Advertisment

Pawan Singh: କାହିଁକି କାରରେ ରାତି କାଟିଲେ ପବନ ସିଂ, ସବୁ ଖୋଲି କହିଦେଲେ

ଲକ୍ଷ୍ନୌରେ ଏକ ପ୍ରେସ କନଫରେନ୍ସ କରି ପବନ ସିଂ କହିଛନ୍ତି ଯେ ଜ୍ୟୋତି ସିଂ ଯେଉଁ ଦିନ ତାଙ୍କ ଘରକୁ ଆସିଥିଲେ, ସେହି ଦିନ ସେ ପୁରା ରାତି ଗାଡ଼ିରେ କାଟିଥିଲେ। ପବନ ସିଂ କହିଛନ୍ତି, ଯେତେବେଳେ ମୁଁ ସେହି ରାତିରେ ଖାଇବାକୁ ବସିଥିଲି, ଆମ ବନ୍ଧୁ କହିଲେ ଯେ ଜ୍ୟୋତି ଦେଖାକରିବାକୁ ଆସୁଛନ୍ତି।

pawan singh

pawan singh Photograph: (OTV)

Advertisment

ଭୋଜପୁରୀ ଅଭିନେତା-ଗାୟକ ତଥା ବିଜେପି ନେତା ପବନ ସିଂ (Pawan Singh) ନିଜ ସ୍ତ୍ରୀ ଜ୍ୟୋତି ସିଂ (Jyoti Singh) ସହ ବିବାଦକୁ ନେଇ ଏକ ପ୍ରେସ କନଫରେନ୍ସ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଜ୍ୟୋତି ସିଂ ତାଙ୍କର ସମ୍ମାନକୁ କ୍ଷତି ପହଞ୍ଚାଇଛନ୍ତି । ଯଦି ତାଙ୍କୁ ସ୍ୱାମୀର ଚିନ୍ତା ଥିଲା, ତେବେ ସେ ଆଗରୁ କେଉଁଠି ଥିଲେ? ଅମିତ ଶାହ ଙ୍କ ସମେତ ବିଜେପି ନେତାମାନଙ୍କ ସହ ସାକ୍ଷାତ ପରେ ହିଁ ଜ୍ୟୋତି ଏସବୁ କାହିଁକି କରୁଛନ୍ତି? ପବନ ସିଂ ଦାବି କରିଛନ୍ତି ଯେ ତାଙ୍କ ବିରୁଦ୍ଧରେ ରାଜନୈତିକ ଷଡ଼ଯନ୍ତ୍ର କରାଯାଉଛି।

Advertisment

ଲକ୍ଷ୍ନୌରେ ଏକ ପ୍ରେସ କନଫରେନ୍ସ କରି ପବନ ସିଂ କହିଛନ୍ତି ଯେ ଜ୍ୟୋତି ସିଂ ଯେଉଁ ଦିନ ତାଙ୍କ ଘରକୁ ଆସିଥିଲେ, ସେହି ଦିନ ସେ ପୁରା ରାତି ଗାଡ଼ିରେ କାଟିଥିଲେ। ପବନ ସିଂ କହିଛନ୍ତି, ଯେତେବେଳେ ମୁଁ ସେହି ରାତିରେ ଖାଇବାକୁ ବସିଥିଲି, ଆମ ବନ୍ଧୁ କହିଲେ ଯେ ଜ୍ୟୋତି ଦେଖାକରିବାକୁ ଆସୁଛନ୍ତି। ଆମେ ପରେ ଆସିବାକୁ କହିଲୁ। କିନ୍ତୁ କିଛି ସମୟ ପରେ ଜଣାପଡ଼ିଲା ଯେ ସେ ଆସି ପହଞ୍ଚିଛନ୍ତି। ଆସିବା ମାତ୍ରେ ଜ୍ୟୋତି କହିଲେ, “ମୁଁ ଏବେ ଏଠାରୁ ହଲିବି ନାହିଁ।” ମୁଁ କହିଲି, “ଗୋଟିଏ ଛାତ ତଳେ ରହି ମୋକଦ୍ଦମା ଲଢ଼ାଯାଏ କ’ଣ?” ମୁଁ ବାହାରିଲି ଏବଂ ଆମେ ପ୍ରାୟ ଦେଢ଼ ଘଣ୍ଟା ଧରି କଥା ହେଲୁ। ଏହାପରେ ମୁଁ ଏକ ମିଟିଙ୍ଗକୁ ଗଲି। ମିଟିଙ୍ଗରେ ମୋବାଇଲ ସାଙ୍ଗରେ ନଥିଲା। ଯେତେବେଳେ ମୋବାଇଲ ଚେକ୍‌ କଲି, ଜଣାପଡ଼ିଲା ଯେ ଘରେ ଝଗଡ଼ା ହୋଇଛି। ତେଣୁ ମୁଁ ଭାବିଲି ଏବେ ଘରକୁ ଯିବା ଠିକ୍‌ ନୁହେଁ। ପୁରା ରାତି ଗାଡ଼ିରେ ହିଁ ରହିଲି। ଦ୍ୱିତୀୟ ଦିନ ମ୍ୟାଡାମ ଫେରିଗଲେ। ବିଜେପି ନେତା କହିଛନ୍ତି ଯେ ତାଙ୍କର ମାମଲା ୩-୪ ବର୍ଷ ଧରି କୋର୍ଟରେ ଚାଲିଛି। ସେ ପ୍ରତ୍ୟେକ ଜିନିଷ ପାଇଁ ସ୍ପଷ୍ଟୀକରଣ ଦେବାକୁ ଚାହୁଁନାହାନ୍ତି। 

ସେ କହିଛନ୍ତି ମୁଁ ଜ୍ୟୋତିଙ୍କୁ କହିବାକୁ ଚାହେଁ ଯେ ଆପଣ ସ୍ୱାମୀ ପାଇଁ ଯେଉଁ ପ୍ରେମ ଦେଖାଉଛନ୍ତି, ତାହା ନିର୍ବାଚନର ଏକ-ଦୁଇ ମାସ ଆଗରୁ କାହିଁକି ଦେଖାଇଲେ ନାହିଁ? ଏସବୁ ଏଥିପାଇଁ କାରଣ ମୁଁ ଅମିତ ଶାହଙ୍କ ସମେତ ଅନେକ ନେତାଙ୍କ ସହ ସାକ୍ଷାତ କରିଛି। କି ଅଦ୍ଭୁତ ପ୍ରେମ ! 

Advertisment

ପବନ ସିଂ ଜ୍ୟୋତି ସିଂଙ୍କ ବାପା ରାମବାବୁ ସିଂଙ୍କ ଉପରେ ମଧ୍ୟ ଗୁରୁତର ଅଭିଯୋଗ ଲଗାଇଛନ୍ତି। ସେ ଦାବି କରିଛନ୍ତି, ମୋ ଶଶୁର ଆସି କହିଥିଲେ ଯେ ଜ୍ୟୋତିକୁ ବିଧାୟକ କରିଦିଅ, ତା’ପରେ ଚାହିଁଲେ ଛାଡ଼ି ଦିଅ। ବିଧାୟକ ହେବା ପାଇଁ ଜ୍ୟୋତି ସିଂ ଏତେ ତଳକୁ ଖସି ପାରନ୍ତି, ଏହାର ଆଶା କରି ନଥିଲି। ମୁଁ ଏତେ ତଳକୁ ଖସି ପାରେ ନାହିଁ। ଦୁନିଆ ମୋତେ ସୁପରଷ୍ଟାର କହୁଛି। ମୋ ମନ ଚାହେଁ ଯେ ଘରକୁ ଫେରିଲେ କବାଟ ମୋ ସ୍ତ୍ରୀ କିମ୍ବା ଝିଅ ଖୋଲୁ, କିନ୍ତୁ ଦୁଆର ମୋ ଷ୍ଟାଫ ଖୋଲୁଛି। ମୁଁ ମଧ୍ୟ ମଣିଷ। ଥକି ଯାଏ।
ପବନ ସିଂ ଆଗକୁ କହିଛନ୍ତି ଯେ ଯେଉଁ ଲୋକମାନେ ଏହି ମାମଲାରେ ମଜା ନେଉଛନ୍ତି, ସେମାନଙ୍କୁ କହିଦେଉଛି ଯେ ପରିବାରର ଯାହା କିଛି କଥା ହୁଏ, ତାହା କୋଠରୀ ଭିତରେ ହୁଏ, କ୍ୟାମେରା ଆଗରେ ନୁହେଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ