Advertisment

ଅଭିନେତ୍ରୀ ଦୀପିକା ସିଂଙ୍କ ମା’ଙ୍କୁ କରୋନା; କହିଲେ-କେଜ୍ରିୱାଲ୍‌ ଜୀ, ଦୟାକରି‌ ସାହାଯ୍ୟ କରନ୍ତୁ

ନୂଆଦିଲ୍ଲୀ: ସିରିୟଲ୍‌ ‘ଦିୟା ଔର୍ ବାତି ହମ୍‌’ରେ ଅଭିନୟ କରି ଦର୍ଶକ ମନ ଜିଣିଥିବା ଅଭିନେତ୍ରୀ ଦୀପିକା ସିଂଙ୍କ ମା’ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ମା’ କରୋନାରେ ଆକ୍ରାନ୍ତ ଥିବା ନେଇ ଗତକାଲି ସେ ଜାଣିବାକୁ ପାଇଥିଲେ। ଦିଲ୍ଲୀର ଏକ ହସ୍ପିଟାଲ୍‌ରେ ଦୀପିକାଙ୍କ ମା’ଙ୍କ କରୋନା ଟେଷ୍ଟ୍‌ କରାଯାଇଥିଲା ଓ ରିପୋର୍ଟ ପଜିଟିଭ୍‌ ଆସିଥିଲା। ହେଲେ ସେମାନଙ୍କୁ ରିପୋର୍ଟ ଦିଆଯାଉନଥିବା ଦୀପିକା ଅଭିଯୋଗ ଆଣିଛନ୍ତି। ହସ୍ପିଟାଲ୍ ପକ୍ଷରୁ ତାଙ୍କ(ଦୀପିକା) ବାପା‌ଙ୍କୁ କେବଳ ରିପୋର୍ଟର ଫଟୋ କ୍ଲିକ୍‌ […]

ଅଭିନେତ୍ରୀ ଦୀପିକା ସିଂଙ୍କ ମା’ଙ୍କୁ କରୋନା; କହିଲେ-କେଜ୍ରିୱାଲ୍‌ ଜୀ, ଦୟାକରି‌ ସାହାଯ୍ୟ କରନ୍ତୁ

actress deepika

Advertisment

ନୂଆଦିଲ୍ଲୀ: ସିରିୟଲ୍‌ ‘ଦିୟା ଔର୍ ବାତି ହମ୍‌’ରେ ଅଭିନୟ କରି ଦର୍ଶକ ମନ ଜିଣିଥିବା ଅଭିନେତ୍ରୀ ଦୀପିକା ସିଂଙ୍କ ମା’ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ମା’ କରୋନାରେ ଆକ୍ରାନ୍ତ ଥିବା ନେଇ ଗତକାଲି ସେ ଜାଣିବାକୁ ପାଇଥିଲେ।

Advertisment

ଦିଲ୍ଲୀର ଏକ ହସ୍ପିଟାଲ୍‌ରେ ଦୀପିକାଙ୍କ ମା’ଙ୍କ କରୋନା ଟେଷ୍ଟ୍‌ କରାଯାଇଥିଲା ଓ ରିପୋର୍ଟ ପଜିଟିଭ୍‌ ଆସିଥିଲା। ହେଲେ ସେମାନଙ୍କୁ ରିପୋର୍ଟ ଦିଆଯାଉନଥିବା ଦୀପିକା ଅଭିଯୋଗ ଆଣିଛନ୍ତି। ହସ୍ପିଟାଲ୍ ପକ୍ଷରୁ ତାଙ୍କ(ଦୀପିକା) ବାପା‌ଙ୍କୁ କେବଳ ରିପୋର୍ଟର ଫଟୋ କ୍ଲିକ୍‌ କରି ନେବା ପାଇଁ କୁହାଯାଉଥିବା ଦୀପିକା କହିଛନ୍ତି। ଫଳରେ ଦୀପିକାଙ୍କ ପୂରା ପରିବାର ଏବେ ଚିନ୍ତାରେ। କାରଣ ରିପୋର୍ଟ ସେମାନଙ୍କ ହାତକୁ ଆସିବା ପରେ ହିଁ ସେମାନେ ଏକ ଭଲ ପ୍ରାଇଭେଟ୍‌ ହସ୍ପିଟାଲ୍‌ରେ ଚିକିତ୍ସା କରିବାକୁ ଚାହୁଁଛନ୍ତି ବୋଲି ଅଭିନେତ୍ରୀ ଦୀପିକା କହିଛନ୍ତି।

ଚିନ୍ତାର ବିଷୟ ହେଉଛି, ଦିଲ୍ଲୀର ପାହାରଗଞ୍ଜ ଅଞ୍ଚଳରେ ପରିବାର ସହ ଦୀପିକାଙ୍କ ମା’ ରୁହନ୍ତି। ପରିବାରର ସଦସ୍ୟ ସଂଖ୍ୟା ୪୫ ଓ ସମସ୍ତେ ଏକାଠି ରୁହନ୍ତି। ସେମାନଙ୍କ ସଂସ୍ପର୍ଶରେ ଦୀପିକାଙ୍କ ମା’ ମଧ୍ୟ ଆସିଛନ୍ତି। ତେଣୁ ସମସ୍ତଙ୍କ କରୋନା ଟେଷ୍ଟ୍ ହେବା‌ ଅତ୍ୟନ୍ତ ଜରୁରୀ ବୋଲି ଅଭିନେତ୍ରୀ କହିଛନ୍ତି।

Advertisment

ଯେହେତୁ ବର୍ତ୍ତମାନ କରୋନା ଟେଷ୍ଟ୍‌ ରିପୋର୍ଟ ସେମାନଙ୍କ ହାତକୁ ଆସି ନାହିଁ, ତେଣୁ ଆଗକୁ ଚିକତ୍ସା କେମିତି ଜାରି ରହିବ ସେନେଇ ଦୀପିକାଙ୍କ ସମେତ ତାଙ୍କ ପୂରା ପରିବାର ଏବେ ଚିନ୍ତାରେ। ଏ ନେଇ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ‌ ସହାୟତା ଲୋଡ଼ିଛନ୍ତି। ତାଙ୍କ ମା’ଙ୍କୁ ଶୀଘ୍ର ଚିକିତ୍ସା ସହାୟତା ମିଳୁ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ମା’ ବହୁତ ଦୁର୍ବଳତା ଅନୁଭବ କରୁଛନ୍ତି ଓ ତାଙ୍କୁ ବହୁତ କଷ୍ଟ ମଧ୍ୟ ହେଉଛି। ତେଣୁ ହସ୍ପିଟାଲ୍‌ରେ ରହି ତାଙ୍କର ଚିକିତ୍ସା ଜାରି ରଖିବା ଅତ୍ୟନ୍ତ ଜରୁରୀ।’

Advertisment

ଏ ନେଇ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଶେଆର୍‌ କରିବା ସହ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ଯେଉଁଥିରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହାୟତା ଲୋଡ଼ିଛନ୍ତି।

ସୂଚନାଥାଉ କି, ବର୍ତ୍ତମାନ ଦୀପିକା ମୁମ୍ବାଇରେ ସ୍ୱାମୀ ଓ ୪ ବର୍ଷର ଝିଅ ସହ ରହୁଛନ୍ତି।

COVID19 Deepika Singh Mother Diya Aur Baati Hum Actress Diya Aur Baati Hum Actress Deepika
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ