silpaaa
ମୁମ୍ୱାଇ: ବଲିଉଡ ଅଭିନେତ୍ରୀ Shilpa Shetty ଫିଲ୍ମ ଜଗତରୁ ଦୂରରେ ଥାଇ ମଧ୍ୟ ସୋସିଆଲ ମିଡିଆରେ ସର୍ବଦା ଆକ୍ଟିଭ ରହିଥାନ୍ତି। ପ୍ରଶଂସକଙ୍କ ମନୋରଞ୍ଜନ କରିବା ପାଇଁ ଶିଳ୍ପା ପ୍ରାୟତଃ କିଛି ନା କିଛି ଆକର୍ଷଣୀୟ ଭିଡିଓକୁ ଶେୟାର କରିଥାନ୍ତି। ଶିଳ୍ପା ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ପରିବାର ସହିତ ଅନେକ ଫଟୋ ଏବଂ ଭିଡିଓକୁ ମଧ୍ୟ ସେୟାର କରିଥାନ୍ତି। ଶିଳ୍ପାଙ୍କ ସ୍ୱାମୀ ଓ ପିଲାମାନଙ୍କୁ ପ୍ରଶଂସକମାନେ ତ ଦେଖିଛନ୍ତି, କିନ୍ତୁ ଏବେ ସେ ତାଙ୍କ ଶାଶୁଙ୍କ ସହିତ ଏକ ଜବରଦସ୍ତ ଡ୍ୟାନ୍ସ କରୁଥିବାର ଭିଡିଓକୁ ଶେୟାର କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ ଶିଳ୍ପା ଓ ତାଙ୍କ ଶାଶୁ ପଞ୍ଜାବୀ ଗୀତରେ ଡ୍ୟାନ୍ସ କରୁଛନ୍ତି।
ଖବର ଅନୁଯାୟୀ, Shilpa ନିଜ Instagram ଆକାଉଣ୍ଟରେ ଶାଶୁ ମା’ଙ୍କ ସହିତ ଏକ ପଞ୍ଜାବୀ ଗୀତରେ ଡ୍ୟାନ୍ସ କରୁଥିବା ଭିଡିଓକୁ ଶେୟାର କରିଛନ୍ତି। ଭିଡିଓରେ ଶିଳ୍ପା ଏବଂ ତାଙ୍କ ଶାଶୁଙ୍କ ମଧ୍ୟରେ ଭଲ ବଣ୍ଡିଂ ଥିବା ଦେଖିବାକୁ ମିଳୁଛି। ଶାଶୁ ଓ ବୋହୁଙ୍କ ଡ୍ୟାନ୍ସ ମଝିରେ ଶିଳ୍ପାଙ୍କ ପୁଅ ମଧ୍ୟ ଆସି ନାଚୁଛନ୍ତି।
ଏହି ଭିଡିଓରେ ଅକ୍ଷୟ କୁମାରଙ୍କ ‘ଗୁଡ୍ ନ୍ୟୁଜ୍’ ଫିଲ୍ମର ‘ସୌଦା ଖରା-ଖରା’ କି ଗୀତରେ ଦୁହେଁ ଡ୍ୟାନ୍ସ କରୁଛନ୍ତି। ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି। ଏହା ସହ ଶିଳ୍ପା ଭିଡିଓର କ୍ୟାପସନରେ ଲେଖିଛନ୍ତି ଯେ ଏହି ଭିଡିଓକୁ କିଛି ଖାସ୍ କାରଣ ପାଇଁ ଶେୟାର କରାଯାଇଛି।
/odishatv-khabar/media/post_attachments/wp-content/uploads/2020/08/silpa.jpg)
ଶିଳ୍ପା ତାଙ୍କ ଶାଶୁଙ୍କର ୬୫ତମ ଜନ୍ମ ଦିବସ ଅବସରରେ ଏହି ଭିଡିଓକୁ ଶେୟାର କରିଛନ୍ତି। ଭିଡିଓ କ୍ୟାପସନରେ ଶିଳ୍ପା ଲେଖିଛନ୍ତି,‘ ଦୁନିଆର ସବୁଠୁ ଶ୍ରେଷ୍ଠ ଶାଶୁ ମା’ଙ୍କୁ ଜନ୍ମଦିନର ଶୁଭେଚ୍ଛା। ଆପଣ ଆମ ପରିବାରର ରକ୍ଷ୍ଟାର। ମୁଁ ବହୁତ ଭାଗ୍ୟବାନ ଯେ ଆପଣଙ୍କ ହାତ ମୋ ମୁଣ୍ଡ ଉପରେ ଅଛି। ମୁଁ ଜଣେ ଭାଗ୍ୟଶାଳୀ ବୋହୂ। ଆପଣ ମତେ ଜଣେ ଭଲ ବନ୍ଧୁ ଓ ଡ୍ୟାନ୍ସ ପାର୍ଟନର ଭାବେ ସହଯୋଗ କରିଛନ୍ତି। ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ଯେ ଆପଣ ସର୍ବଦା ଖୁସି ରହିବା ସହିତ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ରହିଥାଉ। ଆପଣ ଖୁସିରେ ରହି ଆମକୁ ଉତ୍ସାହିତ କରନ୍ତୁ। ଆମେ ଆପଣଙ୍କୁ ବହୁତ ଭଲ ପାଉଛି ।’
ଦୁହିଁଙ୍କର ଏହି ଭିଡିଓରେ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କର ପାଟି ମଧ୍ୟ ଶୁଭୁଛି। ଯାହା ଜଣାପଡୁଛି ଏହି ଭିଡିଓକୁ ରାଜ କୁନ୍ଦ୍ରା ସୁଟିଂ କରୁଛନ୍ତି। ଭିଡିଓରେ ରାଜ ନିଜର ପ୍ରତିକ୍ରିୟା ମଧ୍ୟ ଦେଇ କହିଛନ୍ତି ‘ପଞ୍ଜାବୀ ଡ୍ୟାନ୍ସ’।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/silpaaa_1625460363.jpg)