Advertisment

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଏନ୍‌ସିବିର ସମନ୍

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ପରେ ଡ୍ରଗ୍ସ ଲିଙ୍କକୁ ନେଇ ଏବେ ଅନେକ ବଡ଼ ବଡ଼ ନାଁ ସାମ୍ନାକୁ ଆସୁଛି। ବଲିଉଡରେ ଡ୍ରଗ୍ସ ଲିଙ୍କ୍ ମାମଲାର ତଦନ୍ତ କରୁଥିବା ନାର୍କୋଟିକ୍ସ ସେଣ୍ଟ୍ରାଲ୍‌ ବ୍ୟୁରୋ (ଏନସିବି) ବଲିଉଡର ନମ୍ବର ୱାନ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସମନ୍ କରିଛି। ଦୀପିକାଙ୍କ ସମେତ ବଲିଉଡର ଜଣାଶୁଣା ଅଭିନେତ୍ରୀ ସାରା ଅଲ୍ଲି ଖାନ୍, ରକୁଲ୍ ପ୍ରୀତ ସିଂହ ଓ ଶ୍ରଦ୍ଧା କପୁରଙ୍କୂ ମଧ୍ୟ ସମନ୍ ପଠାଯାଇଛି। ଏହି ସମସ୍ତ ଅଭିନେତ୍ରୀଙ୍କ […]

ଅଦ୍ୟତନ ହୋଇଛି
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଏନ୍‌ସିବିର ସମନ୍

deepika

Advertisment

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ପରେ ଡ୍ରଗ୍ସ ଲିଙ୍କକୁ ନେଇ ଏବେ ଅନେକ ବଡ଼ ବଡ଼ ନାଁ ସାମ୍ନାକୁ ଆସୁଛି। ବଲିଉଡରେ ଡ୍ରଗ୍ସ ଲିଙ୍କ୍ ମାମଲାର ତଦନ୍ତ କରୁଥିବା ନାର୍କୋଟିକ୍ସ ସେଣ୍ଟ୍ରାଲ୍‌ ବ୍ୟୁରୋ (ଏନସିବି) ବଲିଉଡର ନମ୍ବର ୱାନ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସମନ୍ କରିଛି।

Advertisment

ଦୀପିକାଙ୍କ ସମେତ ବଲିଉଡର ଜଣାଶୁଣା ଅଭିନେତ୍ରୀ ସାରା ଅଲ୍ଲି ଖାନ୍, ରକୁଲ୍ ପ୍ରୀତ ସିଂହ ଓ ଶ୍ରଦ୍ଧା କପୁରଙ୍କୂ ମଧ୍ୟ ସମନ୍ ପଠାଯାଇଛି। ଏହି ସମସ୍ତ ଅଭିନେତ୍ରୀଙ୍କ ବିରୋଧରେ ଡ୍ରଗ୍ସ ନେଣଦେଣ ଦେଇ କିଛି ପ୍ରମାଣ ମିଳିଛି, ଯେଉଁ ମାମଲାରେ ଏନସିବି ସେମାନଙ୍କୁ ପଚରାଉଚୁରା କରିବ।

ଦୀପିକାଙ୍କୁ ସେପ୍ଟେମ୍ବର ୨୫ ତାରିଖରେ ହାଜର ହେବା ପାଇଁ ସମନ୍ ହୋଇଛି। ତେବେ ରକୁଲପ୍ରୀତ୍ ଓ ସିମୋନ୍ ଖମ୍ବାଟାଙ୍କୁ ଆସନ୍ତାକାଲି ହାଜର ହେବା ପାଇଁ କୁହାଯାଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ରିୟା ଚକ୍ରବର୍ତ୍ତୀ ଓ ସୌଭିକ୍ ଚକ୍ରବର୍ତ୍ତୀଙ୍କୁ ଜେରା ବେଳେ ବଲିଉଡ୍ରେ ଡ୍ରଗ୍ସ ଲିଙ୍କରେ ଥିବା ବ୍ୟକ୍ତି ବା ସେଲିବ୍ରିଟି ମାନଙ୍କ ୩ଟି ତାଲିକା ପ୍ରସ୍ତୁତ କରିଥିଲା ଏନସିବି। ତେବେ ଏହି ତାଲିକାରୁ ଏ-ଲିଷ୍ଟର୍ ମାନଙ୍କୁ ଏନସିବି ଶୀଘ୍ର ତଦନ୍ତ ପ୍ରକ୍ରିୟାରେ ସାମିଲ କରିପାରେ ବୋଲି ଚର୍ଚ୍ଚା ହେଉଥିଲା।

Advertisment

ଅଭିଯୋଗ ମୁତାବକ, ଦୀପିକା ଏକ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀରେ କାମ କରୁଥିବା କର୍ମଚାରୀ କରିଶ୍ମାଙ୍କ ସହ ସମ୍ପର୍କରେ ଥିଲେ। ତାଙ୍କୁ ଡ୍ରଗ୍ସ ମାଗିଥିବା ଚାଟ୍ ଏବେ ଏନସିବି ହାତରେ ଲାଗିଛି। ତେବେ ଏଥିରେ ସେ ଇସାରାରେ ଡ୍ରଗ୍ସ ମାଗୁଥିବା ସନ୍ଦେହ କରୁଛି ଏନସିବି। ବଲିଉଡରେ ଡ୍ରଗ୍ସ ଲିଙ୍କ୍ ମାମଲାରେ ଦୀପିକାଙ୍କ ସମେତ ଶ୍ରଦ୍ଧା କପୁର, ସାରା ଅଲ୍ଲି ଖାନ୍, ରକୁଲ ପ୍ରୀତ ସିଂହ ଓ ଫ୍ୟାଶନ୍ ଡିଜାଇନର୍ ସିମୋନ ଖମ୍ବାଟାଙ୍କ ନାଁ ବି ରହିଥିବା ଚର୍ଚ୍ଚା ହେଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ