Advertisment

ରିଲିଜ୍ ହେଲା ବହୁପ୍ରତୀକ୍ଷିତ ଫିଲ୍ମ 'ଗୁଞ୍ଜନ ସକ୍ସେନା'ର ଟ୍ରେଲର୍

ମୁମ୍ବାଇ: ରିଲିଜ୍ ହୋଇଛି ବହୁ ପ୍ରତିକ୍ଷିତ ହିନ୍ଦୀ ଫିଲ୍ମ ଗୁଞ୍ଜନ ସକ୍ସେନା-ଦ କାରଗିଲ୍ ଗର୍ଲ ଟ୍ରେଲର୍। ଭାରତୀୟ ବାୟୁ ସେନାରେ ପାଇଲଟ୍ ଗୁଞ୍ଜନ ସକ୍ସେନାଙ୍କ ଜୀବନ ଉପରେ ଆଧାରିତ ଏହି ଫିଲ୍ମରେ ଏକ ସାଧାରଣ ଘରର ଝିଅର ସଂଘର୍ଷ ଓ ପାଇଲଟ୍ ହେବା କାହାଣୀକୁ ଦର୍ଶାଯାଇଛି। ଏହି ଫିଲ୍ମରେ ଗୁଞ୍ଜନ ସକ୍ସେନା ଭୂମିକାରେ ନଜର ଆସିଛନ୍ତି ସ୍ୱର୍ଗତ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର। ଜାହ୍ନବୀଙ୍କୁ ଏହି ଫିଲ୍ମରେ ଲେଡି ପାଇଲଟ୍ ଭୂମିକାରେ ଦେଖିବାକୁ ମିଳିବ। ତେବେ ବାୟୁ […]

ଅଦ୍ୟତନ ହୋଇଛି
ରିଲିଜ୍ ହେଲା ବହୁପ୍ରତୀକ୍ଷିତ ଫିଲ୍ମ 'ଗୁଞ୍ଜନ ସକ୍ସେନା'ର ଟ୍ରେଲର୍

gunjan-saxena

Advertisment

ମୁମ୍ବାଇ: ରିଲିଜ୍ ହୋଇଛି ବହୁ ପ୍ରତିକ୍ଷିତ ହିନ୍ଦୀ ଫିଲ୍ମ ଗୁଞ୍ଜନ ସକ୍ସେନା-ଦ କାରଗିଲ୍ ଗର୍ଲ ଟ୍ରେଲର୍। ଭାରତୀୟ ବାୟୁ ସେନାରେ ପାଇଲଟ୍ ଗୁଞ୍ଜନ ସକ୍ସେନାଙ୍କ ଜୀବନ ଉପରେ ଆଧାରିତ ଏହି ଫିଲ୍ମରେ ଏକ ସାଧାରଣ ଘରର ଝିଅର ସଂଘର୍ଷ ଓ ପାଇଲଟ୍ ହେବା କାହାଣୀକୁ ଦର୍ଶାଯାଇଛି। ଏହି ଫିଲ୍ମରେ ଗୁଞ୍ଜନ ସକ୍ସେନା ଭୂମିକାରେ ନଜର ଆସିଛନ୍ତି ସ୍ୱର୍ଗତ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର। ଜାହ୍ନବୀଙ୍କୁ ଏହି ଫିଲ୍ମରେ ଲେଡି ପାଇଲଟ୍ ଭୂମିକାରେ ଦେଖିବାକୁ ମିଳିବ।

Advertisment


ତେବେ ବାୟୁ ସେନାରେ ଯୋଗ ହେବା ପରେ ଜୀବନରେ ଆସିଥିବା ପରିବର୍ତ୍ତନ ଓ ତାସହ ଦେଶପ୍ରେମର ଭାବନାକୁ ବେଶ ନିଖୁଣତାର ସହ ସିନେମାରେ ପ୍ରଦର୍ଶନ କରାଯାଇଛି। ଫିଲ୍ମରେ ଜାହ୍ନବୀଙ୍କ ବାପାଙ୍କ ଭୂମିକାରେ ନଜର ଆସିବେ ଭର୍ସାଟାଏଲ୍ ଆକ୍ଟର ପଙ୍କଜ ତ୍ରିପାଠୀ। ଟ୍ରେଲରରେ ଜାହ୍ନବୀ ଓ ପଙ୍କଜ ତ୍ରିପାଠୀଙ୍କ ବ୍ୟତୀତ ଅଙ୍ଗଦ ବେଦୀଙ୍କୁ ଦେଖିବାକୁ ମିଳିଛି, ଯିଏ ଫିଲ୍ମରେ ଜାହ୍ନବୀଙ୍କ ଭାଇ ଭୂମିକା ତୁଲାଇଛନ୍ତି।

publive-image

ସୂଚନାଯୋଗ୍ୟ, ଏହି ଫିଲ୍ମ ମାର୍ଚ୍ଚ ୧୩ ତାରିଖରେ ସିନେମା ହଲରେ ରିଲିଜ୍ ହେବାର ଥିଲା। କିନ୍ତୁ କୋଭିଡ୍-୧୯ ଯୋଗୁ ଫିଲ୍ମର ରିଲିଜକୁ ସ୍ଥଗିତ କରାଯାଇଥିଲା। ଏବେ ଏହି ଫିଲ୍ମ ନେଟଫ୍ଲିକ୍ସରେ ରିଲିଜ୍ ହେବ। ଆସନ୍ତା ଅଗଷ୍ଟ ୧୨ ତାରିଖରେ ଫିଲ୍ମଟି ରିଲିଜ୍ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ