Advertisment

ହିରୋଇନ୍‌ଙ୍କ ପରେ ଆସୁଛି ହିରୋଙ୍କ ପାଳି, NCB ହାତରେ ଲାଗିଛି ୪ କୋଡ୍‌ ୱାର୍ଡ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲାର ତଦନ୍ତ କରିବାକୁ ଯାଇ ବଲିଉଡର ଡ୍ରଗ୍ସ ଲିଙ୍କ ଘଟଣାର ପର୍ଦ୍ଦାଫାଶ ହୋଇଛି। ଡ୍ରଗ୍ସ ଲିଙ୍କ ନେଇ NCB ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇଙ୍କୁ ମିଶାଇ ଅନେକଙ୍କୁ  ଗିରଫ କରିଛି। ତଥାପି ବଲିଉଡ୍‌ର ଆଉ କିଏ କିଏ ସଂପୃକ୍ତ ସେ ନେଇ ଖୋଳତାଡ ଚଲାଇଛି NCB । ଖାଲି ଦୀପିକା, ରକୁଲ, ସାରା ଏବଂ ଶ୍ରଦ୍ଧା ଏଥିରେ ରହିଛନ୍ତି ନା ଆଉ କିଛି ବଡ଼ ଚେହେରା  […]

ଅଦ୍ୟତନ ହୋଇଛି
ହିରୋଇନ୍‌ଙ୍କ ପରେ ଆସୁଛି ହିରୋଙ୍କ ପାଳି, NCB ହାତରେ ଲାଗିଛି ୪ କୋଡ୍‌ ୱାର୍ଡ

32222

Advertisment

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲାର ତଦନ୍ତ କରିବାକୁ ଯାଇ ବଲିଉଡର ଡ୍ରଗ୍ସ ଲିଙ୍କ ଘଟଣାର ପର୍ଦ୍ଦାଫାଶ ହୋଇଛି। ଡ୍ରଗ୍ସ ଲିଙ୍କ ନେଇ NCB ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇଙ୍କୁ ମିଶାଇ ଅନେକଙ୍କୁ  ଗିରଫ କରିଛି। ତଥାପି ବଲିଉଡ୍‌ର ଆଉ କିଏ କିଏ ସଂପୃକ୍ତ ସେ ନେଇ ଖୋଳତାଡ ଚଲାଇଛି NCB ।

Advertisment

ଖାଲି ଦୀପିକା, ରକୁଲ, ସାରା ଏବଂ ଶ୍ରଦ୍ଧା ଏଥିରେ ରହିଛନ୍ତି ନା ଆଉ କିଛି ବଡ଼ ଚେହେରା  ଅଛନ୍ତି ?  ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଡ୍ରଗ୍ସ ଲିଙ୍କରେ ଏବେ ଏନସିବି ରାଡାରରେ ଆଉ ୪ ଜଣ ବଡ଼ ଷ୍ଟାର ଅଛନ୍ତି। ଯାହାଙ୍କ ନାଁର କୋଡ୍‌ ୱାର୍ଡ ସାମ୍ନାକୁ ଆସିଛି। ସେଗୁଡ଼ିକ ହେଉଛି A, D, S, R। ଏହି ୪ ଷ୍ଟାରଙ୍କୁ  ଜେରା କରିପାରେ ଏନ୍‌ସିବି ।

ଡ୍ରଗ୍ସ ଲିଙ୍କରେ ଏମାନଙ୍କ ସଂପୃକ୍ତି ଥିବା ସୁରାକ୍ ଲାଗିଛି ନାର୍କୋଟିକ୍ସ ବ୍ୟୁରୋ ହାତରେ। ଜୟା ଶାହାଙ୍କ ଚାଟ୍ ପରେ ୪ ହିରୋଇନଙ୍କୁ ଡାକି ଘଣ୍ଟା ଘଣ୍ଟା ଜେରା କରିଥିଲା ଏନ୍‌ସିବି। ତେବେ ଏଥର ପାଳି ପଡ଼ିପାରେ ହିରୋଙ୍କର। ମାମଲାରେ ୧୦ରୁ ଅଧିକ ଡ୍ରଗ୍ସ ପେଡଲର୍ଙ୍କଠାରୁ ତଥ୍ୟ ଆଦାୟ କରାଯାଇଛି।

Advertisment

ମିଳିଥିବା ସୂଚନା ମୁତାବକ, ଧର୍ମାଟିକ୍ ଏଣ୍ଟରଟେନମେଣ୍ଟ ସଂସ୍ଥାର ପୂର୍ବତନ କର୍ମଚାରୀ କ୍ଷୀତିଜ୍ ପ୍ରସାଦଙ୍କୁ ରିମାଣ୍ଡରେ ନେଇ ପଚରାଉଚରା ପରେ ଏଦିଗରେ କିଛି ବଡ଼ ତଥ୍ୟ ଏନସିବି ହାତରେ ଲାଗିଛି। ଅପରପକ୍ଷେ କିଛି ଦିନ ଧରି ଶିଥିଳ ପଡ଼ିଥିବା ସିବିଆଇ ପୁଣି ଥରେ ଆକ୍ଟିଭ୍ ମୁଡକୁ ଆସିଛି। ଏମ‌ସ ଟିମ୍‌ର ଶବ ବ୍ୟବଚ୍ଛେଦର ଯାଞ୍ଚ ରିପୋର୍ଟ ମିଳିବା ପରେ ଏବେ କୁପର ହସ୍ପିଟାଲର କିଛି ଡାକ୍ତରଙ୍କୁ ପଚରାଉଚରା କରା ଯାଇ ପାରେ। କୁପର ହସ୍ପିଟାଲରେ ସୁଶାନ୍ତଙ୍କ ବ୍ୟବଚ୍ଛେଦ ହୋଇଥିଲା। ତେବେ ମେଡିକାଲ୍ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ କ୍ଲିନ୍ ଚିଟ୍ ନଦେବାରୁ ତାଙ୍କୁ ପୁଣି ଥରେ ପଚରାଉଚରା କରିବାକୁ ଯୋଜନା ରଖିଛି ସିବିଆଇ।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ  ମାମଲାକୁ ୧୦୮ ଦିନ ବିତିଯିବା ପରେ ବି ମୃତ୍ୟୁର ସଠିକ୍ କାରଣ ସମ୍ପର୍କରେ ଜଣାପଡ଼ିନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ