Hindi movie Godaan Photograph: (OTV)
ହିନ୍ଦୀ ଫିଚର୍ ଫିଲ୍ମ 'ଗୋଦାନ'କୁ ଟାକ୍ସ ଫ୍ରି କଲେ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 'ଗୋଦାନ'ର ପ୍ରିମିୟର ଦେଖିବା ସହିତ ଏହାକୁ କରମୁକ୍ତ ଘୋଷଣା କରିଛନ୍ତି । ସିଏମ କହିଛନ୍ତି, ‘ଗୋଦାନ’ ଏକ ସମ୍ପୂର୍ଣ୍ଣ ପାରିବାରିକ ଚଳଚ୍ଚିତ୍ର । ଯାହା ପିଲାମାନଙ୍କୁ ପିତାମାତାଙ୍କ ସହ ଯୋଡ଼ି ରଖିବା ସହ ସନାତନ ଧର୍ମର ମୂଲ୍ୟବୋଧ ବୁଝାଇବାର ଏକ ଦୃଢ଼ ବାର୍ତ୍ତା ଦେଉଛି।
ଓଡ଼ିଶାରେ ଖୁବଶୀଘ୍ର ଗୋ-ଅନୁସନ୍ଧାନ କେନ୍ଦ୍ର ସ୍ଥାପନା କରାଯିବ। ଗୋଦାନ ଭଳି ପ୍ରାସଙ୍ଗିକ ସିନେମା ସାମାଜିକ ସଚେତନତା ସୃଷ୍ଟି ଏବଂ ସାଂସ୍କୃତିକ ବୁଝାମଣାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଚଳଚ୍ଚିତ୍ରଟିକୁ ସପରିବାର ଦେଖିବାକରୁ ଯୁବପିଢିଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ଏହି ସିନେମାଟି ରିଲିଜ୍ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/06/hindi-movie-godaan-2026-02-06-09-43-18.jpg)