Advertisment

Patha Utsav Street Festival: ଶୀତୁଆ ସକାଳରେ ରାଜରାସ୍ତାରେ ମଉଜ, ଜମିଲା ପଥଉତ୍ସବ

ଶୀତୁଆ ସକାଳରେ ରାଜରାସ୍ତାରେ ମଉଜ। ଆଜି ଭୁବନେଶ୍ବରରେ ଜମିବ ପଥଉତ୍ସବ। ମାଷ୍ଟରକ୍ୟାଣ୍ଟିନରେ ଆୟୋଜିତ ପଥଉତ୍ସବ। ଶୀତୁଆ ସକାଳରେ ସହରିଆ ନେବେ ନାଚ, ଗୀତର ମଜା।

PATHA_UTSAV

PATHA_UTSAV Photograph: (OTV)

Advertisment

ଝୁମୁଛି ସ୍ମାର୍ଟସିଟି, ନାଚିଗାଇ ମଉଜ କରୁଛନ୍ତି ରାଜଧାନୀବାସୀ। ଆଜିଠୁ ଭୁବନେଶ୍ବରକୁ ପୁଣି ଫେରିଛି ପଥ ଉତ୍ସବ । ଆଜି ମାଷ୍ଟରକ୍ୟାଣ୍ଟିନରେ ଶୀତୁଆ ସକାଳରେ ସହରିଆ ନେଉଛନ୍ତି ନାଚ, ଗୀତର ମଜା। ରାସ୍ତା ଉପରେ ଚାଲିଛି ମନୋରଞ୍ଜନ । 

Advertisment

ଫ୍ୟାଶନ ସୋ, ଜୁମ୍ବା, କିଡ୍ସ ଜୋନ, ଫେସ୍ ପେଣ୍ଟିଙ୍ଗ, ପାରମ୍ପରିକ ଖେଳ ସହିତ ଦେଖିବାକୁ ମିଳିଛି ଆର୍ଟ ଓ କ୍ରାଫ୍ଟର ଝଲକ । ଭୁବନେଶ୍ୱର ଗଟ୍ ଟାଲେଣ୍ଟ, ସ୍କେଟିଂ, ମେହେନ୍ଦୀ, ଫ୍ଲୋକ ଡ୍ୟାନ୍ସ, ଯୋଗ, କରାଟେ ଓ ସ୍କେଚ ଭଳି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ପଥ ଉତ୍ସବ ପାଇଁ ରାଜଧାନୀରେ ଲାଗିଛି ଟ୍ରାଫିକ କଟକଣା। 

ଆଜି ସକାଳ ୧୧ଟା ପର୍ଯ୍ୟନ୍ତ ମାଷ୍ଟରକ୍ୟାଣ୍ଟିନରୁ ରାମ ମନ୍ଦିର ଛକ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ନିଷିଦ୍ଧ କରାଯାଇଛି । ସେହି ଗାଡ଼ି ନେଇ ସେହି ରାସ୍ତାରେ ନଯିବାକୁ ଟ୍ରାଫିକ୍ ପୋଲିସ ପରାମର୍ଶ । ଆସନ୍ତା ୧୮ ଜାନୁୟାରୀରେ ଜାଗମରା ଓ ଫେବୃଆରୀ ପହିଲାରେ ଇନଫୋସିଟି ଅଞ୍ଚଳରେ ହେବ ପଥ ଉତ୍ସବ ।

Advertisment

ଶୀତୁଆ ସକାଳରେ ରାଜରାସ୍ତାରେ ମଉଜ
ଆଜି ଭୁବନେଶ୍ବରରେ ଜମିବ ପଥଉତ୍ସବ
ମାଷ୍ଟରକ୍ୟାଣ୍ଟିନରେ ଆୟୋଜିତ ପଥଉତ୍ସବ
ଶୀତୁଆ ସକାଳରେ ସହରିଆ ନେବେ ନାଚ, ଗୀତର ମଜା
ମାଷ୍ଟର କ୍ୟାଣ୍ଟିନ-ରାମ ମନ୍ଦିର ଗାଡ଼ି ଚଳାଚଳ ମନା
ସକାଳ ୧୧ଟା ଯାଏଁ ଲାଗିଛି କଟକଣା

Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ