ଏ.ଆର. ରହମାନ ପୁଣି ଥରେ ବିବାଦରେ Photograph: (OTV)
ପ୍ରଖ୍ୟାତ ଚଳଚ୍ଚିତ୍ର ସଂଗୀତଜ୍ଞ ଏ.ଆର. ରହମାନ ପୁଣି ଥରେ ବିବାଦରେ। ଏକ ସାକ୍ଷାତକାରରେ, ସଂଗୀତଜ୍ଞ କହିଛନ୍ତି ଯେ ସେ ଅନୁଭବ କରୁଛନ୍ତି ଯେ ସାମ୍ପ୍ରଦାୟିକ ଭାବନା ଧୀରେ ଧୀରେ ଚଳଚ୍ଚିତ୍ର ଶିଳ୍ପକୁ କବଜା କରୁଛି। ତାଙ୍କର ଏଭଳି ବିବାଦୀୟ ମତକୁ ନେଇ ଅନ୍ୟ ସେଲିବ୍ରିଟିମାନେ ସାଂଘାତିକ ପ୍ରତିକ୍ରିୟା ଦେଉଛନ୍ତି।
ଗତ କିଛି ବର୍ଷ ଧରି ବଲିଉଡରେ ଏ.ଆର. ରହମାନ କାହିଁକି କମ୍ କାମ କରିଛନ୍ତି ତାହା କହିଛନ୍ତି। ରହମାନ କହିଛନ୍ତି, "ଗତ ଆଠ ବର୍ଷ ଧରି, ମୁଁ ଅନୁଭବ କରିଛି ଯେ ପ୍ରତିଭା ଆଧାର ଇଣ୍ଡଷ୍ଟ୍ରୀରେ କାମ ହୁଏ ନାହିଁ। ଧର୍ମ ମଧ୍ୟ ଏନେଇ ଏକ କାରଣ ହୋଇଥାଏ। ଲୋକମାନେ ତୁମ ମୁହଁରେ କିଛି କୁହନ୍ତି ନାହିଁ, କିନ୍ତୁ ତୁମ ପଛପଟେ ଫୁସ୍ଫାସ୍ ହୁଅନ୍ତି। ସଙ୍ଗୀତ ଶିଳ୍ପ ଏପରି ଲୋକଙ୍କ ହାତରେ ଅଛି ଯେଉଁମାନେ ନା ସୃଜନଶୀଳ ନା ସୃଜନଶୀଳତାକୁ ବୁଝନ୍ତି। ଏହି କଥାକୁ ନେଇ ରହମାନ ଏବେ ଖବରରେ ଅଛନ୍ତି।
ରହମାନଙ୍କ କଥାକୁ ନେଇ ଲେଖକ ଜାଭେଦ ଅଖତର କହିଛନ୍ତି, "ମୁଁ କେବେ ଏପରି କିଛି ଅନୁଭବ କରି ନାହିଁ। ମୁଁ ଏଠାରେ ମୁମ୍ବାଇରେ ଅନେକ ଲୋକଙ୍କୁ ଭେଟୁଛି ଯେଉଁମାନେ ରହମାନଙ୍କ ପ୍ରତି ଅପାର ସମ୍ମାନ ରଖନ୍ତି। ରହମାନ ଜଣେ ବଡ଼ ବ୍ୟକ୍ତି। ଛୋଟ ପ୍ରଯୋଜକମାନେ ତାଙ୍କ ପାଖକୁ ଯିବାକୁ ସଂକୋଚ କରନ୍ତି, କିନ୍ତୁ ମୁଁ ଭାବୁ ନାହିଁ ଯେ ଏହି ମାମଲାରେ କୌଣସି ସାମ୍ପ୍ରଦାୟିକ ଦୃଷ୍ଟିକୋଣ ଅଛି।”
ସେହିପରି ଏହି ପ୍ରସଙ୍ଗକୁ ନେଇ ଗାୟକ ଶାନ କହିଛନ୍ତି ଯେ “ସଙ୍ଗୀତ ଶିଳ୍ପରେ କୌଣସି ସାମ୍ପ୍ରଦାୟିକତା ନାହିଁ। ସଙ୍ଗୀତକାରମାନଙ୍କୁ କେବଳ ସଙ୍ଗୀତର ଚାହିଦାକୁ ଦେଖି ଚୟନ କରାଯାଏ, ଧର୍ମ ଉପରେ ନୁହେଁ।”
ଲେଖିକା ଶୋଭା ଡେ ମଧ୍ୟ ପ୍ରତିକ୍ରିୟା ଦେଇ କଛିଛନ୍ତି, "ଏହା ଏକ ସାଂଘାତିକ କଥା। ମୁଁ ୫୦ ବର୍ଷ ଧରି ବଲିଉଡ୍ରେ କାମ କରୁଛି, କିନ୍ତୁ ମୁଁ କେବେ ଏପରି କିଛି ଅନୁଭବ କରି ନାହିଁ। ଏହା ବଲିଉଡ୍; ଯଦି ତୁମର ପ୍ରତିଭା ଅଛି, ତେବେ ତୁମର ଧର୍ମ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ।"
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/17/ar-rahman-controversy-2026-01-17-15-12-09.jpg)