ବଲିଉଡ୍ ଇଣ୍ଡଷ୍ଟ୍ରିର ଗୁମର ଖୋଲିଦେଲେ ଇମରାନ ହାସମୀ Photograph: (OTV)
ଇମରାନ ହାସମୀଙ୍କୁ ଏବେ ୱେବ୍ ସିରିଜ "ତସ୍କରୀ: ଦି ସ୍ମଗଲର୍ସ ୱେବ୍"ରେ ଦେଖିବାକୁ ମିଳିଛି। ଏହି ଅବସରରରେ ସେ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ, ଫିଲ୍ମ ଇଣ୍ଡଷ୍ଟ୍ରିର କାର୍ଯ୍ୟପ୍ରଣାଳୀକୁ ନେଇ ଆଲୋଚନା କରିଛନ୍ତି। ଇମରାନ ହାସମୀ ୱେବ ସିରିଜ "ତସ୍କରୀ"ରେ କାମ କରିବାର ଅଭିଜ୍ଞତା ଶେୟାର କରିଛନ୍ତି। ସେ ଚଳଚ୍ଚିତ୍ରର ବଦଳୁଥିବା କାହାଣୀ ଏବଂ ସୋସିଆଲ ମିଡିଆରୁ ତୀବ୍ର ପ୍ରତିକ୍ରିୟା ଉପରେ ମଧ୍ୟ ତାଙ୍କର ମତାମତ ଶେୟାର କରିଛନ୍ତି।
ସେ କହିଛନ୍ତି, “ମତେ ଜଣା ନଥିଲା ଯେ ଏ ଦୁନିଆ ଏତେ କଞ୍ଚା ଏବଂ ବାସ୍ତବ ହୋଇପାରେ। ସାଧାରଣ ନାଗରିକମାନେ କେବେ ଜାଣିପାରନ୍ତି ନାହିଁ ଯେ ବିମାନବନ୍ଦର ଏବଂ କଷ୍ଟମରେ ଜିନିଷଗୁଡ଼ିକ କିପରି ହୋଇଥାଏ।
ଆମେ କେବଳ ଖବରରେ ପଢ଼ିଥାଉ ଯେ କିପରି ଚୋରା ସାମଗ୍ରୀ ଦେଶକୁ ଆସେ। କିନ୍ତୁ ଏହି ୱେବ୍ ସିରିଜ୍ ପାଇଁ ଟିମ୍ ଯେଉଁ ସ୍ତରର ଗବେଷଣା କରିଥିଲା ତାହା ଆଶ୍ଚର୍ଯ୍ୟଜନକ ଥିଲା। କଷ୍ଟମ ଅଧିକାରୀମାନେ କିପରି କାମ କରନ୍ତି ଏବଂ ସମଗ୍ର ପ୍ରକ୍ରିୟା କିପରି ଚାଲିଥାଏ ତାହା ଜାଣିବା... ଏହା ମୋ ପାଇଁ ଏକ ନୂଆ ଏବଂ ଭିନ୍ନ ଅଭିଜ୍ଞତା ଥିଲା।”
ସେ ପୁଣି କହିଛନ୍ତି, “ପରିଭାଷା ବହୁତ ବଦଳି ଯାଇଛି। ଯେତେବେଳେ ମୁଁ ଆରମ୍ଭ କରିଥିଲି, ମୁଖ୍ୟ ନାୟକଙ୍କର ଏକ ସ୍ଥାୟୀ ଇମେଜ୍ ଥିଲା। ହିରୋ ଆସୁଥିଲା, ସବୁ କିଛି ବଦଳାଇ ଦେଉଥିଲା ଆଉ କାହାଣୀ ଶେଷ ହୋଇଯାଉଥିଲା। କିନ୍ତୁ ଆଜିର ସମୟ ବହୁତ ଭିନ୍ନ। OTT ଦର୍ଶକଙ୍କ ପସନ୍ଦକୁ ରୁଚିକୁ ବଦଳାଇ ଦେଇଛି। କୋଭିଡ୍ ପରେ, ଦର୍ଶକମାନେ ସାରା ଦୁନିଆର କଣ୍ଟେଣ୍ଟ୍ ଦେଖୁଛନ୍ତି।
ଏବେ, ମୁଖ୍ୟ ବ୍ୟକ୍ତି କେବଳ ଜଣେ ନାୟକ ନୁହଁନ୍ତି, ବରଂ ତାଙ୍କ ଚରିତ୍ରକୁ ଗଭୀରତା ଏବଂ ସ୍ପଷ୍ଟତା ସହିତ ଲେଖାଯିବା ଆବଶ୍ୟକ। ଅନେକ ଚରିତ୍ରକୁ ନେଇ ଚଳଚ୍ଚିତ୍ର ନିର୍ମାଣ ହେଉଛି, ଏବଂ ସମାନ ଧାରା ମଧ୍ୟରେ ମଧ୍ୟ ବିଭିନ୍ନ ପରୀକ୍ଷଣ ହେଉଛି। ଏହି ପରିବର୍ତ୍ତନ ଶିଳ୍ପ ପାଇଁ ଭଲ।
ଏହି ଆଲୋଚନା ଭିତରେ ଇଣ୍ଡଷ୍ଟ୍ରିକୁ ନେଇ ସେ ଏକ ବଡ କଥା କହିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରି ଏକତାରେ ନାହିଁ ବୋଲି ସେ କହିଛନ୍ତି। ଲୋକମାନେ ସାମ୍ନାରେ କିଛି କୁହନ୍ତି ନାହିଁ, କିନ୍ତୁ ପରସ୍ପର ପଛରେ ବହୁତ ଗୁଡ଼ାଏ କଥାବାର୍ତ୍ତା ଚାଲିଛି। ଇଣ୍ଡଷ୍ଟ୍ରିରେ ଟଣାଓଟରା କରିବାର ମାନସିକତା ସାଧାରଣ। ଯଦି କେହି ଭଲ କାମ କରୁଛନ୍ତି, ତେବେ ଅନେକ ଲୋକ ତାଙ୍କୁ ତଳକୁ ଆଣିବାକୁ ଚେଷ୍ଟା କରନ୍ତି। ଯଦି ମୋ ପାଖରେ ନାହିଁ, ତେବେ ଅନ୍ୟମାନଙ୍କ ପାଖରେ କାହିଁକି ରହିବ, ଏହି ଭାବନା ଏବେ ବି ରହିଛି ଏବଂ ଏହା ଭଲ କଥା ନୁହେଁ ବୋଲି ସେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/18/emraan-hashmi-interview-2026-01-18-14-44-27.jpg)