Advertisment

ଫ୍ୟାନ୍ସଙ୍କ ପୋଷ୍ଟରରେ ରାମ-ସୀତା ବେଶରେ ପ୍ରଭାସ ଓ ଅନୁଷ୍କା

ମୁମ୍ବାଇ: ବାହୁବଳୀ ଦମ୍ପତି ପ୍ରଭାସ-ଅନୁଷ୍କା ଶେଟ୍ଟୀ ହେଉଛନ୍ତି ପରଦାରେ ସବୁଠାରୁ ପପୁଲାର ହିଟ ଯୋଡି। ଏହି ଯୋଡ଼ିର ଏକ ବଡ଼ ପ୍ରଶଂସକ ଗୋଷ୍ଠୀ ଅଛନ୍ତି । ଏହି ଯୋଡ଼ିକୁ ପୁଣି ଥରେ ସ୍କ୍ରିନ୍‌ରେ ଦେଖିବା ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।ଏମାନଙ୍କ ମଧ୍ୟରେ ଥିବା ଲଭ୍‌, ରୋମାନ୍ସକୁ ପୁଣି ଦର୍ଶକ ଏନ୍‌ଜଏ କରିବେ। ନିକଟରେ ପ୍ରଭାସ-ଅନୁଷ୍କାଙ୍କର ଜଣେ ଫ୍ୟାନ ‘ଆଦିପୁରଷ’ର ଏକ ପୋଷ୍ଟର ତିଆରି କରିଛନ୍ତି, ଯେଉଁଥିରେ ପ୍ରଭାସଙ୍କୁ ଭାଗବାନ ରାମ ଏବଂ ଅନୁଷ୍କାଙ୍କୁ ସୀତା […]

ଫ୍ୟାନ୍ସଙ୍କ ପୋଷ୍ଟରରେ ରାମ-ସୀତା ବେଶରେ ପ୍ରଭାସ ଓ ଅନୁଷ୍କା

pravas

Advertisment

ମୁମ୍ବାଇ: ବାହୁବଳୀ ଦମ୍ପତି ପ୍ରଭାସ-ଅନୁଷ୍କା ଶେଟ୍ଟୀ ହେଉଛନ୍ତି ପରଦାରେ ସବୁଠାରୁ ପପୁଲାର ହିଟ ଯୋଡି। ଏହି ଯୋଡ଼ିର ଏକ ବଡ଼ ପ୍ରଶଂସକ ଗୋଷ୍ଠୀ ଅଛନ୍ତି । ଏହି ଯୋଡ଼ିକୁ ପୁଣି ଥରେ ସ୍କ୍ରିନ୍‌ରେ ଦେଖିବା ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।ଏମାନଙ୍କ ମଧ୍ୟରେ ଥିବା ଲଭ୍‌, ରୋମାନ୍ସକୁ ପୁଣି ଦର୍ଶକ ଏନ୍‌ଜଏ କରିବେ।

Advertisment

ନିକଟରେ ପ୍ରଭାସ-ଅନୁଷ୍କାଙ୍କର ଜଣେ ଫ୍ୟାନ ‘ଆଦିପୁରଷ’ର ଏକ ପୋଷ୍ଟର ତିଆରି କରିଛନ୍ତି, ଯେଉଁଥିରେ ପ୍ରଭାସଙ୍କୁ ଭାଗବାନ ରାମ ଏବଂ ଅନୁଷ୍କାଙ୍କୁ ସୀତା ଭାବେ ସ୍ଥାନିତ କରାଯାଇଛି। ସୋଶାଲ ମିଡିଆରେ ଏହି ପୋଷ୍ଟର ଖୁବ ଭାଇରାଲ ହୋଇଛି। ଦର୍ଶକମାନେ ଅପେକ୍ଷା କରିଛନ୍ତି ଏହି ପୋଷ୍ଟରକୁ ଦେଖି ପ୍ରନୁଷ୍କା କିପରି ପ୍ରତିକ୍ରିୟା ରଖୁଛନ୍ତି।

ଅବଶ୍ୟ ପୂର୍ବରୁ ଶୁଣିବାକୁ ମିଳୁଥିଲା, ପ୍ରଭାସଙ୍କ ଆଦିପୁରୁଷରେ ​ଅନୁଷ୍କା ଶେଟ୍ଟୀଙ୍କୁ ସୀତା ଭୂମିକା ମିଳିବ। ଏଥିରେ ଭଗବାନ ରାମ ଭାବରେ ଦେଖାଦେବେ ପ୍ରଭାସ । ତେବେ ରିଲ ଲାଇଫ ଦେବସେନା ଏହି ଖବରକୁ ଅସ୍ୱୀକାର କରିବା ସହ ତାଙ୍କ ପାଖରେ ଏପରି କୌଣସି ସୂଚନା ନ ଥିବା କହିଥିଲେ। ‘ମୁଁ ଫିଲ୍ମରେ ସୀତା ଭୂମିକାରେ ଅଭିନୟ କରୁନାହିଁ କିମ୍ବା ୟୁନିଟ୍‌ର କେହି ମଧ୍ୟ ମୋ ପାଖକୁ ଆସି ନାହାଁନ୍ତି | ମୁଁ ପ୍ରଶଂସକମାନଙ୍କୁ ଅନୁରୋଧ କରୁଛି, ସେମାନେ ଏପରି ଭିତ୍ତିହୀନ ଗପରୁ ଦୂରେଇ ରୁହନ୍ତୁ।  ଯଦି ମୁଁ କୌଣସି ଭୂମିକାରେ ଦସ୍ତଖତ କରିବି ତେବେ ନିଶ୍ଚିତ ଭାବରେ ଘୋଷଣା କରିବି । ”

Advertisment

publive-image

ସର୍ବଶେଷ ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୨୩ ରେ ପ୍ରଭାସଙ୍କ ଜନ୍ମଦିନ। ଏହି ଅବସରରେ ଚଳଚ୍ଚିତ୍ର ନିର୍ମାତାମାନେ ଏହି ପ୍ରୋଜେକ୍ଟର leading femaleଙ୍କ  ବିଷୟରେ ଘୋଷଣା କରିବେ ବୋଲି ଆଶା କରାଯାଉଛି।

ତେବେ ଏଠି କହିରଖିବୁ, ପ୍ରଶଂସକମାନେ ପ୍ରନୁଷ୍କାଙ୍କୁ ବଡ଼ ପରଦାରେ ଏକାଠି ଦେଖିବାକୁ ଇଚ୍ଛା କରୁଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଉଭୟ ନିଜ ନିଜ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି। ସାହୋ ତାରକା ପ୍ରଭାସ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାଧା ଶ୍ୟାମ’ର ସୁଟିଂ ଆରମ୍ଭ କରିବାକୁ ଇଟାଲୀ ଅଭିମୁଖେ ଯାତ୍ରା କରିଛନ୍ତି। ଏଥିରେ ପ୍ରଭାସଙ୍କ ବିପକ୍ଷରେ ଅଛନ୍ତି ପୂଜା ହେଗଡେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ