Advertisment

ଆଜି ଅର୍ଜୁନ କପୁରଙ୍କ ଜନ୍ମଦିନ : ଆସିଲେନି ଗାର୍ଲଫ୍ରେଣ୍ଡ୍

ମୁମ୍ବାଇ : ବଲିଉଡ ଅଭିନେତା ଅର୍ଜୁନ କପୁର ଆଜି ତାଙ୍କର ୩୬ ତମ ଜନ୍ମଦିନକୁ ପାଳନ କରୁଛନ୍ତି ଏବଂ ଏହି ବିଶେଷ ଉତ୍ସବରେ ତାଙ୍କୁ ସବୁ ମହଲରୁ ଅଭିନନ୍ଦନ ସୁଅ ଛୁଟୁଛି। ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ଅଭିନେତାଙ୍କ ସେଲିବ୍ରିଟି ବନ୍ଧୁମାନେ,…

ଅଦ୍ୟତନ ହୋଇଛି
ଆଜି ଅର୍ଜୁନ କପୁରଙ୍କ ଜନ୍ମଦିନ : ଆସିଲେନି ଗାର୍ଲଫ୍ରେଣ୍ଡ୍

Untitled-1

Advertisment

ମୁମ୍ବାଇ : ବଲିଉଡ ଅଭିନେତା ଅର୍ଜୁନ କପୁର ଆଜି ତାଙ୍କର ୩୬ ତମ ଜନ୍ମଦିନକୁ ପାଳନ କରୁଛନ୍ତି ଏବଂ ଏହି ବିଶେଷ ଉତ୍ସବରେ ତାଙ୍କୁ ସବୁ ମହଲରୁ ଅଭିନନ୍ଦନ ସୁଅ ଛୁଟୁଛି। ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ଅଭିନେତାଙ୍କ ସେଲିବ୍ରିଟି ବନ୍ଧୁମାନେ, ତାଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଉଛନ୍ତି। ଏହି ଅବସରରେ ଅର୍ଜୁନ କପୁର ତାଙ୍କ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ଗହଣରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ୨୫ ଜୁନ୍ ବିଳମ୍ବିତ ରାତିରେ ମୁମ୍ବାଇର ଏକ ହୋଟେଲରେ ଅର୍ଜୁନ କପୁର ଏକ ପାର୍ଟୀ ଅନୁଷ୍ଠିତ କରିଥିଲେ, ଯେଉଁଥିରେ ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଲା, ଜାହ୍ନଭୀ ଏବଂ ଖୁସି କପୁରଙ୍କ ସମେତ ପରିବାର ସଦସ୍ୟ ଓ ବଲିଉଡ୍‌ ବନ୍ଧୁମାନେ ଉପସ୍ଥିତ ଥିଲେ। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ଏହି ପାର୍ଟୀରେ ଅର୍ଜୁନଙ୍କ ଗାର୍ଲଫ୍ରେଣ୍ଡ ମଲାଇକା ଅରୋରାଙ୍କୁ ଦେଖିବାକୁ ମିଳି ନ ଥିଲା। ଏହାକୁ ନେଇ ଉପସ୍ଥିତ ସମସ୍ତ କଳାକାର ଓ ପ୍ରଶଂସକମାନଙ୍କ ମନରେ ଦ୍ୱନ୍ଦ୍ୱ ଦେଖାଦେଇଛି।

Advertisment

publive-image

ଅର୍ଜୁନଙ୍କ ଦ୍ୱାରା ହୋଟେଲରେ ରଖା ଯାଇଥିବା ଏହି ପାର୍ଟୀରେ ଖୁସି କପୁର ଭଉଣୀ ଜହ୍ନଭୀଙ୍କ ସହ ଯାଇଥିଲେ। ତେବେ ଏହି ମୌକାରେ ଖୁସି ତାଙ୍କ ଷ୍ଟାଇଲରେ ସମସ୍ତଙ୍କ ହୃଦୟ କିଣିନେଇଥିଲେ। ଅର୍ଜୁନ କପୁରଙ୍କ ବନ୍ଧୁ ରଣବୀର ସିଂହ ମଧ୍ୟ ଏହି ପାର୍ଟୀରେ ପହଞ୍ଚିଥିଲେ। ଏହ ପାର୍ଟୀରେ ଆଲିଆ ଭଟ୍ଟ ମଧ୍ୟ ରଣବୀର କପୁରଙ୍କ ସହିତ ଧମାଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଉଥ୍ ସୁପରଷ୍ଟାର୍‌ ବିଜୟ ଦେୱରକୋଣ୍ଡା, ଅର୍ଜୁନଙ୍କ ଭଉଣୀ ଅଂଶୁଲା କପୁର୍ ଆଦି ବହୁ ବଲିଉଡ୍ କଳାକାର ପହଞ୍ଚି ପାର୍ଟୀର ମଜ୍ଜା ନେଇଥିଲେ।

publive-image

ତେବେ ଅଭିନେତାଙ୍କ ଜନ୍ମଦିନରେ, ଚାଲନ୍ତୁ ତାଙ୍କ ସହ ଜଡିତ କିଛି ବିଶେଷ କଥା ଜାଣିନେବା। ପ୍ରାୟ ସମସ୍ତେ ଜାଣନ୍ତି ଯେ ଅର୍ଜୁନ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା-ନିର୍ଦ୍ଦେଶକ ବୋନି କପୁରଙ୍କ ପୁଅ। ଏହି ଅଭିନେତା ୨୬ ଜୁନ୍ ୧୯୮୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଭିନେତାଙ୍କ ଜନ୍ମର ମାତ୍ର ୧୧ ବର୍ଷ ପରେ ତାଙ୍କ ପିତାମାତା ଛାଡପତ୍ର ହୋଇଥିଲେ, ଯେଉଁ କାରଣରୁ ଅର୍ଜୁନଙ୍କ ପିଲାଦିନ ବହୁ ଦୁଃଖରେ ପରିପୂର୍ଣ୍ଣ ଥିଲା। ୨୦୧୨ରେ, ଅର୍ଜୁନଙ୍କ ମା’ କର୍କଟ ରୋଗରେ ଆରପାରିକୁ ଚାଲିଯାଇଥିଲେ, ଏହା ତାଙ୍କୁ ଆହୁରି ଅଧିକ ଏକୁଟିଆ କରିଦେଇଥିଲା।

Advertisment

publive-image

ଫିଲ୍ମ ‘ଇଶ୍କଜାଦେ’ ରୁ ଅର୍ଜୁନ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ, କିନ୍ତୁ ଏହାପୂର୍ବରୁ ସେ କିଛି ଚଳଚ୍ଚିତ୍ରରେ ମଧ୍ୟ କାମ କରିଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ଅର୍ଜୁନ ଫିଲ୍ମ ‘କଲ୍‌ ହୋ ନ ହୋ’ ରେ ସହକାରୀ ନିର୍ଦ୍ଦେଶକ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ସଲମାନ ଖାନଙ୍କ ଫିଲ୍ମ ‘ସଲାମ-ଏ-ଇଶ୍କ’କୁ ମଧ୍ୟ ପ୍ରଡ୍ୟୁସ କରିଥିଲେ। କୌତୁହଳର ବିଷୟ, ଅର୍ଜୁନ କେବେ ଭାବି ନ ଥିଲେ ଯେ ସେ ଜଣେ ଅଭିନେତା ଭାବରେ ପ୍ରସିଦ୍ଧ ହେବେ। ସେତେବେଳେ ତାଙ୍କର ଓଜନ ବହୁତ ଅଧିକ ଥିଲା। ଏହି କାରଣରୁ ସେ ଜଣେ ଅଭିନେତା ହେବାକୁ ଚିନ୍ତା କରିପାରୁ ନ ଥିଲେ।

publive-image

ତେବେ କୁହାଯାଏ ଯେ ଅର୍ଜୁନ୍ ସଲମାନ ଖାନଙ୍କ ପ୍ରେରଣାରେ ଅଭିନେତା ହେବା ପାଇଁ ଅନୁପ୍ରାଣିତ ହୋଇଥିଲେ। ଓଜନ ହ୍ରାସ କରିବାରେ ସଲମାନ ଅର୍ଜୁନଙ୍କୁ ମଧ୍ୟ ବହୁତ ସାହାଯ୍ୟ କରିଥିଲେ। ଖାଲି ସେତିକି ନୁହେଁ, ସେ ୨୦୧୨ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଇଶ୍କଜାଦେ’ରେ ଜଣେ ଅଭିନେତା ଭାବରେ ଅଭିନୟ କରିଥିଲେ ଏବଂ ଦର୍ଶକଙ୍କ ହୃଦୟର ଜିତିଥିଲେ। ଏହା ପରେ ସେ ‘ଔରଙ୍ଗଜେବ’, ‘୨ ଷ୍ଟେଟ୍’, ‘ତେଭର୍’, ‘ହାପ୍ ଗର୍ଲଫ୍ରେଣ୍ଡ’ ଏବଂ ‘କି ଆଣ୍ଡ୍ କା’ ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି।

Advertisment

publive-image

ସେ ରିଆଲିଟି ସୋ ‘ଖରରୋ କେ ଖିଲାଡି’ ସିଜନ୍-୭ରେ ମଧ୍ୟ ହୋଷ୍ଟ୍ କରିଛନ୍ତି। ଅର୍ଜୁନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ପ୍ରଶଂସକଙ୍କ ସହ ଜଡିତ ରହିବା ନେଇ କୌଣସି ବି ସୁଯୋଗ ହାତ ଛଡା କରନ୍ତି ନାହିଁ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅର୍ଜୁନ କପୁର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଭୁତ୍ ପୋଲିସ୍‌’ ଓ ‘ଏକ୍‌ ଭିଲେନ ରିଟର୍ନ’ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ