dharmendra Photograph: (OTV)
ଧର୍ମେନ୍ଦ୍ରଙ୍କୁ ଆପଣ ବହୁଥର ପରଦାରେ ଦେଖିଥିବେ। କେବେ କୌଣସି ଫିଲ୍ମର ସୁଟିଂରେ ତ କେବେ କୌଣସି ରିଆଲିଟି ଶୋ’ରେ। ବହୁ ବର୍ଷ ଧରି ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ରାଜ କରିଥିବା ଧର୍ମେନ୍ଦ୍ର ଟିଭି ଇଣ୍ଟରଭ୍ୟୁ ମଧ୍ୟ ବହୁଥର ଦେଇଛନ୍ତି। ସବୁବେଳେ ଦିଲଦାର ଓ ଖୁସମିଜାଜ ଦେଖାଯାଉଥିବା ଧର୍ମେନ୍ଦ୍ର ନିଜର ପ୍ରତ୍ୟେକ ଇଣ୍ଟରଭ୍ୟୁରେ ଗୋଟିଏ ବିଶେଷ କଥାର ବିଶେଷ ଧ୍ୟାନ ରଖୁଥିଲେ। ବହୁଥର ତାଙ୍କର ଇଣ୍ଟରଭ୍ୟୁ ନେଇସାରିଥିବା ଜଣେ ସାମ୍ବାଦିକ ସେହି ଦିନଗୁଡ଼ିକୁ ମନେ ପକାଇ ଧର୍ମେନ୍ଦ୍ରଙ୍କ ସହ ଜଡ଼ିତ ବହୁ ରୋଚକ ଓ ସୁନ୍ଦର କାହାଣୀ ଶେୟାର କରିଛନ୍ତି।
ଏଗୁଡ଼ିକରୁ ଜଣାପଡ଼ୁଛି ଯେ ଧର୍ମେନ୍ଦ୍ର ଦିଲଦାର ସହ ଜଣେ ଭଲ ବନ୍ଧୁ ମଧ୍ୟ ଥିଲେ। ସାମ୍ବାଦିକ ଜଣକ ପୁରୁଣା ଦିନଗୁଡ଼ିକୁ ମନେ ପକାଇ କହିଛନ୍ତି ଯେ ୧୯୯୯ ମସିହାରେ ତାଙ୍କର ଧର୍ମେନ୍ଦ୍ରଙ୍କ ସହ ପ୍ରଥମ ଦେଖାହେଲା। ଆଉ ସେତେବେଳେ ସେ ତାଙ୍କୁ କହିଥିଲେ ଆପଣଙ୍କର ଗୋଟିଏ ଫିଲ୍ମ ଦେଖିବା ଚକ୍କରରେ ମୋର୧ ଟଙ୍କା ୬୦ ପଇସା କ୍ଷତି ହୋଇଗଲା । କାରଣ ସେହି ଫିଲ୍ମରେ ଆକ୍ସନ ନଥିଲା । ଏହି କଥାରେ ଧର୍ମେନ୍ଦ୍ର ଜୋରରେ ହସିଥିଲେ ଓ କହିଥିଲେ ଚିନ୍ତା କରନି ମୁଁ ପଇସା ଦେଇଦେବି ।
ସାମ୍ବାଦିକ ଜଣକ କହିଛନ୍ତି ଯେ ଧର୍ମେନ୍ଦ୍ର ବନ୍ଧୁମାନଙ୍କ ସହ ତାସ ଖେଳି ସମୟ କାଟିବାକୁ ବହୁତ ପସନ୍ଦ କରୁଥିଲେ । ଖାଇବା ପିଇବାରେ ମଧ୍ୟ ସେ ବହୁତ ଶୌଖିନ ଥିଲେ। ଆଉ ସେତିକି ଖୁସିରେ ଅନ୍ୟମାନଙ୍କୁ ଖୁଆଉଥିଲେ।
ବର୍ଷିୟାନ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କ ମୁମ୍ବାଇସ୍ଥିତ ବାସଭବନରେ ୮୯ବର୍ଷ ବୟସରେ ଦେହାନ୍ତ ହୋଇଛି ବୋଲି ଖବର ସରବରାହ ସଂସ୍ଥା IANS ସୂତ୍ରରୁ ଜଣାପଡିଛି। ଅସୁସ୍ଥତା ନେଇ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରେ ରହି ଚିକିତ୍ସିତ ହେଉଥିଲେ।
ଧର୍ମେନ୍ଦ୍ରଙ୍କୁ ପ୍ରଥମେ ନଭେମ୍ବର ୧ ତାରିଖରେ ହସ୍ପିଟାଲକୁ ନିଆଯାଇଥିଲା ଏବଂ ଏହା ଏକ ନିୟମିତ ଯାଞ୍ଚ ବୋଲି କୁହାଯାଇଥିଲା। ଏହା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ଏବଂ ତାଙ୍କ ଅବସ୍ଥା ଗୁରୁତର ଥିଲା। ରିପୋର୍ଟ ଅନୁସାରେ, ନିଶ୍ୱାସ ନେବାରେ କଷ୍ଟ ହେଉଥିବା କାରଣରୁ ଧର୍ମେନ୍ଦ୍ରଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତରମାନେ ତାଙ୍କୁ ସେଠାରେ କଡ଼ା ନଜର ରଖିବା ପାଇଁ ରଖିଥିଲେ।
ଗତ ୧୧ ତାରିଖରେ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ନେଇ ଖବର ପ୍ରକାଶ ପାଇଥିଲା। ଯାହାକୁ ପରିବାର ତରଫରୁ ଖଣ୍ଡନ କରାଯାଇଥିଲା। ଧୀରେ ଧୀରେ ସୁସ୍ଥ ହେଉଥିବା ଏବଂ ଚିକିତ୍ସିତ ହୋଇ ଘରକୁ ଫେରିଥିବା କୁହା ଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/24/dharmendra-2025-11-24-16-35-18.jpg)