Advertisment

ଦୁନିଆ ଦେଖିପାରୁନି, କିନ୍ତୁ ହାତ ତାଙ୍କର କରୁଛି କମାଲ୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କୁହାଯାଏ ଭଗବାନ ଯଦି କାହାର କିଛି ଅଭାବ କରିଥାନ୍ତି, ତା’ ପାଇଁ ନିଶ୍ଚୟ ଅନ୍ୟ ବାଟ କାଢ଼ିଥାନ୍ତି। ଠିକ୍ ଏମିତି କିଛି ଦେଖିବାକୁ ମିଳିଛି କୁନି ଝିଅ ସାହାନା ନିରେନିଙ୍କ ପକ୍ଷେ। ଜନ୍ମରୁ ସିନା ଭଗବାନ ତାଙ୍କୁ ଆଖି ଦେଇନାହାନ୍ତି, କିନ୍ତୁ ହାତରେ ରହିଛି ଅଦ୍ଭୁତ ଯାଦୁ। ଏତେ କମ୍ ବୟସରେ ସାହାନା ପିଆନୋରେ ଯେଉଁ କଳା ଦେଖାଇଛନ୍ତି, ସେଥିରେ ମନ୍ତ୍ରମୁଗ୍ଧ ହୋଇପଡ଼ିଛନ୍ତି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଗୀତିକାର ଏବଂ ସଙ୍ଗୀତ ନିର୍ଦ୍ଦେଶକ ଏଆର୍ ରେହମାନ୍। Sweet🌺 […]

ଦୁନିଆ ଦେଖିପାରୁନି, କିନ୍ତୁ ହାତ ତାଙ୍କର କରୁଛି କମାଲ୍, ଦେଖନ୍ତୁ ଭିଡିଓ

sahana

Advertisment

ନୂଆଦିଲ୍ଲୀ: କୁହାଯାଏ ଭଗବାନ ଯଦି କାହାର କିଛି ଅଭାବ କରିଥାନ୍ତି, ତା' ପାଇଁ ନିଶ୍ଚୟ ଅନ୍ୟ ବାଟ କାଢ଼ିଥାନ୍ତି। ଠିକ୍ ଏମିତି କିଛି ଦେଖିବାକୁ ମିଳିଛି କୁନି ଝିଅ ସାହାନା ନିରେନିଙ୍କ ପକ୍ଷେ। ଜନ୍ମରୁ ସିନା ଭଗବାନ ତାଙ୍କୁ ଆଖି ଦେଇନାହାନ୍ତି, କିନ୍ତୁ ହାତରେ ରହିଛି ଅଦ୍ଭୁତ ଯାଦୁ। ଏତେ କମ୍ ବୟସରେ ସାହାନା ପିଆନୋରେ ଯେଉଁ କଳା ଦେଖାଇଛନ୍ତି, ସେଥିରେ ମନ୍ତ୍ରମୁଗ୍ଧ ହୋଇପଡ଼ିଛନ୍ତି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଗୀତିକାର ଏବଂ ସଙ୍ଗୀତ ନିର୍ଦ୍ଦେଶକ ଏଆର୍ ରେହମାନ୍।

Advertisment

https://twitter.com/arrahman/status/1278389164514271232?s=20

ସାହାନା ଏଆର ରେହମାନଙ୍କ ଗ୍ରାମୀ ଏବଂ ଏକାଡେମୀ ପୁରସ୍କାରପ୍ରାପ୍ତ 'ଥୁମ୍ୱି ଥୁଲାଲ' ଟ୍ୟୁନକୁ ଚମତ୍କାର ଢଙ୍ଗରେ ପରିବେଷଣ କରିଛନ୍ତି। ଏହାର ଏକ ଭିଡିଓ ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଶେଆର କରିଥିଲେ। ଏହି ଟ୍ୟୁନଟି ୨୦୨୦ ମସିହାରେ ରିଲିଜ୍ ହୋଇଥିବା ତାମିଲ ଫିଲ୍ମ 'କୋବ୍ରା'ର ବୋଲି ଜଣା ପଡ଼ିଛି।

ରେହମାନ ଏହି ଭିଡିଓଟିକୁ ରିଟ୍ୱିଟ୍ କରି 'ସୁଇଟ୍' ବୋଲି କମେଣ୍ଟ ଦେଇଛନ୍ତି। ରେହମାନଙ୍କର ଏହି ଟ୍ୱିଟକୁ ନେଇ ସାହାନାଙ୍କର ଟ୍ୱିଟର ଆକାଉଣ୍ଟକୁ ପରିଚାଳନା କରୁଥିବା ତାଙ୍କ ମାଆ ବହୁତ ଧନ୍ୟବାଦ ବୋଲି ଲେଖିଛନ୍ତି। ସେ ଆହୁରି କହିଛନ୍ତି, ମୁଁ ଯେଉଁ ଦିନକୁ ଅପେକ୍ଷା କରିଥିଲି, ତାହା ଆଜି ସାକାର ହୋଇଛି। ଆପଣଙ୍କୁ ଧନ୍ୟବାଦ ଦେବା ପାଇଁ ମୋ ପାଖରେ ଶବ୍ଦ ନାହିଁ। ଏଭଳି ବିଶେଷ ମୁହୂର୍ତ୍ତ ପାଇଁ ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି।

Advertisment

https://twitter.com/sahana_singer/status/1278633687551074304?s=20

ତାମିଲ୍ ଫିଲ୍ମ 'କୋବ୍ରା'ର ପ୍ରଯୋଜକ ଏସଏସ୍ ଲଲିତ ମଧ୍ୟ ସାହାନାଙ୍କ ପ୍ରତିଭାରେ ପ୍ରଭାବିତ ହୋଇଛନ୍ତି। ଲଲିତ ମଧ୍ୟ ଜଣେ ଗାୟକ ଏବଂ ଅନେକ ଉପକରଣ ବଜାନ୍ତି। ସାହାନଙ୍କୁ ସାକ୍ଷାତ କରିବା ପାଇଁ ଲଲିତ ତାଙ୍କ ଘରକୁ ଯାଇଥିଲେ ଏବଂ ତାଙ୍କୁ ଏକ ପୂରା ଅଡିଓ ସେଟ୍‌ (ଅଡିଓ ଷ୍ଟୁଡିଓ ରେକର୍ଡର) ଉପହାର ସ୍ୱରୂପ ପ୍ରଦାନ କରଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ