nisha-moharana Photograph: (OTV)
ଆଇଟମ୍ ଗର୍ଲ ନିଶା ମହାରଣାଙ୍କ ପାଇଁ ହଙ୍ଗମା। ଷ୍ଟେଜ ଉପରକୁ ଉଡ଼ିଲା ଚେୟାର, ତାତିଲେ ଫ୍ୟାନ୍ସ, କାହିଁକି ଆସିଲେ ନାହିଁ ନିଶା ମହାରଣା? ନିଶା ନାହାନ୍ତି ତ ଯାତ୍ରା ବନ୍ଦ। ଆମେ ଦେଖିବୁନି ଯାତ୍ର।
ଷ୍ଟେଜ ଉପରକୁ ମାଡ଼ ହେଲା ଚେୟାର? ରାଗି ଲାଲ ପଡ଼ିଗଲେ ଦର୍ଶକ। ରାଗ ତମତମ ହୋଇ ଷ୍ଟେଜକୁ ଫୋପାଡିଲେ ଗୋଟିଏ ପରେ ଗୋଟି ଚେୟାର। ଯାତ୍ରା ମଞ୍ଚ ଉପରେ ପଡ଼ିଲା ଗଣ୍ଡା ଗଣ୍ଡା ଚେୟାର। ମଞ୍ଚ ତଳେ ହୋହଲ୍ଲା କଲେ ଦର୍ଶକ।
ନିଶା କୁଆଡେ ଗଲେ ବୋଲି କମ୍ପିଲା ପେଣ୍ଡାଲ? ନିଶା ମହାରଣା, ନିଶା ମହାରଣା ବୋଲି ବଡ଼ ପାଟିରେ କଲେ ଚିତ୍କାର। ଉପସ୍ଥିତ ଯାତ୍ରା କର୍ମଚାରୀ ଲୋକମାନଙ୍କୁ ବୁଝାସୁଝା କଲେ ବି ବୁଝିଲେନି ଜନତା।
ଏହି ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ । ଅଷ୍ଟଶମ୍ଭୁ ଅପେରା ଏଠାରେ ଯାତ୍ରା କରୁଥିଲା। କାଲିଥିଲା ଶେଷ ରାତି। ଗତକାଲି ରାତିରେ ନିଶା ମହାରଣା ଦେଖାଇଥାନ୍ତେ ନିଜ ଜଲୱା। ଆଇଟମ ଗର୍ଲଙ୍କ ନୃତ୍ୟରେ ଝୁମିଥାନ୍ତେ ଦର୍ଶକ। ହେଲେ ସବୁ ଓଲଟପାଲଟ ହୋଇଯାଇଥିଲା। ନିଜର ଫ୍ୟାନ୍ସମାନଙ୍କୁ ନିଜ ନାଚରେ ମତୁଆଲା କରିବା ପାଇଁ ନିଶା ବି ଲକ୍ଷ୍ମୀପୁରରେ ଆସି ପହଂଚିଥିଲେ। ତେବେ ନିଶା ମହାରଣାଙ୍କୁ ପୋଲିସ ପ୍ରଶାସନ ଦେଇନଥିଲା ଅନୁମତି। ଯାହା ଫଳରେ ସେ ଆଉ ଷ୍ଟେଜ ଉପରକୁ ଯାଇନଥିଲେ।
ତେଣେ ଭିତରେ ଥିବା ଦର୍ଶକ, ଯେଉଁମାନେ ନିଶା ମହାରଣାଙ୍କୁ ଦେଖିବାପାଇଁ ଆସିଥିଲେ...ସେମାନଙ୍କ ଭିତରେ ଦେଖା ଦେଇଥିଲା ଅସନ୍ତୋଷ । ଷ୍ଟେଜ ଉପରକୁ ଚେୟାର ମାଡ଼ କରିବା ସହ ଯାତ୍ରା ବନ୍ଦ କରି ଦେଇଥିଲେ ଦର୍ଶକ। ସ୍ଥାନୀୟ ଅଞ୍ଚଳରେ ଏହି ଘଟଣା ଏବେ ଚର୍ଚ୍ଚାର କାରଣ ପାଲଟିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/10/nisha-moharana-2025-12-10-17-24-35.jpg)