New Year Celebration Guidelines Photograph: (OTV)
ନୂଆବର୍ଷ ପାଇଁ କଡ଼ା ସୁରକ୍ଷା ବଳୟରେ ରହିବ ରାଜଧାନୀ ଭୁବନେଶ୍ୱର। ସିସିଟିଭି ନଜରରେ ରହିବ ପୁରା ସହର। ଜିରୋ ନାଇଟ୍ ସେଲିବ୍ରେସନ୍ ନାଁରେ ନିୟମ ଖିଲାପକାରୀଙ୍କ ପାଇଁ ରହିବ ପୋଲିସର ଜିରୋ ଟଲେରାନ୍ସ ନୀତି। ଏହାପୂର୍ବରୁ ସହରବାସୀଙ୍କୁ ସତର୍କ କରିଛି କମିଶନରେଟ ପୋଲିସ। ମତୁଆଲା ହୁଅ କିନ୍ତୁ କ୍ରାଇମ କରନି ବୋଲି କହିଛନ୍ତି ପୋଲିସ କମିଶନର ଏସ୍.ଦେବଦତ୍ତ. ସିଂ।
କମିଶନରେଟ ପୋଲିସ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ମୁତାବକ ରାଜଧାନୀରେ ୧୮ ଟି ସ୍ଥାନରେ ନାକାବନ୍ଦୀ ରହିବ। ୧୮ ପ୍ଲାଟୁନ ଅତିରିକ୍ତ ଫୋର୍ସ ସାରା ଭୁବନେଶ୍ୱର ଦାୟିତ୍ୱରେ ରହିବେ। ୨୯ ଟି ଛକରେ ୱାଚ୍ ଟିମ୍ ପକ୍ଷରୁ ଚେକିଂ କରାଯିବ। ଜିରୋ ନାଇଟରେ ରାତି ୧୨ ଟା ପରେ ନଜର ରଖିବ କ୍ବିକ୍ ରିଏକ୍ସନ୍ ଟିମ୍।
ହୋଟେଲ , ବାର ପବ କୁ ୧୨ ଯାଏଁ ପ୍ରୋଗ୍ରାମ ନିମନ୍ତେ ଅନୁମତି ମିଳିଛି। ଯେଉଁମାନେ ନିଜ କ୍ୟାମ୍ପସ ଯେପରିକି ଆପାର୍ଟମେଣ୍ଟ ବା କଲୋନୀ ଭିତରେ ସେଲିବ୍ରେସନ କରିବାକୁ ଚାହୁଁଛନ୍ତି, ସେମାନେ ନିୟମାବଳୀ ମାନିବାକୁ ବାଧ୍ୟ। ଡିଜେ ବଜାଇବାକୁ କାହାରିକୁ ମଧ୍ୟ ଅନୁମତି ମିଳିନାହିଁ ବୋଲି କହିଛନ୍ତି ପୋଲିସ କମିଶନର।
ସେହିପରି ସହର ରେ ଥିବା ୪ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ନନ୍ଦନକାନନ, ଧଉଳି, ଲିଙ୍ଗରାଜ ମନ୍ଦିର ଓ ଖଣ୍ଡଗିରି ରେ ପର୍ଯ୍ୟଟକଙ୍କ ଭିଡକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ସେହିପରି ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ । ଅସୁରକ୍ଷିତ ସ୍ଥାନକୁ ନଯିବା ପାଇଁ ପରାମର୍ଶ ଦେଇଛନ୍ତି କମିଶନର। ମଦ ପିଇ ଡ୍ରାଇଭିଂ କଲେ ସିଜ୍ ହେବ ଗାଡି।
ଜିରୋ ନାଇଟରେ ପୋଲିସର ଜିରୋ ଟଲେରାନ୍ସ
ରୋଡ଼ ରୋମିଓଙ୍କୁ ଜଗିବେ କ୍ବିକ୍ ରିଏକ୍ସନ୍ ଟିମ୍
ମଦ ପିଇ ଡ୍ରାଇଭିଂ କଲେ ଜବତ ହେବ ଗାଡ଼ି
ସୁରକ୍ଷା ପାଇଁ ୧୮ ପ୍ଲାଟୁନ ଫୋର୍ସ, ୧୮ଟି ସ୍ଥାନରେ ନାକା
୨୯ଟି ସ୍ଥାନରେ କଡ଼ା ନଜର ରଖିବ ୱାଚ୍ ଟିମ୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/30/new-year-celebration-guidelines-2025-12-30-09-02-57.jpg)