deepika
ମୁମ୍ୱାଇ : ବଲିଉଡ୍ର ପ୍ରସିଦ୍ଧ ଅଭିନେତ୍ରୀ ଦୀପିକା ପାଦୁକୋନ୍ଙ୍କ ଆଗାମୀ ଫିଲ୍ମ ‘ଛପାକ୍ ’ ଚଳିତ ମାସରେ ପରଦାକୁ ଆସୁଛି। ଏହି ଫିଲ୍ନରେ ସେ ଏସିଡ୍ ଆଟାକ୍ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ୍ଙ୍କ ଚରିତ୍ରରେ ନଜର ଆସିବେ । ବର୍ତ୍ତମାନ ସେ ନିଜର ଏହି ଫିଲ୍ମର ପ୍ରମୋସନରେ ପୁରା ବ୍ୟସ୍ତ । ଆଉ ଏହାରି ଭିତରେ ସେ ଅନେକ ରିଆଲିଟି ସୋ’ କୁ ମଧ୍ୟ ଯାଇଛନ୍ତି ।
କିନ୍ତୁ ଏହି ଫିଲ୍ମକୁ ନେଇ ମିଡିଆ ଇଣ୍ଟରାକ୍ସନ ସମୟରେ ଜଣେ ରିପୋର୍ଟର ତାଙ୍କୁ ନିଜର ପ୍ରେଗେନ୍ସି ବିଷୟରେ ପ୍ରଶ୍ନ ପଚାରିଥିଲେ । ଆଉ ଏହାର ଜବରଦସ୍ତ ଜବାବ୍ ଦେଇଥିଲେ ଏହି ଅଭିନେତ୍ରୀ ।
ରିପୋର୍ଟରଙ୍କ ଏହି ପ୍ରଶ୍ନ କେବଳ ଉପସ୍ଥିତ ଲୋକଙ୍କୁ ଅସୁବିଧାରେ ପକାଇନଥିଲା , ଅନେକ ଚର୍ଚ୍ଚା ମଧ୍ୟ ହୋଇଥିଲା । ଦୀପିକା ପ୍ରଶ୍ନର ଉତ୍ତରରେ କହିଥିଲେ,‘ମୁଁ କଣ ପ୍ରେଗନାଣ୍ଟ ଥିବା ଭଳି ଦେଖାଯାଉଛି ? ’
ଆଉ ମଧ୍ୟ କହିଥିଲେ , ‘ ମୁଁ ଯେବେ ଫ୍ୟାମିଲ୍ ପ୍ଲାନିଂ କରିବି ଆପଣଙ୍କୁ ପଚାରିନେବି। ଯଦି ଆପଣ ଆଦେଶ ଦେବେ ତ ମୁଁ ନିଶ୍ଚୟ ଫ୍ୟାମିଲ୍ ପ୍ଲାନିଂ କରିବି । ଆଉ ମୁଁ ଯେବେ ପ୍ରେଗେନାଣ୍ଟ ହେବି ତ ଆପେ ଆପେ ଏହା ନଅ ମାସରେ ଜଣାପଡିଯିବ । ’
ଉଲ୍ଲେଖନୀୟ ଯେ , ଦୀପିକାଙ୍କ କ୍ଷେତ୍ରରେ ଏହି ପ୍ରେଗେନ୍ସିକୁ ନେଇ ଏପରି ଉତ୍ତର ଦେବା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ସେ ହିନ୍ଦୁସ୍ତାନ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତ୍କାରରେ ପ୍ରେଗେନ୍ସିକୁ ନେଇ ଏକ କଥାବାର୍ତ୍ତାରେ ସେ କହିଥିଲେ, ଆମ ଦୁହିଁଙ୍କୁ ସନ୍ତାନ ବହୁତ ପସନ୍ଦ । ଆମେ ଫ୍ୟାମିଲ୍ ପ୍ଲାନିଂ କରିବାକୁ ଚାହୁଁଛୁ , କିନ୍ତୁ ଏବେ ନୁହେଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/deepika_1626689252.jpg)