Advertisment

Dhurandhar Breaks: ପାକିସ୍ତାନରେ ମାତିଲାଣି ଧୁରନ୍ଧର ଝଡ଼ , ବ୍ୟାନ୍ ହୋଇ ମଧ୍ୟ ଭାଙ୍ଗିଲା ୨୦ ବର୍ଷର ରେକର୍ଡ

ସାରା ବିଶ୍ୱରେ ଚହଳ ସୃଷ୍ଟି କରୁଛି ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ଫିଲ୍ମ 'ଧୁରନ୍ଧର'। ତେବେ ଏହି ସିନେମା ଉପରେ ବ୍ୟାନ ଲଗାଇ ଛଅଟି ଗଲ୍ଫ ଦେଶ ସମେତ ପାକିସ୍ତାନ ଏହାକୁ ରିଲିଜ କରିବାକୁ ଦେଇନାହାନ୍ତି।

Dhurandhar-Record-in-Pakistan

Dhurandhar-Record-in-Pakistan Photograph: (OTV)

Advertisment

ସାରା ବିଶ୍ୱରେ ଚହଳ ସୃଷ୍ଟି କରୁଛି ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ଫିଲ୍ମ 'ଧୁରନ୍ଧର'। ତେବେ ଏହି ସିନେମା ଉପରେ ବ୍ୟାନ ଲଗାଇ ଛଅଟି ଗଲ୍ଫ ଦେଶ ସମେତ ପାକିସ୍ତାନ ଏହାକୁ ରିଲିଜ କରିବାକୁ ଦେଇନାହାନ୍ତି। ତେବେ ଏହା ସତ୍ତ୍ୱେ, ପାକିସ୍ତାନରେ ୨୦ ବର୍ଷର ରେକର୍ଡ ଭାଙ୍ଗିଛି ଧୁରନ୍ଧର ସିନେମା। ପାକିସ୍ତାନୀ ମାନେ ଗୁପ୍ତ ଭାବରେ ଏହି ଫିଲ୍ମଟିକୁ ଦେଖୁଛନ୍ତି। ସେମାନେ ବହୁ ସଂଖ୍ୟାରେ ପାଇରେଟେଡ୍ ସାଇଟରୁ ଫିଲ୍ମ ଡାଉନଲୋଡ୍ କରୁଛନ୍ତି। ଫଳସ୍ୱରୂପ, 'ଧୁରନ୍ଧର' ଗତ 20 ବର୍ଷ ମଧ୍ୟରେ ପାକିସ୍ତାନରେ ସବୁଠାରୁ ପାଇରେଟେଡ୍ ବଲିଉଡ୍ ଫିଲ୍ମ ପାଲଟିଛି। ଅର୍ଥାତ ଯଦି ଏହା ପାକିସ୍ତାନରେ ମୁକ୍ତିଲାଭ କରିଥାନ୍ତା, ତେବେ ଏହା ଆରାମରେ 50 ରୁ 100 କୋଟି ଟଙ୍କା ଆୟ କରିପାରିଥାନ୍ତା।

Advertisment

ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ମାତ୍ର ଦୁଇ ସପ୍ତାହ ମଧ୍ୟରେ ଫିଲ୍ମଟି ପ୍ରାୟ ୨୦ ଲକ୍ଷ ଥର ବେଆଇନ ଭାବରେ ଡାଉନଲୋଡ୍ ହୋଇଛି। ପାକିସ୍ତାନୀ ଟୋରେଣ୍ଟ, VPN, ଟେଲିଗ୍ରାମ ଏବଂ ଅବୈଧ ଲିଙ୍କ୍ ମାଧ୍ୟମରେ ଏହି ସ୍ପାଏ-ଥ୍ରୀଲର୍‌ ଦେଖୁଥିବା ଜଣାପଡ଼ିଛି। ପାକିସ୍ତାନର ଗୁପ୍ତଚର ସଂସ୍ଥା ISI ଇଣ୍ଟରନେଟରେ ଫିଲ୍ମ ଉପରେ କଡ଼ା ନଜର ରଖିଛି, ତଥାପି ଏହାକୁ ବନ୍ଦ କରିବାରେ ଅସମର୍ଥ ହୋଇଛି। ଫଳରେ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇ ବଡ଼ ତୀର ମାରିଛନ୍ତି ଭାବୁଥିବା ପାକିସ୍ତାନ ସରକାର ଉଦ୍ୟମ ଫୁସ୍ ହୋଇଯାଇଛି। 

'ଧୁରନ୍ଧର' ଡିସେମ୍ବର 5, 2025 ରେ ହଲରେ ମୁକ୍ତିଲାଭ କରିଥିଲା। ଆଉ ରିଲିଜ୍ ହେବାର ମାତ୍ରର ଦୁଇ ସପ୍ତାହ ମଧ୍ୟରେ ଭାରତୀୟ ବକ୍ସ ଅଫିସରେ ₹୪୫୪.୨୦ କୋଟି ସଂଗ୍ରହ କରିଛି। ଆଉ ବିଶ୍ୱବ୍ୟାପୀ ₹୬୦୦ କୋଟି ମଧ୍ୟ ଅତିକ୍ରମ କରିସାରଲାଣି। ତେବେ ପାକିସ୍ତାନରେ ପ୍ରତିବନ୍ଧକ ଯୋଗୁଁ ଧୁରନ୍ଧରର ନିର୍ମାତାମାନେ ପ୍ରାୟ ₹50-60 କୋଟି ହରାଇଛନ୍ତି। ହେଲେ ଫିଲ୍ମର ଏତେ ବଡ଼ ସଫଳତା ଆଗରେ ଏହି ସଂଖ୍ୟା ହାତୀକୁ ହୋମିଓପ୍ୟାଥୀ ସଦୃଶ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ