featured
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ରିତି ସାନନ ‘ହିରୋପନ୍ତି’ରୁ ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମକୁ ଦର୍ଶକ ଢ଼େର ସାରା ଭଲ ପାଇବା ଦେଇଥିଲେ । ଏହି ସିନେମାରେ କ୍ରିତି ସାନନ୍ଙ୍କ ସହ ଟାଇଗର ଶ୍ରଫ୍ ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ । ଏହି ଚଳଚ୍ଚିତ୍ରରେ ହିଁ ଉଭୟ ଟାଇଗର୍ ଓ କ୍ରିତି ବଲିଉଡ୍ରେ ଏଣ୍ଟ୍ରି ମାରିଥିଲେ । ହିରୋନ୍ତିକୁ ଏହା ମଧ୍ୟରେ ୭ ବର୍ଷ ପୁରିଛି। ଏହା ସହିତ କ୍ରିତି ସାନନ୍ ଏବଂ ଟାଇଗର ଶ୍ରଫ୍ ମଧ୍ୟ ବଲିଉଡରେ ୭ ବର୍ଷ ପୂରଣ କରିଛନ୍ତି । ଏବେ କ୍ରିତି ଫ୍ୟାନମାନଙ୍କ ହୃଦୟରେ ବସି ସାରିଛନ୍ତି । ତାଙ୍କର ସବୁ ଚଳଚ୍ଚିତ୍ର ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଥାଏ । ତେବେ କ୍ରିତିଙ୍କ ହାତରେ ଏବେ ଆହୁରି ୭ଟି ନୂଆ ଫିଲ୍ମ ରହିଛି । ତେବେ ଆସନ୍ତୁ ଜାଣିବା ସେଗୁଡ଼ିକର ନାଁ କ’ଣ ?
ଆଦିପୁରୁଷ
କ୍ରିତି ସାନନ୍ ପେନ୍ ଇଣ୍ଡିଆର ପୌରାଣିକ ଚଳଚ୍ଚିତ୍ର ଆଦିପୁରୁଷରେ ନଜର ଆସିବେ । ଯେଉଁଥିରେ ତାଙ୍କ ସହ ସାଉଥ ସୁପରଷ୍ଟାର ପ୍ରଭାସ ନଜର ଆସିବେ ।
/odishatv-khabar/media/post_attachments/wp-content/uploads/2021/05/Adipurush.png)
ହମ୍ ଦୋ ହମାରେ ଦୋ
ବରେଲି କି ବର୍ଫି ପରେ କ୍ରିତି ସାନନ୍ ପୁଣି ରାଜକୁମାର ରାଓଙ୍କ ସହ ନଜର ଆସିବେ । ହମ୍ଦୋ ହମାରେ ଦୋ ଏକ କମେଡି ଚଳଚ୍ଚିତ୍ର ହେବ, ଯେଉଁଥିରେ ଦୁହେଁ ପୁଣି ଏକାଠି କାମ କରିବେ ।
/odishatv-khabar/media/post_attachments/wp-content/uploads/2021/05/Hum-Do-Hamare-do.png)
ମମି
କ୍ରିତି ସାନନଙ୍କ ଅନ୍ୟ ଏକ ଚଳଚ୍ଚିତ୍ର ମିମି ମଧ୍ୟ ତାଲିକାରେ ରହିଛି । ଏଥିରେ ଅଭିନେତ୍ରୀଙ୍କ ସହ ପଙ୍କଜ ତ୍ରିପାଠୀ ମୁଖ୍ୟ ଭୂମିକାରେ ନଜର ଆସିବେ ।
/odishatv-khabar/media/post_attachments/wp-content/uploads/2021/05/Mami.png)
ବଚ୍ଚନ ପାଣ୍ଡେ
ହାଉସଫୁଲ୍ ୪ରେ ଅକ୍ଷୟ କୁମାରଙ୍କ ସହ କାମ କରିବା ପରେ ବର୍ତ୍ତମାନ କ୍ରିତିଙ୍କୁ ଖିଲାଡି କୁମାରଙ୍କ ସହ ବଚ୍ଚନ ପାଣ୍ଡେରେ ପୁଣି ଦେଖିବାକୁ ମିଳିବ।
/odishatv-khabar/media/post_attachments/wp-content/uploads/2021/05/Bachhan-pande.png)
ଭେଡ଼ିଆ
ବରୁଣ ଧାୱନଙ୍କ ସହ ଦିଲୱାଲେରେ ଅଭିନୟ କରିଥିବା କ୍ରିତି ସାନନ ପୁଣି ଥରେ ଏହି ଅଭିନେତାଙ୍କ ସହ ନଜର ଆସିବେ। ଉଭୟଙ୍କ ଯୋଡି ପୁଣି ଫିଲ୍ମ ଭେଡ଼ିଆରେ ଦେଖିବାକୁ ମିଳିବ ।
/odishatv-khabar/media/post_attachments/wp-content/uploads/2021/05/Vedia.png)
ଗଣପତ
ହିରୋପନ୍ତିରେ ଟାଇଗର ଶ୍ରଫଙ୍କ ସହ ବଲିଉଡରେ ଡେବ୍ୟୁ କରିବା ପରେ କ୍ରିତି ପୁଣି ଥରେ ତାଙ୍କ ସହ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ । ନିକଟରେ ଗଣପତରେ କ୍ରିତିଙ୍କ ଫାଷ୍ଟ ଲୁକ୍ ମୁକ୍ତିଲାଭ କରିଛି । ଯେଉଁଥିରେ ସେ ଏକ ଆକ୍ସନ୍ ମୋଡ୍ରେ ଥିବା ନଜର ଆସିଛନ୍ତି ।
/odishatv-khabar/media/post_attachments/wp-content/uploads/2021/05/Ganpat.png)
ଏହା ବ୍ୟତୀତ କ୍ରିତି ସାନନଙ୍କ ଆଉ ଏକ ଚଳଚ୍ଚିତ୍ର ମଧ୍ୟ ଲାଇନରେ ଅଛି । ଯାହା ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଆଶା କରାଯାଉଛି କି ଖୁବ୍ଶୀଘ୍ର ଏହି ଚଳଚ୍ଚିତ୍ର ଘୋଷଣା ହୋଇପାରେ।
/odishatv-khabar/media/post_attachments/wp-content/uploads/2021/05/Kriti-sanon.png)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/featured_1626261680.jpg)