Dharmendra-Odisha-Link Photograph: (OTV)
ନିରବି ଯାଇଛନ୍ତି ବଲିଉଡର ବର୍ଷିଆନ ଅଭିନେତା ଧର୍ମେନ୍ଦ୍ର ସିଂ ଦେଓଲ୍। ବଲିଉଡର ହି ମ୍ୟାନଙ୍କ ବିୟୋଗରେ ସାରା ଭାରତ ଶୋକରେ ବୁଡ଼ିଥିବା ବେଳେ ସାମ୍ନାକୁ ଆସିଛି ଧର୍ମେନ୍ଦ୍ରଙ୍କ ଓଡ଼ିଶା ଲିଙ୍କ୍। ଓଡ଼ିଶାର କମ୍ପାନୀ ଭାରତ ମସଲା ସହ ଜଡିତ ଥିଲେ ଧର୍ମେନ୍ଦ୍ର। କମ୍ପାନୀର ସେ ବ୍ରାଣ୍ଡ ଆମ୍ବାସାଡର ଥିଲେ। ଏପରିକି କମ୍ପାନୀର ବିଜ୍ଞାପନ ସୁଟିଂ ବେଳେ ଓଡ଼ିଶାର ମସଲାକୁ ପ୍ରଶଂସା ମଧ୍ୟ କରିଥିଲେ। କହିଥିଲେ ଓଡ଼ିଶାର ଖାଦ୍ୟ ଓ ମସଲାର ସ୍ବାଦ ବହୁତ ବଢିଆ ।
ପ୍ରାୟ ୧୦ ବର୍ଷ ଧରି ଭାରତ ମସଲା ସହ ଜଡିତ ଥିଲେ ଧର୍ମେନ୍ଦ୍ର। କୌଣସି କମ୍ପାନୀର ବିଜ୍ଞାପନ କରିବାକୁ ଧର୍ମେନ୍ଦ୍ର ରାଜି ହେଉନଥିବା ବେଳେ ଓଡ଼ିଶାର ଏହି କମ୍ପାନିର ଆଡ୍ ସୁଟ୍ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଆଉ ଯେଉଁଦିନ ବିଜ୍ଞାପନ ସୁଟିଂ ଥିଲା ସେଦିନ ଡାରେକ୍ଟରଙ୍କ ବିନା ନିଜ ଇଚ୍ଛାରେ ଡାଇଲଗ୍ କହିଥିଲେ। ଏହି ବିଜ୍ଞାପନଟି ଖୁବ ଲୋକପ୍ରିୟ ମଧ୍ୟ ହୋଇଥିଲା। ତେବେ ଧର୍ମେନ୍ଦ୍ରଙ୍କ ପରି ଜଣେ ସୁପରଷ୍ଟାର ଭାରତ ମସଲାର ଆଡ୍ କରିବା ଗର୍ବର ବିଷୟ ଥିଲା ବୋଲି କହିଛନ୍ତି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ।
ଓଡ଼ିଶା ସହ ଓଡ଼ିଆ କମ୍ପାନୀକୁ ଖିବ ଭଲ ପାଉଥିଲେ ଧର୍ମେନ୍ଦ୍ର। ତେଣୁ ତାଙ୍କ ଅବର୍ତ୍ତମାନରେ ବାରଙ୍ଗ ଗୋଡ଼ିସାହିରେ ଥିବା ଭାରତ ମସଲା କାର୍ଯ୍ୟାଳୟ ପରିସରରେ ଭାରତ ମସଲା ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରାଯାଇଥିଲା। ଅମର ଆତ୍ମାର ସଦଗତି କାମନା କରି ଏକ ମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା। ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ଭାରତ ମସଲାର ଚେୟାରମ୍ୟାନ୍ ।
ଧର୍ମେନ୍ଦ୍ରଙ୍କ ନିଧନ ପୁରା ସିନେମା ଜଗତକୁ କରିଦେଇଛି ସ୍ତବ୍ଧ। ଆଉ ସାରା ଭାରତ ତାଙ୍କୁ ସ୍ମୃତିକୁ ଝୁରି ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/26/dharmendra-odisha-link-2025-11-26-15-34-58.jpg)