Advertisment

Court bars Jatra actor Piyush Tripathy: ଚର୍ଚ୍ଚିତ ଖଳନାୟକ ପୀୟୂଷ ତ୍ରିପାଠୀଙ୍କୁ କୋର୍ଟ ଝଟକା, ମଞ୍ଚ ଚଢ଼ିବା ମନା

ଚର୍ଚ୍ଚିତ ଖଳନାୟକ ପୀୟୂଷ ତ୍ରିପାଠୀଙ୍କୁ କୋର୍ଟ ଝଟକା। କୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମଞ୍ଚ ଚଢ଼ିବା ବାରଣ। ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ ମାମଲାରେ ଲାଗିଲା ରୋକ୍।

Jatra Artist

Jatra Artist Photograph: (OTV)

Advertisment

ଚର୍ଚ୍ଚିତ ଖଳନାୟକ ପୀୟୂଷ ତ୍ରିପାଠୀଙ୍କୁ ମଞ୍ଚ ମନା। ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ ମାମଲାରେ ଲାଗିଲା ରୋକ୍। ଭୁବନେଶ୍ବର କୋର୍ଟରୁ ପୀୟୁଷଙ୍କୁ ଝଟକା ଲାଗିଛି। କୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମଞ୍ଚ ଚଢ଼ିବା ବାରଣ। ଗତ ୫ ତାରିଖରେ ମଞ୍ଚ ଚଢ଼ିଥିଲେ ପୀୟୂଷ। ସିଂହବାହିନୀର ‘ତୁ ମୋ ବଜରଙ୍ଗୀ’ ନାଟକରେ ଅଭିନୟ କରିଥିଲେ।

Advertisment

ଏହାକୁ କୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ ଅପେରା ସୂର୍ଯ୍ୟ ମନ୍ଦିର କର୍ତ୍ତୃପକ୍ଷ। କାରଣ ପୀୟୂଷଙ୍କ ଚୁକ୍ତି ସୂର୍ଯ୍ୟ ମନ୍ଦିର ସହ ୨୦୨୬ ଜୁନ ପର୍ଯ୍ୟନ୍ତ ଥିଲା। ଚୁକ୍ତି ସରି ନଥିବା ବେଳେ ପୀୟୂଷ ସିଂହବାହିନୀ ଆସିବାକୁ ଚାହୁଁଥିଲେ। ଏହାକୁ ନେଇ ବିବାଦ ହେବାରୁ ଯାତ୍ରା ମାଲିକ ସଂଘ ପୀୟୂଷଙ୍କୁ ବର୍ଷେ ବିଶ୍ରାମ ଦେଇଥିଲେ। 

ବିଶ୍ରାମ ନ ନେଇ ପୁଣି ମଞ୍ଚ ଚଢ଼ିବାରୁ କୋର୍ଟ ଯାଇଥିଲେ ସୂର୍ଯ୍ୟମନ୍ଦିର ମାଲିକ। କୋର୍ଟଙ୍କ ମଞ୍ଚ ବାରଣ ପ୍ରସଙ୍ଗରେ ପ୍ରତିକ୍ରିୟାରେ ପୀୟୂଷ କହିଛନ୍ତି, କୋର୍ଟ ନୋଟିସ୍ ପାଇଲା ପରେ ଓକିଲଙ୍କ ସହ ପରାମର୍ଶ କରିବି। ଏଯାବତ୍ ମୋତେ କୋର୍ଟଙ୍କ ପକ୍ଷରୁ କୌଣସି ନୋଟିସ୍ ଆସିନି। ନୋଟିସ୍ ନ ପାଇବା ପର୍ଯ୍ୟନ୍ତ ମଞ୍ଚରେ ଅଭିନୟ ଜାରି ରଖିବି।

Advertisment

ସେପଟେ ଯାତ୍ରା ସିଂହବାହିନୀ ମାଲିକ ସଂଜୀପ ପାଢ଼ୀ ମଧ୍ୟ ସମାନ ପ୍ରତିକ୍ରିୟା ରଖିଛନ୍ତି। ସେ ଫୋଟ୍ ଯୋଗେ ଓଟିଭିକୁ କହିଛନ୍ତି, ଯେ କୋର୍ଟ ନୋଟିସ ଏଯାଏ ପୀୟୂଷଙ୍କ ନିକଟରେ ପହଞ୍ଚିନି। ନୋଟିସ ପାଇବା ପରେ, ଯାହା କିଛି ନିଷ୍ପତ୍ତି ଓ ପଦକ୍ଷେପ ନିଆଯିବ।

ଚର୍ଚ୍ଚିତ ଖଳନାୟକ ପୀୟୂଷ ତ୍ରିପାଠୀଙ୍କୁ କୋର୍ଟ ଝଟକା
କୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମଞ୍ଚ ଚଢ଼ିବା ବାରଣ
ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ ମାମଲାରେ ଲାଗିଲା ରୋକ୍ 
ଗତ ୫ ତାରିଖରେ ମଞ୍ଚ ଚଢ଼ିଥିଲେ ପୀୟୂଷ
ସିଂହବାହିନୀର ‘ତୁ ମୋ ବଜରଙ୍ଗୀ’ ନାଟକରେ ଅଭିନୟ କରିଥିଲେ
ଏହାକୁ କୋର୍ଟରେ ଚ୍ୟାଲେଞ୍ଜ୍  କରିଥିଲେ ସୂର୍ଯ୍ୟ ମନ୍ଦିର ମାଲିକ
କାରଣ ପୀୟୂଷଙ୍କ ଚୁକ୍ତି ସୂର୍ଯ୍ୟ ମନ୍ଦିର ସହ ୨୦୨୬ ଜୁନ ପର୍ଯ୍ୟନ୍ତ ଥିଲା
ଚୁକ୍ତି ସରି ନଥିବା ବେଳେ ପୀୟୂଷ ସିଂହବାହିନୀ ଆସିବାକୁ ଚାହୁଁଥିଲେ
ଏହାକୁ ନେଇ ବିବାଦ ହେବାରୁ ଯାତ୍ରା ମାଲିକ ସଂଘ ପୀୟୂଷଙ୍କୁ ବର୍ଷେ ବିଶ୍ରାମ ଦେଇଥିଲେ
ବିଶ୍ରାମ ନ ନେଇ ପୁଣି ମଞ୍ଚ ଚଢ଼ିବାରୁ କୋର୍ଟ ଯାଇଥିଲେ ସୂର୍ଯ୍ୟମନ୍ଦିର ମାଲିକ
କୋର୍ଟଙ୍କ ମଞ୍ଚ ବାରଣ ପ୍ରସଙ୍ଗରେ ପୀୟୂଷଙ୍କ ପ୍ରତିକ୍ରିୟା
କୋର୍ଟ ନୋଟିସ୍ ପାଇଲା ପରେ ଓକିଲଙ୍କ ସହ ପରାମର୍ଶ କରିବି
ଏଯାବତ୍ ମୋତେ କୋର୍ଟଙ୍କ ପକ୍ଷରୁ କୌଣସି ନୋଟିସ୍ ଆସିନି
ନୋଟିସ୍ ନ ପାଇବା ପର୍ଯ୍ୟନ୍ତ ମଞ୍ଚରେ ଅଭିନୟ ଜାରି ରଖିବି

Advertisment
Jatra Artist Actor Piyush Tripathy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ