ସୁବେଦାର ଟ୍ରେଲରରେ ଆକ୍ସନ୍, ଭାବନା ଓ ଦମଦାର ଡ୍ରାମାର ଝଲକ Photograph: (OTV)
ଆକ୍ସନ୍-ଡ୍ରାମା ଫିଲ୍ମ "ସୁବେଦାର"ର ଦମଦାର ଟ୍ରେଲର ରିଲିଜ୍ ହୋଇଛି। ଟ୍ରେଲରଟି ଦର୍ଶକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି। ଅନିଲ କପୁର, ରାଧିକା ମଦାନ ଏବଂ ମୋନା ସିଂହ ଅଭିନୀତ ଏହି ଫିଲ୍ମରେ ଅନେକ ବିସ୍ଫୋରକ ଆକ୍ସନର୍ ଝଲକ ଦେଖିବାକୁ ମିଳିଛି।
ମୋନା ସିଂହ ଜଣେ ନିଷ୍ଠୁର ଖଳନାୟକ ଭୂମିକାରେ ଅଭିନୟ କରିଥିବା ବେଳେ ରାଧିକା ଅନିଲ କପୁରଙ୍କ ଝିଅ ଭୂମିକାରେ ଅଭିନୟ କରିଛନ୍ତି। "ସୁବେଦାର" ସୁରେଶ ତ୍ରିବେଣୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ବିକ୍ରମ ମାଲହୋତ୍ରା ଏବଂ ଅନିଲ କପୁରଙ୍କ ଦ୍ୱାରା ପ୍ରଯୋଜିତ।
କାହାଣୀଟି ଏକ କଠୋର ଏବଂ ପଛୁଆ ଅଞ୍ଚଳକୁ ନେଇ ତିଆରି ଯେଉଁଠାରେ ଅବୈଧ ବାଲି ଖଣିର ଭୟ ଏବଂ ନୀରବତାର ପରିବେଶ ସୃଷ୍ଟି କରିଛି। ଟ୍ରେଲରରେ ଅନିଲ କପୁର ଅବସରପ୍ରାପ୍ତ ସେନା ସୁବେଦାର ଅର୍ଜୁନ ମୌର୍ଯ୍ୟଙ୍କ ଭୂମିକାରେ ଅଭିନୟ କରୁଥିବା ଦେଖାଯାଇଛି, ଯିଏକ ଅନୁଶାସନ, କଷ୍ଟ ଏବଂ ବ୍ୟକ୍ତିଗତ ଯନ୍ତ୍ରଣାରେ ପରିପୂର୍ଣ୍ଣ।
ଯେତେବେଳେ ସେ ଜଣେ ନିଷ୍ଠୁର ଶତ୍ରୁର ସମ୍ମୁଖୀନ ହୁଅନ୍ତି, ତାଙ୍କ ଜୀବନ ବଦଳିଯାଏ। ଫିଲ୍ମରେ ତାଙ୍କର ଦମଦାର ଡାଏଲଗ ଦର୍ଶକଙ୍କ ଲୋମ୍ ଟାଙ୍କୁରି ଦିଏ। "ମୁଁ ଜଣେ ସୈନିକ, ମୁଁ ଛାତିରେ ଗୁଳି ଖାଇପାରେ, କିନ୍ତୁ ଅସମ୍ମାନ ନୁହେଁ।" ଏହି ଡାଏଲଗ୍ ସମସ୍ତଙ୍କ ହୃଦୟକୁ ଦୋହଲାଇ ଦେବା ଭଳି।
ଏହି ଫିଲ୍ମରେ ରାଧିକା ମଦାନ ଅର୍ଜୁନଙ୍କ ଝିଅ ଶ୍ୟାମା ଭୂମିକାରେ ଅଭିନୟ କରିବେ। ବାପା-ଝିଅଙ୍କ ମଧ୍ୟରେ ରହିଥିବା ଚାପଗ୍ରସ୍ତ ସମ୍ପର୍କ କାହାଣୀରେ ଭାବପ୍ରବଣ ଆଣିଥାଏ। ରାଧିକାଙ୍କ ମତରେ, ଶ୍ୟାମା ଜଣେ ଝିଅ ଯିଏ ଭିତରେ ଭାଙ୍ଗି ପଡ଼ିବା ସତ୍ତ୍ୱେ ଦୃଢ଼ ରହିଥାଏ ଏବଂ ନିଜ ସମ୍ପର୍କକୁ ବଜାୟ ରଖିବାକୁ ଚେଷ୍ଟା କରିଥାଏ।
ଅନିଲ କପୁର ଏହି ଭୂମିକାରେ ଅଭିନୟ କରିବା ତାଙ୍କ କ୍ୟାରିୟରର ସବୁଠାରୁ ଚ୍ୟାଲେଞ୍ଜିଂ ଏବଂ ଭାବପ୍ରବଣ ଅଭିଜ୍ଞତା ମଧ୍ୟରୁ ଗୋଟିଏ ବୋଲି କହିଛନ୍ତି। ସେ କହିଛନ୍ତି ଯେ ସୁବେଦାର ଅର୍ଜୁନ ମୌର୍ଯ୍ୟଙ୍କ ବ୍ୟକ୍ତିତ୍ୱ, ଯାହା ତ୍ୟାଗ, ଶୃଙ୍ଖଳା ଏବଂ ବ୍ୟକ୍ତିଗତ କ୍ଷତି ଦ୍ୱାରା ଗଢ଼ି ଉଠିଥିଲା, ତାହା ପରଦାରେ ଚିତ୍ରଣ କରିବା ପାଇଁ ତାଙ୍କ ପାଇଁ ଏକ ଗଭୀର ଅଭିଜ୍ଞତା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/24/subedaar-trailer-released-2026-02-24-14-17-47.jpg)