ।
ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ । 36 ବର୍ଷ ବୟସରେ ଆଖି ବୁଜିଲେ ହ୍ୟୁମାନ ସାଗର । ଏମ୍ସରେ ଚିକିତ୍ସାଧୀନ ଥିଲେ ହ୍ୟୁମାନ ସାଗର । ଲିଭରରେ ସମସ୍ୟା ପାଇଁ ଗୁରୁତର ହୋଇଥିଲେ । ହ୍ୟୁମାନଙ୍କ ଏକାଧିକ ଅଙ୍ଗ କାମ କରୁ ନଥିଲା । ଓଡ଼ିଆ ସିନେମା, ଆଲବମ୍ ଜଗତର ଜଣାଶୁଣା ଚେହେରା । ଯୁବ ପିଢ଼ିଙ୍କ ପସନ୍ଦର ଗାୟକ ଥିଲେ ହ୍ୟୁମାନ ସାଗର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/17/human-sagar-2025-11-17-21-58-49.jpg)