Advertisment

Homebound Shortlisted: ଓସ୍କାର ରେସରେ ହୋମବାଉଣ୍ଡ୍ , କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପାଇଥିଲା ଷ୍ଟାଣ୍ଡିଂ ଓଭେସନ୍

ନିରଜ ଗେହୱାନ୍ ଙ୍କ ଲିଖିତ ତଥା ନିର୍ଦ୍ଦେଶନାରେ ନିର୍ମିତ ହୋଇଛି ହୋମବାଉଣ୍ଡ୍ । ପୋଲିସ ଅଫିସର ବନିବାର ସ୍ୱପ୍ନ ଦେଖୁଥିବା ଦୁଇଜଣ ପିଲାଦିନର ସାଙ୍ଗଙ୍କ ଇମୋଶନାଲ୍ କାହାଣୀକୁ ନେଇ ବନିଛି ଫିଲ୍ମ ।

Homebound Shortlisted

Homebound Shortlisted Photograph: (OTV)

Advertisment

ଆରମ୍ଭ ହୋଇଯାଇଛି ରେସ୍ । ସିଏ ପୁଣି ଏମିତି ସେମିତି ରେସ୍ ନୁହେଁ, ଓସ୍କାର୍ ରେସ୍ । ଓସ୍କାର୍-୨୦୨୬ । ସିନେ ଜଗତର ସର୍ବଶ୍ରେଷ୍ଠ ସମ୍ମାନ । ତେବେ ଏହି ୯୮ତମ ଏକାଡେମୀ ଆୱାର୍ଡ ପାଇଁ ୮୬ରୁ ଉର୍ଦ୍ଧ୍ବ ଦେଶ ଓ ଭିନ୍ନ ଭିନ୍ନ ଅଞ୍ଚଳିକ ସିନେମାଗୁଡିକ ମଧ୍ୟରେ ହେବ ଟକ୍କର । ଆଉ ଏଇ ରେସ୍ ରେ ସାମିଲ ହେବା ପାଇଁ ସର୍ଟଲିଷ୍ଟ୍ ହୋଇଛି ଇଶାନ ଖଟ୍ଟର ଓ ଜାହ୍ନବୀ କପୁର ଷ୍ଟାରର ଫିଲ୍ମ ହୋମବାଉଣ୍ଡ୍ । 

Advertisment

ନିରଜ ଗେହୱାନ୍ ଙ୍କ ଲିଖିତ ତଥା ନିର୍ଦ୍ଦେଶନାରେ ନିର୍ମିତ ହୋଇଛି ହୋମବାଉଣ୍ଡ୍ । ପୋଲିସ ଅଫିସର ବନିବାର ସ୍ୱପ୍ନ ଦେଖୁଥିବା ଦୁଇଜଣ ପିଲାଦିନର ସାଙ୍ଗଙ୍କ ଇମୋଶନାଲ୍ କାହାଣୀକୁ ନେଇ ବନିଛି ଫିଲ୍ମ । ହୋମବାଉଣ୍ଡ୍ ରେ ଇଶାନ ଖଟ୍ଟର ଓ ବିଶାଲ ଜେଠୱା ଦୁଇସାଙ୍ଗ ଚରିତ୍ରରେ ନଜର ଆସୁଛନ୍ତି । କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ହୋଇଛି ହୋମବାଉଣ୍ଡ୍ । ୨୦୨୫ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏହା ପ୍ରିମିୟର ହୋଇ ୯ ମିନିଟର ଷ୍ଟାଣ୍ଡିଂ ଓଭେସନ୍ ସାଉଁଟିଥିଲା । ଆଉ ଏବେ ଇଶାନଙ୍କ ଅଭିନୀତ ଏହି ଫିଲ୍ମ ସଫଳତାର ଆଉଏକ ଶିଡି ଚଢିବାକୁ ଯାଉଛି । ଓସ୍କାର୍-୨୦୨୬ ପାଇଁ ବେଷ୍ଟ୍ ଇଣ୍ଟରନେସନାଲ୍ ଫିଚର ଫିଲ୍ମ କାଟେଗୋରୀରେ ହୋମବାଉଣ୍ଡ୍ ହୋଇଛି ସର୍ଟଲିଷ୍ଟ୍ ।

 ଖାଲି ସେତିକି ନୁହେଁ, ୮୬ଟି ଦେଶ ତଥା ଅଞ୍ଚଳର ଶହଶହ ସିନେମାଗୁଡିକ ମଧ୍ୟରୁ ବଛା ବଛା ୧୫ ଟି ସିନେମା ଭିତରେ ସ୍ଥାନ ପାଇଛି ହୋମବାଉଣ୍ଡ୍, ଯିଏକି ୫ଟି ଏକାଡେମୀ ପୁରସ୍କାର୍ ପାଇବା ପାଇଁ ଓସ୍କାର୍ ନୋମିନେଶନରେ ସର୍ଟଲିଷ୍ଟ୍ ହୋଇ ନିଜର ଜାଗା ବନାଇଛି । 

Advertisment

କାନ୍ସ ପ୍ରିମିୟର ଠାରୁ ଆରମ୍ଭ କରି ଓସ୍କାର୍ ସର୍ଟଲିଷ୍ଟ ଯାଏ, ସଫଳତା ଗୋଟିଏ ପରେ ଗୋଟିଏ ପାହାଚ ଚଢିବା ସହିତ ଦର୍ଶକଙ୍କ ଠାରୁ ଢେରସାରା ଭଲପାଇବା ସାଉଁଟିଛି ହୋମବାଉଣ୍ଡ୍ ଫିଲ୍ମ । ଏଇ ଅବସରରେ ନିର୍ମାତା କରନ ଜୋହର ନିଜର ଖୁସିକୁ ସୋସିଆଲ ମିଡିଆ ଜରିଆରେ ସେୟାର କରିଛନ୍ତି ଫ୍ୟାନସଙ୍କ ସହ ।

ସେହିପରି ଫିଲ୍ମର ଲିଡିଙ୍ଗ ଷ୍ଟାରକାଷ୍ଟ୍ ଇଶାନ ଖଟ୍ଟର ଏବଂ ବିଶାଲ ଜେଠୱା ମଧ୍ୟ ଇମୋଶନାଲ୍ ହୋଇଯାଇଛନ୍ତି ସିନେମାର ସକସେସ୍ କୁ ନେଇ । ନିର୍ଦ୍ଦେଶକ, ପ୍ରଯୋଜକକୁ ଧନ୍ୟବାଦ ଜଣାଇବା ସହ ନିଜ କୋ-ଆର୍ଟିଷ୍ଟ୍ ଇଶାନ ଖଟ୍ଟରଙ୍କର ଭୁରି ଭୁରି ପ୍ରଶଂସା କରିଛନ୍ତି ବିଶାଲ ଜେଠୱା ।

Advertisment

ହୋମବାଉଣ୍ଡର ଓସ୍କାର ସଫର୍ ସୁହାନା ରହୁ । ସିନେମାଟି ଓସ୍କାର୍-୨୦୨୬ ରେସ୍ ରେ ଆଗକୁ ବଢି, ବେଷ୍ଟ ଇଣ୍ଟରନେସନାଲ୍ ଫିଚର ଫିଲ୍ମ ଭାବରେ ବିଜେତା ବନିବ ବୋଲି ଆଶା ରଖିଛନ୍ତି ସିନେପ୍ରେମୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ