Advertisment

Govinda's Wife Sunita Confesses: ଗୋବିନ୍ଦା ନୁହଁନ୍ତି ଭଲ ସ୍ବାମୀ , ହିରୋଇନଙ୍କ ସହ ବିତାନ୍ତି ଅଧିକ ସମୟ...ସୁନୀତା କହିଲେ ଏଭଳି କଥା

ଅନେକ ଦିନ ହେବ ସେମାନଙ୍କ ସଂପର୍କ ବିବାଦରେ ରହିଛି । ସେମାନଙ୍କ ଭିତରେ କିଛି ଭଲ ନଥିଲା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ବି ପ୍ରକାଶ ପାଇଛି । ଯଦିଓ ସେମାନେ ଏହା ବିଷୟରେ ଖୋଲାଖୋଲା କେବେ କିଛି କହିନାହାନ୍ତି।

ଅଦ୍ୟତନ ହୋଇଛି
govinda

govinda Photograph: (OTV)

Advertisment

ସୁନୀତା ଆହୁଜାଙ୍କର ନୂଆ ଇଣ୍ଟରଭ୍ୟୁ ଏବେ ଚର୍ଚ୍ଚାରେ । ସିଧା ସିଧା ସେ ଗୋବିନ୍ଦାଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି ସେ ଭଲ ସ୍ବାମୀ ନୁହଁନ୍ତି । ଗୋବିନ୍ଦା ୧୯୮୭ରେ ସୁନୀତା ଆହୁଜାଙ୍କୁ ବିବାହ କରିଥିଲେ। 

Advertisment

ଅନେକ ଦିନ ହେବ ସେମାନଙ୍କ ସଂପର୍କ ବିବାଦରେ ରହିଛି । ସେମାନଙ୍କ ଭିତରେ କିଛି ଭଲ ନଥିଲା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ବି ପ୍ରକାଶ ପାଇଛି । ଯଦିଓ ସେମାନେ ଏହା ବିଷୟରେ ଖୋଲାଖୋଲା କେବେ କିଛି କହିନାହାନ୍ତି। କିନ୍ତୁ ବର୍ତ୍ତମାନ ସୁନିତା ଆହୁଜାଙ୍କର ନୂଆ ଇଣ୍ଟରଭ୍ୟୁ ଚର୍ଚ୍ଚାରେ ଆସିଯାଇଛି, ଯେଉଁଥିରେ ତାଙ୍କର କହିବା ଅନୁସାରେ ଏକ ଷ୍ଟାରଙ୍କ ପତ୍ନୀ ହେବା କଷ୍ଟକର।

ସୁନୀତା ଆହୁଜା କହିଛନ୍ତି ଯେ ଯୁବାବସ୍ଥାରେ କରିଥିବା ଭୁଲ୍‌କୁ ଗୋଟିଏ ସମୟ ପରେ ପୁନରାବୃତ୍ତି କରିବା ଠିକ୍‌ ନୁହେଁ। ତାଙ୍କର କହିବା ଅନୁସାରେ, ନିଜକୁ ସଂଯମରେ ରଖିବା ଉଚିତ୍‌। ଯୌବନରେ ମଣିଷ ଭୁଲ୍‌ କରେ। ମୁଁ କରିଛି। ଗୋବିନ୍ଦା ମଧ୍ୟ କରିଛନ୍ତି। ଯେତେବେଳେ ଆପଣଙ୍କର ଏକ ବୟସ୍‌ ଥାଏ ସେତେବେଳେ ଭୁଲ୍‌ କରିବା ଶୋଭା ପାଏ । ଆଉ କାହିଁକି କରିବେ। ଆପଣଙ୍କର ସୁନ୍ଦର ପରିବାର ଅଛି, ପତ୍ନୀ ଅଛନ୍ତି। ସୁନ୍ଦର ସନ୍ତାନମାନେ ଅଛନ୍ତି ତେବେ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ସୁନୀତା । 

Advertisment

ଇଣ୍ଟରଭ୍ୟୁରେ ସୁନୀତା କହିଛନ୍ତି, ଦେଖନ୍ତୁ ସେ ହିରୋ। ତାଙ୍କ ବିଷୟରେ ମୁଁ କଣ କହିବି । ପତ୍ନୀଙ୍କ ଅପେକ୍ଷା ଅଧିକ ସେ ହିରୋଇନ୍‌ମାନଙ୍କ ସହିତ ସମୟ ବିତାଇଥାନ୍ତି। ଜଣେ ଷ୍ଟାରଙ୍କ ପତ୍ନୀ ହେବା ପାଇଁ ଆପଣଙ୍କୁ ମଜବୁତ ମହିଳା ହେବାକୁ ପଡ଼େ। ଆପଣଙ୍କୁ ହୃଦୟକୁ ପଥରର କରିବାକୁ ପଡ଼େ। ଏହା ବୁଝିବା ପାଇଁ ମୋତେ ୩୮ ବର୍ଷ ଲାଗିଗଲା। 

ସୁନୀତା ସ୍ୱୀକାର କରିଛନ୍ତି ଯେ ଗୋବିନ୍ଦା ଜଣେ  ଭଲ ପୁଅ ଏବଂ ଭାଇ । କିନ୍ତୁ ଭଲ ସ୍ୱାମୀ ନୁହନ୍ତି। ସେ ଚାହାନ୍ତି ନାହିଁ କି ପରବର୍ତ୍ତୀ ଜନ୍ମରେ ତାଙ୍କୁ ଗୋବିନ୍ଦାଙ୍କ ଭଳି ସ୍ବାମୀ ମିଳୁ । 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ