Advertisment

Avatar 3 : ନୂଆ ଏକ ଦୁନିଆ , ପାଣି ନୁହେଁ ଏଥର ନିଆଁର ଆସର ... ମଜା ନେବେ ଦର୍ଶକ

ନୂଆ ଏକ ଦୁନିଆ । ଅବତାରର ଦୁନିଆ । ତୃତୀୟ ଥର ପାଇଁ ଏହି ଦୁନିଆରେ ଦର୍ଶକଙ୍କର ହେବ ଏଣ୍ଟ୍ରି । ପାଣି ନୁହେଁ ଏଥର ନିଆଁର ଆସର । ନିଆଁ ସହ ଖେଳିବେ ଅବତାର ଦୁନିଆର ଲୋକ, ଆଉ ମଜା ନେବେ ଦର୍ଶକ ।

Avatar 3

Avatar 3 Photograph: (OTV)

Advertisment

ନୂଆ ଏକ ଦୁନିଆ । ଅବତାରର ଦୁନିଆ । ତୃତୀୟ ଥର ପାଇଁ ଏହି ଦୁନିଆରେ ଦର୍ଶକଙ୍କର ହେବ ଏଣ୍ଟ୍ରି । ପାଣି ନୁହେଁ ଏଥର ନିଆଁର ଆସର । ନିଆଁ ସହ ଖେଳିବେ ଅବତାର ଦୁନିଆର ଲୋକ, ଆଉ ମଜା ନେବେ ଦର୍ଶକ । ଜେମସ୍ କ୍ୟାମରନ୍ ଙ୍କ ଅବତାରର ଦୁନିଆ ସବୁବେଳେ ଥାଏ ଚର୍ଚ୍ଚାରେ । ଅବତାର ଟ୍ରାୟୋଲୋଜିର ତୃତୀୟ ଫିଲ୍ମ, ଅବତାର- ଫାୟାର୍ ଆଣ୍ଡ୍ ଆସ୍ । ଅବତାର, ଅବତାର-୨ ପରେ ଏବେ କ୍ୟାମରନ୍ ଙ୍କ ଅବତାର ସିରିଜର ତୃତୀୟ ଇନଷ୍ଟଲମେଣ୍ଟ୍, ମାନେ ଅବତାର-୩ ହୋଇଛି ରିଲିଜ ।

Advertisment

ଅବତାର-ଦ ୱେ ଅଫ୍ ୱାଟର୍, ମାନେ ପାର୍ଟ-୨ ର କାହାଣୀ ଯେଉଁଠି ସରିଥିଲା, ସେଇଠୁ ନୂଆ ଏକ କାହାଣୀ, ନୂଆ ଅନ୍ଦାଜରେ ଅବତାର-୩ ଜରିଆରେ ଦେଖିବାକୁ ପାଇବେ ସିନେପ୍ରେମୀ । ପୁଣିଥରେ ପାଣ୍ଡୋରାରେ ହେଉଛି ଧମାକା । ଜେକ୍ ସୁଲି, ନେୟତ୍ରୀ ଓ ତାଙ୍କ ପିଲାମାନେ ଲଢୁଛନ୍ତି ଯୁଦ୍ଧ । ନିଜ ଦୁନିଆକୁ ବଞ୍ଚାଇବା ପାଇଁ ଏଥର ନିଆଁବର୍ଷା କରୁଛନ୍ତି ସୁଲି ପରିବାର । ତେବେ ଏହି ମଚ୍-ଆୱେଟେଡ୍ ସାଇନ୍ସ-ଫ୍ରିକ୍ସନ୍ ଫାଣ୍ଟାସି- ଆକ୍ସନ୍ ଫିଲ୍ମର ଆଡଭାନ୍ସଡ ବୁକିଂ ବହୁତ ଭଲ ରହିଛି । ପ୍ରଥମ ଦିନରେ କେବଳ ଭାରତରେ ୩୦ ରୁ ୩୫ କୋଟିର କଲେକ୍ସନ୍ ହୋଇପାରେ । ହେଲେ ସୋସିଆଲ ମିଡିଆରେ ଅବତାର-୩କୁ ମିଳୁଛି ମିକ୍ସ ରେସପନ୍ସ । କ୍ୟାମରନ୍ ଙ୍କ ମ୍ୟାଜିକାଲ୍ ଡିରେକ୍ସନ୍ ଓ କ୍ରିଏସନ୍ ଯୋଗୁ ଅନେକ ଦର୍ଶକଙ୍କୁ ସିନେମାର ଭିଏଫଏକ୍ସ୍ ଓ ଜବରଦସ୍ତ ଇମୋଶନାଲ ଷ୍ଟୋରୀ ଆଟ୍ରାକ୍ଟ କରିଛି । ବିଶେଷକରି ଅବତାର-୩ର ନେଭରସିନ୍ ବିଫୋର୍ କିଛି ସ୍ପେଶିଆଲ ଇଫେକ୍ଟ ଓ ସାଉଣ୍ଡ କିମିଆ କରିଛି ଫ୍ୟାନ୍ସଙ୍କୁ । କିନ୍ତୁ ଅନେକ ଭିଉଅର୍ସ ଏମିତିବି ଅଛନ୍ତି, ଯାହାଙ୍କୁ ଇଂପ୍ରେସ କରିବାରେ ସଫଳ ହୋଇପାରିନି ଜେମସ୍ କ୍ୟାମରନ୍ ଙ୍କ ଅବତାର-୩ । ରିପିପ୍ଟ୍ ଓ ପ୍ରେଡିକ୍ଟଟେବୁଲ୍ ଷ୍ଟୋରୀଲାଇନ୍ ସହ ୩ ଘଣ୍ଟାରୁ ଉର୍ଦ୍ଧ୍ବ ଫିଲ୍ମ ଡ୍ୟୁରେସନ୍ ଯୋଗୁ ଅନେକ ଦର୍ଶକ ସୋସିଆଲ ମିଡିଆ ଜରିଆରେ କ୍ରିଟିସାଇଜ୍ କରିଛନ୍ତି ଅବତାର-୩ କୁ । 

୨୦୦୯ରେ ଅବତାର ପ୍ରଥମ ଇନଷ୍ଟଲମେଣ୍ଟ୍ ରିଲିଜ ହୋଇ ୱାଲ୍ଡୱାଇଡ୍ ୨୩୨ ମିଲିଅନ୍ ଡଲାର୍ ର ବକ୍ସ ଅଫିସ କଲେକ୍ସନ୍ କରିଥିଲା । ପରେ ୨୦୨୨ରେ ଅବତାର-୨ ରିଲିଜ ହୋଇ ୪୪୧ ମିଲିଅନ୍ ଡଲାର୍ କଲେକ୍ସନ୍ ସହ ରେକର୍ଡ ବନାଇଥିଲା । ଆଉ ଏବେ ଅବତାର-ଫାୟାର୍ ଆଣ୍ଡ୍ ଆସ୍, ୪୦୦ ମିଲିଅନ୍ ଡଲାରରେ ପ୍ରସ୍ତୁତ ହୋଇଛି । ସିନେମା ଜଗତର ହାଇଏଷ୍ଟ୍ ଏକ୍ସପେନ୍ସିଭ୍ ଫିଲ୍ମ ଲିଷ୍ଟରେ ସାମିଲ ହୋଇଛି କ୍ୟାମରନ୍ ଙ୍କ ଏହି ଫିଲ୍ମ । ୨୦୨୯ରେ ଅବତାର-୪ ଏବଂ ୨୦୩୧ରେ ଅବତାର-୫ ଆସିବାକୁ ଯାଉଛି । ଏହି ଦୁଇଟି ସିନେମାର ପ୍ରି-ପ୍ରଡକ୍ସନ୍ ଓ ପ୍ରଡକ୍ସନ୍ କାମ ଏବେ ଚାଲୁ ରହିଥିବା ମଧ୍ୟ ଅପଡେଟ୍ ମିଳିଛି । ତେବେ ଅବତାର୍-୩ ବକ୍ସଅଫିସ କଲେକ୍ସନ୍ ପୁରୁଣା ରେକର୍ଡ ସବୁକୁ ବ୍ରେକ୍ କରି ନୂଆ ରେକର୍ଡ ବନାଇପାରୁଛି କି ନାହିଁ ତାହା ଉପରେ ସଭିଙ୍କ ନଜର ରହିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ