Advertisment

Heartfelt Tribute: ଧର୍ମେନ୍ଦ୍ର ଜଣେ ଭଲ ସ୍ବାମୀ , ହେମାଙ୍କ ଦରଦଭରା ପ୍ରତିକ୍ରିୟା

ବଲିଉଡ ସୁପରଷ୍ଟାର ଧର୍ମେନ୍ଦ୍ରଙ୍କ ଦେହାନ୍ତ ପରେ ଦରଦଭରା ପ୍ରତିକ୍ରିୟା ରଖିଛନ୍ତି ପତ୍ନୀ ହେମାମାଳିନୀ । ଧର୍ମେନ୍ଦ୍ରଙ୍କୁ ମନେ ପକାଇ ସୋସିଆଲ୍ ମିଡିଆ ଏକ୍ସରେ ସ୍ମୃତି, ଭଲପାଇବା ଓ ସ୍ନେହକୁ ବଖାଣିଛନ୍ତି ।

HEMA-MALINI

HEMA-MALINI Photograph: (OTV)

Advertisment

ବଲିଉଡ ସୁପରଷ୍ଟାର ଧର୍ମେନ୍ଦ୍ରଙ୍କ ଦେହାନ୍ତ ପରେ ଦରଦଭରା ପ୍ରତିକ୍ରିୟା ରଖିଛନ୍ତି ପତ୍ନୀ ହେମାମାଳିନୀ । ଧର୍ମେନ୍ଦ୍ରଙ୍କୁ ମନେ ପକାଇ ସୋସିଆଲ୍ ମିଡିଆ ଏକ୍ସରେ ସ୍ମୃତି, ଭଲପାଇବା ଓ ସ୍ନେହକୁ ବଖାଣିଛନ୍ତି । ଅନେକ ଫଟୋ ସେୟାର କରି ଏକ ଭାବପ୍ରବଣ ଭରା ଲେଖାରେ ହେମା କହିଛନ୍ତି, ମୋର ବ୍ୟକ୍ତିଗତ କ୍ଷତି ଅବର୍ଣ୍ଣନୀୟ । ଧର୍ମେନ୍ଦ୍ରଙ୍କ ବିୟୋଗରେ ଯେଉଁ ଶୂନ୍ୟତା ସୃଷ୍ଟି ହୋଇଛି ତାହା ସାରା ଜୀବନ ପର୍ଯ୍ୟନ୍ତ ରହିବ । ସେ ଜଣେ ଭଲ ସ୍ବାମୀ , ଆମର ଦୁଇ ଝିଅଙ୍କ ପାଇଁ ଜଣେ ସ୍ନେହଶୀଳ ବାପା ଥିଲେ । ଜଣେ ବନ୍ଧୁ, ଜଣେ ଦାର୍ଶନିକ, ଜଣେ ମାର୍ଗଦର୍ଶକ, ଜଣେ କବି ଏବଂ ଜଣେ ବ୍ୟକ୍ତି ଯିଏ ମୋର ଆବଶ୍ୟକତା ସମୟରେ ସବୁବେଳେ ମୋ ସହିତ ଛିଡ଼ା ହୋଇଥିଲେ। ତାଙ୍କର ଅନୁପସ୍ଥିତି ଆମ ସମସ୍ତଙ୍କୁ ଦୁଃଖ ଦେଉଛି । ଚଳଚ୍ଚିତ୍ରରେ ତାଙ୍କର ଖ୍ୟାତି ଏବଂ ସଫଳତା ସବୁଦିନ ପାଇଁ ରହିବ। ଲୋକଲୋଚନଙ୍କୁ ଆସିନଥିବା ଅନେକ ଫଟୋକୁ ସେୟାର କରି ଭଲପାଇବାର ସ୍ମୃତିକୁ ମନେପକାଇଛନ୍ତି ହେମା । ହେମା ମାଳିନୀ ଏବଂ ଧର୍ମେନ୍ଦ୍ରଙ୍କ ଯୋଡ଼ି ବୃତ୍ତିଗତ ଏବଂ ବ୍ୟକ୍ତିଗତ ଉଭୟ କ୍ଷେତ୍ରରେ ସୁପରହିଟ୍ ଥିଲା। ଉଭୟ ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ।  ଧର୍ମେନ୍ଦ୍ରଙ୍କ ବିୟୋଗ ପରେ ତାଙ୍କ ଯୋଡ଼ିକୁ ଦର୍ଶକ ମନେପକାଉଛନ୍ତି ।  

Advertisment

ଧର୍ମେନ୍ଦ୍ରଙ୍କ ଦେହାନ୍ତର ପରେ ହେମାଙ୍କ ଦରଦଭରା ପ୍ରତିକ୍ରିୟା
ସ୍ମୃତି, ଭଲପାଇବା ଓ ସ୍ନେହକୁ ବଖାଣିଲେ ହେମାମାଳିନୀ
ମୋର ବ୍ୟକ୍ତିଗତ କ୍ଷତି ଅବର୍ଣ୍ଣନୀୟ:ହେମା
ଯେଉଁ ଶୂନ୍ୟତା ସୃଷ୍ଟି ହୋଇଛି, ସାରା ଜୀବନ ରହିବ
ଧର୍ମେନ୍ଦ୍ର ଜଣେ ଭଲ ସ୍ବାମୀ , ସ୍ନେହଶୀଳ ବାପା ଥିଲେ
ମୋର ଆବଶ୍ୟକତା ସମୟରେ ସବୁବେଳେ ଛିଡ଼ା ହୋଇଥିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ