susata555555
ନୂଆଦିଲ୍ଲୀ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ଦେଶରେ ନେପୋଟିଜମ୍କୁ ନେଇ ତୀବ୍ର ସମାଲୋଚନା କରାଯାଉଛି। କୁହାଯାଉଛି ଯେ ୩୪ବର୍ଷୀୟ ସୁଶାନ୍ତଙ୍କୁ ବୃତ୍ତିଗତ ଭାବେ ହଇରାଣ କରାଯାଇଥିଲା, ଫଳରେ ସୁଶାନ୍ତ ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ। ଏ ନେଇ ସୁଶାନ୍ତଙ୍କ ଭିଣୋଇ ବିଶାଲ କିର୍ତ୍ତୀ ସୋସିଆଲ ମିଡିଆରେ ନେପୋମିଟର ଲଞ୍ଚ କରିଛନ୍ତି। ତେବେ ଏହି 'ନେପୋମିଟର୍' ଲଞ୍ଚ୍ କରିବାର ମୁଖ୍ୟ ଉଦ୍ଦେଶ୍ୟ କ'ଣ। ଏହାର ଖୁଲାସା କରିଛନ୍ତି ଖୋଦ୍ ବିଶାଲ୍।
ବିଶାଲ ନିଜ ଭାଇଙ୍କ ଏକ ଟ୍ୱିଟ୍ ଉପରେ ରିଟ୍ୱିଟ୍ କରି 'ନେପୋମିଟର୍' କ'ଣ ବୋଲି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ‘ମୋର ଭାଇ ମୟୂରେଶ କୃଷ୍ଣା ସୁଶାନ୍ତଙ୍କ ସ୍ମୃତିରେ ଏହାକୁ (ନେପୋମିଟର୍) ତିଆରି କରିଛନ୍ତି। ଏହା ବଲିଉଡରେ ଚାଲିଥିବା ନେପୋଟିଜମ୍ ସମ୍ବନ୍ଧରେ ସୂଚନା ଦେବ। ଆମେ ନେପୋଟିଜମ୍ ଓ ଇଣ୍ଡିପେଣ୍ଡେଣ୍ଟ (ସ୍ୱାଧୀନ) ଫିଲ୍ମର କ୍ରୁ ଆଧାରରେ ରେଟିଂ ପ୍ରଦାନ କରିବୁ। ଯଦି 'ନେପୋମିଟର୍' ଅଧିକ ରହିବ, ତାହେଲେ ଏବେ ବଲିଉଡରେ ଚାଲିଥିବା ନେପୋଟିଜମରୁ ବୟକଟ୍ କରିବାର ସମୟ ଆସିଯାଇଛି।
ସୂଚନାଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଫ୍ୟାନମାନେ କରନ୍ ଜୋହର, ଆଲିଆ ଭଟ୍ଟ, ସଲମାନ ଖାନ ଓ ସୋନମ କପୁରଙ୍କ ସମେତ ଅନେକ ସେଲିବ୍ରିଟୀଙ୍କୁ ଟାର୍ଗେଟ୍ କରୁଛନ୍ତି। ଇଣ୍ଡଷ୍ଟ୍ରୀରେ 'ନେପୋଟିଜମ୍'କୁ ନେଇ ସବୁଠି ସମାଲୋଚନା କରାଯାଉଛି। ଯାହା ପରେ ସୁଶାନ୍ତ ସିଂହଙ୍କ ଭିଣୋଇ ବିଶାଲ କିର୍ତ୍ତୀ 'ନେପୋମିଟର' ନାମକ ଏକ ଆପ୍ କିମ୍ୱା ୱେବସାଇଟ୍ ଲଞ୍ଚ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/susata555555_1626697843.jpg)